Tuesday, May 26, 2026 03:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ମର୍ଡର

by Our Correspondent
26 Mar, 2018- 11:41 AM
in Latest News, News
1 min read
0
ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତିଙ୍କୁ ମର୍ଡର
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ବିଚ୍ ରାସ୍ତାରେ ମର୍ଡର ହୋଇଛି । ତାଙ୍କ ନିଜ ଘର କାମାକ୍ଷାନଗର ଟାଉନ୍ ରେ ଆଜି କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଗୁଳି ଓ ବୋମାମାଡ଼ କରିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ଏହି ଘଟଣାକୁ ନେଇ କାମାକ୍ଷାନଗର ଅଶାନ୍ତ ହୋଇପଡ଼ିଛି । ପୂର୍ବ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟା ବେଳେ ଯଶୋବନ୍ତ ନିଜ ଘରୁ ବାହାରି ଟାଉନ୍ କୁ ଯାଉଥିଲେ । ସେତେବେଳେ ତାଙ୍କ କାର୍ କୁ ଏକ ବୋଲେରୋ ଗାଡ଼ି ପିଛା କରୁଥିଲା । ଠିକ ଗାନ୍ଧିମନ୍ଦିର ପୂର୍ବରୁ ବୋଲେରୋ ଗାଡ଼ିରୁ ୪ ଜଣ ଯୁବକ ଅତିର୍କିତ ଭାବେ ଯଶୋବନ୍ତଙ୍କ ଗାଡ଼ି ଉପରକୁ ଗୁଳି ଓ ଫାୟାରିଂ କରିଥିଲେ । ଯଶୋବନ୍ତ ଜୀବନ ବିକଳରେ କାର୍ ରୁ ଓହ୍ଲାଇ ଦୌଡ଼ୁଥିବା ବେଳେ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ତାଙ୍କ ଉପରକୁ ୮ ରୁ ୧୦ ରାଉଣ୍ଡ ଫାୟାରିଂ କରିଥିଲେ । ଯଶୋବନ୍ତଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଅଙ୍ଗରେ ଗୁଳି ପଶିଯାଇଥିଲା । ଦୁର୍ବୃତ୍ତମାନେ ନିର୍ଭୟରେ ସେହି ରାସ୍ତାରେ ବୋମା ବର୍ଷଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ରକ୍ତାକ୍ତ ଯଶୋବନ୍ତଙ୍କୁ କାମାକ୍ଷାନଗର ହସ୍ପିଟାଲ୍ କୁ ନିଆଯାଇଥିଲେ ହେଁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୧୪ ମସିହାରେ ଯଶୋବନ୍ତଙ୍କ ଉପରେ ଅନୁରୂପ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡରେ ସେ ଗୁରୁତର ଆହତ ହୋଇ କଟକବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । କିଛି ମାସ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ ଦୁର୍ବୃତ୍ତମାନେ ହତ୍ୟା ଉଦ୍ୟମ କରି ସଫଳ ହୋଇଛନ୍ତି ।
ରାଜନୀତି ସହ ଯଶୋବନ୍ତ ଜଣେ ସଫଳ ବ୍ୟବସାୟୀ ଥିଲେ । ତାଙ୍କର ବିଭିନ୍ନ ବ୍ୟବସାୟ ଥିଲା । ଯୁବ ବିଜେଡ଼ିର ସଭାପତି ଭାବେ ତାଙ୍କର ଯଥେଷ୍ଟ ପତିଆରା ବି ଥିଲା । ୨୦୧୪ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ ପଛରେ ବ୍ୟବସାୟିକ ଶତ୍ରୁତା ଥିଲା ବୋଲି ସେତେବେଳେ ପୁଲିସ କହିଥିଲା । ତେବେ ଆଜି ତାଙ୍କୁ ହତ୍ୟା କରାଯିବା ପଛରେ ପୁଲିସ ଉଭୟ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାକୁ ସନ୍ଦେହ କରୁଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଯେଭଳି ଖସି ନ ଯାଆନ୍ତି ସେଥିପାଇଁ ସଂପୃକ୍ତ ସମସ୍ତ ରାସ୍ତାଗୁଡ଼ିକୁ ସିଲ୍ କରି ଦିଆଯାଇଥିବା ଢ଼େଙ୍କାନାଳ ଏସପି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଯଶୋବନ୍ତଙ୍କ ମର୍ଡର ପରେ ସମଗ୍ର ଢ଼େଙ୍କାନାଳ ଜିଲ୍ଲାରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି । କାମାକ୍ଷାନଗରରେ ତାଙ୍କ ସମର୍ଥକମାନେ ହସ୍ପିଟାଲ୍ ସମେତ ବିଭିନ୍ନ ସ୍ଥାନରେ ରୁଣ୍ଡ ହୋଇଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି ।
Previous Post

ଦୁଲୁକିଲା ଯାଜପୁର; ଖୁସି ଭିତରେ କେଁ

Next Post

ନିଉଜ୍ ପୋର୍ଟାଲ୍ କୁ ସରକାରୀ ବିଜ୍ଞାପନ: ନିର୍ଦ୍ଦିଷ୍ଟ ପୋର୍ଟାଲ୍ ଲବିରେ ମନ୍ତ୍ରୀ ବି ଚେପା

Next Post
ନିଉଜ୍ ପୋର୍ଟାଲ୍ କୁ ସରକାରୀ ବିଜ୍ଞାପନ: ନିର୍ଦ୍ଦିଷ୍ଟ ପୋର୍ଟାଲ୍ ଲବିରେ ମନ୍ତ୍ରୀ ବି ଚେପା

ନିଉଜ୍ ପୋର୍ଟାଲ୍ କୁ ସରକାରୀ ବିଜ୍ଞାପନ: ନିର୍ଦ୍ଦିଷ୍ଟ ପୋର୍ଟାଲ୍ ଲବିରେ ମନ୍ତ୍ରୀ ବି ଚେପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA