Saturday, May 9, 2026 12:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ

by Our Correspondent
08 Feb, 2018- 11:59 PM
in Latest News, Politics
1 min read
0
ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ
ଭୁବନେଶ୍ୱର: ‘ବିଜେଡ଼ିକୁ ଭୋଟ ଦେଲେ ପୁରସ୍କାର ମିଳିବ । ଯେଉଁ ଗାଁ ଅଧିକ ଲିଡ୍ ଦେବ, ସେହି ଗାଁକୁ ଅଧିକ ପୁରସ୍କାର ମିଳିବ ।’ ବିଜେପୁର ଉପନିର୍ବାଚନ ସଭାରେ ସରକାରଙ୍କ ପକ୍ଷରୁ ଏଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଅରୁଣ ସାହୁ । ଆଜି ବରପାଲି ବ୍ଲକ୍ ର ଚାରପାଲି ଗ୍ରାମରେ ଏକ ନିର୍ବାଚନୀ ସଭାରେ ଅରୁଣଙ୍କ ଏହି ଭାଷଣ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ବିଜେଡ଼ିର ଏହା ଭୋଟ ପାଇଁ ଲାଞ୍ଚ ବୋଲି ବିଜେପି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି । ଏହା ନିର୍ବାଚନ ଆଚରଣର ଉଲ୍ଲଂଘନ ବୋଲି ଦଳ ଅଭିଯୋଗ କରି ଅରୁଣଙ୍କୁ ବିଜେପୁରରୁ ତଡ଼ିପାର କରିବାକୁ ଦାବି କରିଛି ।
ବିଜେଡ଼ି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅରୁଣଙ୍କ ଭାଷଣ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଦଳର ହୀନ ଉଦ୍ୟମକୁ ଏହା ଧରା ପକେଇଦେଇଛି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଭୋଟରଙ୍କୁ ପ୍ରଭାବିତ କରିବାର ଏଭଳି ଚାଲ୍ ବିଜେଡ଼ିକୁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଅପରପକ୍ଷେ, ବିଜେପି ପାଇଁ ଏହା ବଢ଼ିଆ ଇସ୍ୟୁ ହୋଇଛି । ସରକାର ଓ ବିଜେଡ଼ିକୁ ଘାଇଲା କରିବାକୁ ବିଜେପି ଶିବିର ପ୍ରସ୍ତୁତ ହୋଇଯାଇଛି ।
ବିଜେପୁର ଉପନିର୍ବାଚନୀ ତାତି ଜୋର୍ ଧରୁଥିବା ବେଳେ ବିଜେଡ଼ି ଆଜି ୪୦ ଜଣିଆ ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷଣା କରିଛି । କିଛି ଅପାରଗ ଓ କଳଙ୍କିତ ଚେହେରାଙ୍କୁ ତାଲିକାରେ ସ୍ଥାନ ମିଳିଥିବାରୁ ଖୋଦ୍ ଦଳୀୟ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଷ୍ଟାର୍ କ୍ୟାମ୍ପେନର୍ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେମାନେ ଲୋକଙ୍କଠାରୁ ଭୋଟ ଗୋଟାଇବାରେ କିଭଳି ସମର୍ଥ ହେବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ତେବେ ବିଜେଡ଼ି ପାଇଁ ବଡ଼ ଆଶ୍ୱସ୍ତି ହେବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୯ ଓ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
Previous Post

ନିଜ ଛେପ ନିଜେ ଢ଼ୋକିଲେ ଧର୍ମେନ୍ଦ୍ର

Next Post

ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !

Next Post
ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !

ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA