Saturday, May 9, 2026 04:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡାଲ୍ ମେଁ କୁଛୁ କାଲା..!!

by Our Correspondent
15 Feb, 2018- 03:45 PM
in Latest News, Politics
1 min read
0
ଡାଲ୍ ମେଁ କୁଛୁ କାଲା..!!
– ନବୀନଙ୍କୁ ଦିଲ୍ଲୀରେ ଭେଟିଲେ ନରସିଂହ
– ରାଗିଲେ ସୁର, ସଂଧ୍ୟା
– ବାଉଳା ହେଲା ବିଜେପି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏବେକା ଦିଲ୍ଲୀଗସ୍ତ କାଳରେ ଗୋଟିଏ ପରେ ଗୋଟେ ଚକମା ଦେଖିବାକୁ ମିଳୁଛି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଅଚାନକ ଭେଟିଥିବା ବେଳେ ଆଜି ନବୀନଙ୍କୁ ଅଚାନକ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦିଲ୍ଲୀରେ ହକି ଇଣ୍ଡିଆ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତାଙ୍କର ଅବଦୁଲ୍ଲ କାଲାମ୍ ମାର୍ଗସ୍ଥିତ ବାସଭବନକୁ ଫେରିଲା ପରେ ଉଭୟଙ୍କ ଭେଟଘାଟ ହୋଇଥିଲା । ଉଭୟ ପ୍ରାୟ ଅଧଘଣ୍ଟାଏ କାଳ ଆଲୋଚନା କରିଥିବା ସୂଚନା ମିଳିଛି । ଏହି ଭେଟଘାଟ୍ ର ଉଦ୍ଦେଶ୍ୟ କ’ଣ, ସେଠି କ’ଣ ଆଲୋଚନା ହେଲା ତାହା ଜଣାପଡ଼ିନାହିଁ । ତେବେ ବିନା ସୂଚନାରେ ଦିଲ୍ଲୀରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଏବଂ ଆଜି ବିରୋଧୀ ଦଳ ନେତାଙ୍କ ସହ ତାଙ୍କର ଏକାନ୍ତ ସାକ୍ଷାତ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଦେଇଛି । ନବୀନଙ୍କ ହାତ ଧରି ନରସିଂହ ବିଜେଡ଼ିକୁ ଫେରିଆସିବେ କି ବୋଲି ଚର୍ଚ୍ଚା ହେଉଛି ।
୪ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ‘ଦି ଟଲ୍ ମ୍ୟାନ୍’ ପୁସ୍ତକ ଉପହାର ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ସଫେଇ ଦିଆଯାଇଥିଲେ ମଧ୍ୟ ନରସିଂହଙ୍କୁ ଭେଟିବା ପଛର କାରଣ ଜଣାପଡୁନାହିଁ । ନବୀନ ନିଜ ଆଡୁ ନରସିଂହଙ୍କୁ ଭେଟିବାକୁ ଦିଲ୍ଲୀ ଆମନ୍ତ୍ରଣ କରିଥିଲେ ନା ନରସିଂହ ନିଜଆଡୁ ନବୀନଙ୍କୁ ଭେଟିବାକୁ ପ୍ରସ୍ତାବ ଦେଇଥିଲେ ତାହା ସ୍ପଷ୍ଟ ହେଉନାହିଁ । ଭୁବନେଶ୍ୱରରେ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଏହି ଭେଟଘାଟ୍ ପଛରେ କୌଣସି ରାଜନୈତିକ ଅଭିସନ୍ଧି ନ ଥିବା ସଫେଇ ଦେଇଛନ୍ତି । ହକି ଇଣ୍ଡିଆ ଉତ୍ସବରେ ଯୋଗଦେବାକୁ ସମସ୍ତଙ୍କୁ ଆମନ୍ତ୍ରଣ ହୋଇଥିଲା । ଆମନ୍ତ୍ରଣ ରକ୍ଷା କରି ବିରୋଧୀ ଦଳ ନେତା ଦିଲ୍ଲୀ ଯାଇଥିବା ସେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବିରୋଧୀ ଦଳ ନେତା କାହିଁକି ଯାଇଥିଲେ ଓ କ’ଣ ଆଲୋଚନା କଲେ ବିଜେଡ଼ି ମୁଖପାତ୍ର ତାହାର ଉତ୍ତର ଜାକି ଦେଇଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଗୋପନ ଭେଟଘାଟ୍ କୁ କଂଗ୍ରେସ ନେତାମାନେ ଗ୍ରହଣ କରିନାହାନ୍ତି । ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି, ନରସିଂହ ବାବୁ ଜଣେ ବରିଷ୍ଠ ଆଇନଜୀବୀ ସତ ହେଲେ ତାଙ୍କର ବାଡ଼ବତା ନାହିଁ । ବିଜେପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୁର୍ତ୍ତରେ ଦିଲ୍ଲୀ ଯାଇ ନବୀନଙ୍କୁ ଭେଟିବା ପଛରେ ସଲାସୁତୁରା ଥିବା ଲୋକେ ବୁଝିଲେଣି । ସେହିଭଳି ବରିଷ୍ଠ ନେତ୍ରୀ ସଂଧ୍ୟାରାଣୀ ମହାପାତ୍ର କହିଛନ୍ତି, ନରସିଂହ ମିଶ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଆଚରଣ ଓ ଉଦ୍ଦେଶ୍ୟ ଏବେ ସନ୍ଦିହାନ ହୋଇପଡ଼ିଛି । ଗତକାଲି ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଭେଟଘାଟ ଉପରେ ନିରବ ଥିବା ବିଜେପି ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଭେଟ୍ କୁ ସମାଲୋଚନା କରିଛି । ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, କଂଗ୍ରେସ ଯେ ବିଜେଡ଼ିର ଆଶାବାଡ଼ି ଏହା ତାହାର ପ୍ରମାଣ ଦେଉଛି ।
Previous Post

ମୋଦି-ନବୀନ ଭେଟଘାଟ

Next Post

‘ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯାଉଛୁ..ଉଡ଼େଇଦବୁ’

Next Post
‘ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯାଉଛୁ..ଉଡ଼େଇଦବୁ’

‘ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଯାଉଛୁ..ଉଡ଼େଇଦବୁ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA