Tuesday, May 26, 2026 06:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

by Our Correspondent
15 May, 2018- 04:05 PM
in Latest News, Politics
1 min read
0
ଖେଳ ବୁଲିଲା; କୁମାରସ୍ୱାମୀ ହେବେ ମୁଖ୍ୟମନ୍ତ୍ରୀ !

ଜେଡ଼ିଏସ୍ କୁ ସମର୍ଥନ ଦେଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ପୂରା ରୋଚକ ମୋଡ଼ରେ ପହଞ୍ଚିଛି ରାଜ୍ୟ ରାଜନୀତି । ବିଧାନସଭାରେ ବିଜେପି ସଂଖ୍ୟା ଗରିଷ୍ଠ ଆସନ ପାଇଥିଲେ ମଧ୍ୟ ତାକୁ କ୍ଷମତା ଚଉକିରେ ବସାଇ ନ ଦେବା ପାଇଁ କଂଗ୍ରେସ ଚାଲ୍ ଖେଳିଛି । ସଂଖ୍ୟା ଖେଳର ଦ୍ୱିତୀୟରେ ଥିବା କଂଗ୍ରେସ ତୃତୀୟ ପକ୍ଷ ଜେଡ଼ିଏସ୍ ର ସମର୍ଥନ ନ ମାଗି ଓଲଟି ତାକୁ ସମର୍ଥନର ହାତ ବଢ଼ାଇଛି । ଜେଡ଼ିଏସ୍ ସଭାପତି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି । କଂଗ୍ରେସର ସମର୍ଥନ ପ୍ରସ୍ତାବକୁ ଜେଡ଼ିଏସ୍ ଗ୍ରହଣ କରିଛି । ଅପରାହ୍ନ ୫.୩୦ରେ ଉଭୟ ଦଳ ଏକାଠି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । କିଛି ସମୟ ପୂର୍ବରୁ ବେଙ୍ଗାଲୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଲାମନବୀ ଆଜାଦ୍, ଅଶୋକ ଗେହେଲଟ୍ ଏବଂ ସିଦେ୍ଧରମେୟା ଏହି ସୂଚନା ଦେଇଛନ୍ତି ।

ଅପରାହ୍ନ ୪ଟା ସୁଦ୍ଧା ନିର୍ବାଚନ ଫଳାଫଳ ଟ୍ରେଣ୍ଡରେ ୨୨୨ ଆସନରୁ ବିଜେପି ପକ୍ଷକୁ ଯାଇଛି ୧୦୬ ଆସନ । କଂଗ୍ରେସକୁ ୭୭ ଏବଂ ଜେଡ଼ିଏସ୍ ୩୭ ଆସନ ପାଇଛି । ଦୁଇଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୨ ଧରାଯାଉଛି । ଅର୍ଥାତ ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବରଠାରୁ ୬ଟି ଆସନ ପଛରେ ଅଛି । ସେପଟେ କଂଗ୍ରେସ ଓ ଜେଡ଼ିଏସ୍ ଉଭୟଙ୍କ ଆସନ ମିଶିଲେ ହେଉଛି ୧୧୪ । ଯାହା ମ୍ୟାଜିକ୍ ନମ୍ବରଠାରୁ ଅଧିକ । ଏହାଛଡ଼ା ବର୍ତ୍ତମାନର ସ୍ଥିତିରେ ଉଭୟ ପକ୍ଷ ନିଜ ପଟକୁ ୨ ସ୍ୱାଧୀନ ବିଧାୟକଙ୍କୁ ଟାଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସେ ଯାହା ହେଉ, ମ୍ୟାଜିକ୍ ନମ୍ବର ଧରି କଂଗ୍ରେସ ଓ ଜେଡ଼ିଏସ୍ ରାଜ୍ୟପାଳଙ୍କ ପାଖରେ ସରକାର ଗଠନର ଦାବି ଉପସ୍ଥାପିତ କରିବେ ।

ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ବେଳକୁ ଅଚାନକ ନୂଆ ସମୀକରଣର ସୂତ୍ରପାତ ହୋଇଥିଲା । କଂଗ୍ରେସ ହାଇକମାଣ୍ଡ ଟେଲିଫୋନ୍ ଯୋଗେ ଜେଡ଼ିଏସ୍ ମୁଖ୍ୟ ଏଚ.ଡ଼ି.ଦେବଗୌଡ଼ା ଏବଂ ତାଙ୍କ ପୁଅ ତଥା ସଭାପତି କୁମାରସ୍ୱାମୀଙ୍କ ସହ କଥା ହୋଇଥିଲେ । ସେମାନେ ନିଃସର୍ତ୍ତରେ ଜେଡ଼ିଏସ୍ କୁ ସମର୍ଥନ ଦେବେ ବୋଲି କହିଥିଲେ । କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହିଁଥିଲେ କଂଗ୍ରେସ ହାଇକମାଣ୍ଡ । ଏପଟେ ବେଙ୍ଗାଲୁରରେ ଉପସ୍ଥିତ ଥିବା ଦଳୀୟ ପ୍ରଭାରୀ ଗୁଲାମନବୀ ଆଜାଦ ଓ ଅଶୋକ ଗେହେଲଟ୍ ଜେଡ଼ିଏସ୍ ନେତାଙ୍କ ସହ କଥା ହୋଇଥିଲେ । ଏଭଳି ପ୍ରସ୍ତାବ ଜେଡ଼ିଏସ୍ ପାଇଁ ସ୍ୱର୍ଗ ରୁ ଚାନ୍ଦ ଖସିଲା ଭଳି ହୋଇଛି । ତୃତୀୟ ସ୍ଥାନରେ ରହି ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ଦଳଠାରୁ ନିଃସର୍ତ୍ତ ସମର୍ଥନର ପ୍ରସ୍ତାବ ଦେବେଗୈାଡା ବାପପୁଅଙ୍କୁ ଉଲ୍ଲସିତ କରିଛି । ଶେଷ ଖବର ଆନୁଯାୟୀ ଅପରାହ୍ନ ୫.୩୦ରେ ସେମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସରକାର ଗଠନର ଦାବି ଜଣାଇବେ । ସେଥିପାଇଁ ରାଜ୍ୟପାଳଙ୍କଠାରୁ ସମୟ ମାଗିଛନ୍ତି ।

ସେପଟେ ବିଜେପି ସରକାର ଗଠନ ପାଇଁ ପ୍ରଥମରୁ ନିଶ୍ଚିତ ରହିଥିଲେ ମଧ୍ୟ କଂଗ୍ରେସର ଗୋଟିଚାଳନା ଅଡୁଆରେ ପକାଇଦେଇଛି । ତେବେ ଅପରାହ୍ନରେ ବିଜେପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବ ବୋଲି ପ୍ରସ୍ତୁତି ଚଳାଇଛି । ରାଜ୍ୟପାଳ ଏହି ପରିସ୍ଥିତିକୁ କିଭଳି ସମ୍ଭାଳୁଛନ୍ତି ଏବଂ କି ନିଷ୍ପତ୍ତି ନେଉଛନ୍ତି ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଛି ।

Previous Post

କର୍ଣ୍ଣାଟକରେ ବିଜେପିକୁ ବହୁମତ, କଂଗ୍ରେସ ଚିତପଟାଙ୍ଗ

Next Post

କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର

Next Post
କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର

କର୍ଣ୍ଣାଟକ ହଟଚମଟ: ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କ ନଜର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA