Monday, May 25, 2026 09:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଉସା ପୁଅ ଭାଇ ହେବାର ବଦମାସି !

by Our Correspondent
29 May, 2018- 11:53 AM
in Latest News, Politics
1 min read
0
ମଉସା ପୁଅ ଭାଇ ହେବାର ବଦମାସି !
ଭୁବନେଶ୍ୱର: ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଦମଦାର ଚର୍ଚ୍ଚା । ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ନେତାମାନେ ନ ଯିବାକୁ ଅନେକ ସମାଲୋଚନା କରୁଥିବା ବେଳେ ପରଲୋକଗତ ବାପାଙ୍କ ନାଁରେ ସମବେଦନା ତୋଳିବା ପାଇଁ ବୈଜୟନ୍ତଙ୍କ ଚାଲାକିକୁ ମଧ୍ୟ କଟାକ୍ଷ କରୁଛନ୍ତି । ଏଭଳି ଏକ ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗ ଭିତରୁ ବୈଜୟନ୍ତଙ୍କ ‘ବିଜୁ ଅଙ୍କଲ’ ଡାକରା ଚର୍ଚ୍ଚାର ମନୋରଂଜନ ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ତାଙ୍କ ପରିବାର ସହ ‘ବିଜୁ ଅଙ୍କଲ’ ଙ୍କ ନିବିଡ଼ତା ମନେ ପକାଇଛନ୍ତି ବୈଜୟନ୍ତ । ଶେଷ ଜୀବନରେ ‘ବିଜୁ ଅଙ୍କଲ୍’ ତାଙ୍କ ରାଜନୈତିକ କାର୍ଯ୍ୟକଳାପରେ କିଭଳି ତାଙ୍କୁ ସାମିଲ କରିଥିଲେ ତାହା ମଧ୍ୟ ମନେ ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଖାଲି ଚିଠିରେ ଏହା ଜଣାଇ ନାହାନ୍ତି, ବରଂ ସୋସିଆଲ୍ ମିଡ଼ିଆରେ ‘ବିଜୁ ଅଙ୍କଲ୍’ ଙ୍କ ସହ ତାଙ୍କ ପରିବାରର ନିବିଡ଼ତା ଦେଖାଇବାକୁ ଯାଇ ଅନେକ ଫଟୋ ପୋଷ୍ଟ କରିଛନ୍ତି । ସୁତରାଂ ନିଜର ପରଲୋକଗତ ବାପାଙ୍କ ନାଁରେ ବୈଜୟନ୍ତ ଲୋକଙ୍କଠାରୁ ସମବେଦନା ସାଉଁଟିବାକୁ ଏସବୁ ନାଟକ/ବଦମାସି କରିଥିବା କୁହାଗଲାଣି । ନବୀନ କୁଆଡ଼େ ତାଙ୍କର ମଉସା ପୁଅ ଭାଇ ।
ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡ଼ିରୁ ନିଲମ୍ବିତ ବୈଜୟନ୍ତ ପଣ୍ଡାଙ୍କର ଏହା ଆଉ ଏକ ବଡ଼ ରାଜନୈତିକ ଚାଲ୍ । ବାପାଙ୍କ ମୃତ୍ୟୁରୁ ସେ ବିଜେଡ଼ି ଦମନ ଅସ୍ତ୍ର ଖୋଜିଛନ୍ତି । ସମସ୍ତେ ଜାଣନ୍ତି, ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସହ ତାଙ୍କର ସମ୍ପର୍କ କେବେଠୁଁ ତୁଟିସାରିଛି । ତାଙ୍କ ବାପାଙ୍କ ଶେଷ ଦର୍ଶନ ପାଇଁ କିଏ ଆସିବେ ନ ଆସିବେ ଏହା ସେମାନଙ୍କ ବିବେକାନୁମୋଦିତ ନିଜସ୍ୱ ନିଷ୍ପତ୍ତି । ନିଜକୁ ବିଜୁବାବୁଙ୍କ ପାରିବାରିକ ବନ୍ଧୁ ଦର୍ଶାଇ ତାଙ୍କ ପୁଅଙ୍କଠାରୁ ଜବରଦସ୍ତ ସୌଜନ୍ୟତା ଦାବି କରିବା ନିହାତି ହାସ୍ୟାସ୍ପଦ । ଏକଥାରେ ବାହାର ଲୋକ ସମାଲୋଚନା କଲେ ସୁନ୍ଦର । ହେଲେ ନିଜେ ସୌଜନ୍ୟତା ଦାବି କଲେ ଲୋକ ଟାହିଟାପରା କରିବେ । ବୈଜୟନ୍ତଙ୍କ କ୍ଷେତ୍ରରେ ସେୟା ହିଁ ଘଟିଛି । ନିଜ ବାପାଙ୍କ ମୃତ୍ୟୁର ସମବେଦନାକୁ ରାଜନୀତି ସହ ଯୋଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆବେଗଭରା ଚିଠି ଲେଖି ଲୋକଙ୍କ ଆବେଗ ସାଉଁଟିବାକୁ ଉଦ୍ୟମ କରିଛନ୍ତି ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ କିଛି ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକ କହିଛନ୍ତି, ଅତୀତରେ ବିଜୁବାବୁଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା ପଣ୍ଡା ପରିବାର ଉଭୟ ବ୍ୟବସାୟିକ ଓ ରାଜନୈତିକ କ୍ଷେତ୍ରରେ ଯଥେଷ୍ଟ ଫାଇଦା ନେଇଛନ୍ତି । ବିଜୁବାବୁଙ୍କ ମୃତ୍ୟୁ ପରେ ପୁଅ ନବୀନ ପଟ୍ଟନାୟକ ମଧ୍ୟ ପଣ୍ଡା ପରିବାରକୁ ସହୃଦୟତାର ହାତ ବଢ଼ାଇଛନ୍ତି । ବ୍ୟବସାୟରୁ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କୁ ଦୁଇ ଦୁଇ ଥର ରାଜ୍ୟସଭା ପଠାଇଛନ୍ତି । ଦୁଇ ଦୁଇ ଥର ଲୋକସଭା ଟିକେଟ ଦେଇ ଜିତାଇଛନ୍ତି । ଏହା ସାଙ୍ଗରେ ତାଙ୍କ ପରିବାରର ବ୍ୟବସାୟକୁ ଯଥେଷ୍ଟ ଫାଇଦା ଦେଇଛନ୍ତି । ୨୩୦୦ କୋଟିର ଋଣ ଛାଡ଼ଠାରୁ ଆରମ୍ଭ କରି ପଣ୍ଡା କାରଖାନାର ପାଣି, ବିଜୁଳି ବିଲ୍ କୁ ଆଖି ବୁଜିଦେଇଛନ୍ତି । ହେଲେ ପ୍ରତିଦାନରେ ନବୀନଙ୍କୁ ବୈଜୟନ୍ତ ଦେଇଛନ୍ତି ଲାଂଛନା, ଅପବାଦ । ଏପରିକି ନିଜର ରାଜନୈତିକ ଉଚ୍ଚାଭିଳାଷ ରଖି ନବୀନ ଅସୁସ୍ଥ ବୋଲି ଗୁଜବ ତିଆରି କରିଥିଲେ । ଖୋଦ୍ ତାଙ୍କର ଜଣେ ବିଶ୍ୱସ୍ତ ସହଯୋଗୀ ଦେବୁ ମଲ୍ଲିକ ଏହା ଖୋଲିଦେବା ପରେ ବୈଜୟନ୍ତ ଯେ କେତେ ମାରାତ୍ମକ ତାହା ପଦାରେ ପଡ଼ିଥିଲା ।
ଜଣେ ବରିଷ୍ଠ ବିଜେଡ଼ି ନେତାଙ୍କ ମତରେ, ବୈଜୟନ୍ତ ବିଜେଡ଼ିରେ ଥାଇ ସମାନ୍ତରାଳ ସଂଗଠନ କରୁଥିବା ମଧ୍ୟ ସମସ୍ତେ ଜାଣନ୍ତି । ନବୀନଙ୍କ ଅନ୍ତେ ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର ଭାବି ବହୁପୂର୍ବରୁ ସେ ନିଜର ରାଜନୈତିକ ସାମ୍ରାଜ୍ୟ ବିସ୍ତାର କରୁଥିଲେ । ଅତୀତରେ ପ୍ୟାରୀମୋହନ ମହାପାତ୍ର ଏହାର ବାତ୍ସ୍ନା ପାଇଥିବାରୁ ସେ ବୈଜୟନ୍ତଙ୍କ ନାଁ ଶୁଣିଲେ ନାକ ଟେକୁଥିଲେ । ୨୦୧୨ ମେ ୨୯ ଘଟଣା ପରେ ବୈଜୟନ୍ତ ନିଜ ଆଡୁ ବିଜେଡ଼ିର ମାମଲତିକାର ଦେଖାଇଥିଲେ ଏବଂ ତାଙ୍କ ମନ ଭିତରେ ଥିବା ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଅଧିକ ଶାଣିତ ହୋଇଥିଲା । ନିଜର ପାରିବାରିକ ବ୍ୟବସାୟକୁ ପରିପୃଷ୍ଠ କରିବା ସହ ରାଜନୈତିକ ଉଚ୍ଚାକାଂକ୍ଷା ରଖିଥିବା ବୈଜୟନ୍ତ ୨୦୧୪ ନିର୍ବାଚନରେ ଜିତିବା ପରେ ଲୋକସଭା ଫାଇନାନସ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ହାତେଇବା ଯୋଜନାରେ ଥିଲେ । ମାତ୍ର ଦଳ ସଭାପତି ନବୀନ ପଟ୍ଟନାୟକ ସେଥିପାଇଁ ସୁପାରିଶ କରି ନ ଥିଲେ । ତାହାପରଠୁଁ ସେ ନବୀନ ଓ ବିଜେଡ଼ି ଉପରେ ପ୍ରତିଶୋଧପରାୟଣ ହୋଇପଡ଼ିଥିଲେ ।
ତାଙ୍କ କହିବାନୁଯାୟୀ, ବୈଜୟନ୍ତଙ୍କ ଶରୀର ବିଜେଡ଼ିରେ ଥିଲେ ମଧ୍ୟ ମନ ତାଙ୍କର ବିଜେପିକୁ ଢ଼ଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତାବକ ପାଲଟିଥିଲେ ବୈଜୟନ୍ତ । ଆଉ ଖବରକାଗଜ ସ୍ତମ୍ଭ ଓ ଟୁଇଟର ମାଧ୍ୟମରେ ବିଜେଡ଼ିକୁ ନୀତି, ଆଦର୍ଶ ଓ ଆତ୍ମସମୀକ୍ଷାର ପାଠ ଶିଖାଇଲେ । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିବାର ସାହାସ ନ ପାଇ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଆଟାକ୍ କରିଚାଲିଲେ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ପାଣ୍ଡିଆନ୍ ଙ୍କ ନିର୍ଦ୍ଦେଶରେ ଦଳ ଚାଲୁଛି ବୋଲି ହୁରି ପକାଇଲେ ।
ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣକୁ ବିଜେଡ଼ି ସୁପ୍ରିମୋ ସହି ଚାଲିଥିବାରୁ ଦଳରେ ଅନେକ ବିସ୍ମିତ ହେଉଥିଲେ । ବୈଜୟନ୍ତଙ୍କ ଦେହରେ ହାତ ମାରିବାକୁ ନବୀନଙ୍କ ଶକ୍ତି ପାଉ ନ ଥିବା ଚର୍ଚ୍ଚା ହେଲା । ତେବେ ନବୀନ-ବୈଜୟନ୍ତ ସମ୍ପର୍କର ତିକ୍ତତା ଦେଖି ବିଜେଡ଼ିର ସବୁସ୍ତରରରେ ବୈଜୟନ୍ତଙ୍କୁ ବିରୋଧ ଆରମ୍ଭ ହୋଇଯାଇଥିଲା । କିଛି ଖୋଲାଖୋଲି ବିରୋଧ କରୁଥିବା ବେଳେ ଆଉ କିଛି ବାଧ୍ୟବାଧକତାରେ ବିରୋଧ କରୁଥିଲେ । ଗତବର୍ଷ ମାହାଙ୍ଗାରେ ବୈଜୟନ୍ତଙ୍କ ଉପରକୁ ଅଣ୍ଡାମାଡ଼ ତାହାର ଏକ ପ୍ରତିଫଳନ ଥିଲା । ତେବେ ସେବେଠାରୁ ବିଜେଡ଼ି ବିରୋଧରେ ଖୋଲା ବିଦ୍ରୋହ ଆରମ୍ଭ କରିଥିବା ବୈଜୟନ୍ତଙ୍କ କାଗଜପତ୍ରରେ ଦଳୀୟ ପରିଚୟ ଥିଲେ ମଧ୍ୟ ମନ ପାଲଟିଥିଲା କଟର୍ ନବୀନ ଓ ବିଜେଡ଼ି ବିରୋଧୀ ।
ଶେଷରେ ଗତ ଜାନୁଆରୀ ମାସରେ ନବୀନ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ଏହାପରେ ବୈଜୟନ୍ତ ବିଜେଡ଼ି ଉପରେ ଅଧିକ ପ୍ରତିହିଂସାପରାୟଣ ହୋଇଥିଲେ । ବିଜେଡ଼ି ତାଙ୍କୁ ପର କରିଥିଲେ ମଧ୍ୟ ବୈଜୟନ୍ତ ନିଜର ମାନସମ୍ମାନ ଭୁଲି ଦଳରେ ନାଁ ଗଡ଼ୋଉଥିଲେ । ଏବେ ବେଳକାଳ ଦେଖି ଇସ୍ତଫା ଦେଲେ ଏବଂ ତାହା ପୁଣି ନିଜ ବାପାଙ୍କ ମୃତ୍ୟୁ ଶୋକ ବେଳେ । ସହାନୁଭୂତିର ଥାଳିଆ ଧରି ବୈଜୟନ୍ତ ନିଜର ଭବିଷ୍ୟ ରାଜନୈତିକ ଫାଇଦାର ଆକଳନ କରୁଥିବା ସଂପୃକ୍ତ ବିଜେଡ଼ି ନେତା କହିଛନ୍ତି ।
Previous Post

ବୈଜୟନ୍ତ.. କାଳ, ଆଳ ପାଇ ପଳେଇଲେ

Next Post

ଅମଲାଙ୍କ ଉପରେ ଧର୍ମେନ୍ଦ୍ରଙ୍କ ହାରକିନ୍

Next Post
ଅମଲାଙ୍କ ଉପରେ ଧର୍ମେନ୍ଦ୍ରଙ୍କ ହାରକିନ୍

ଅମଲାଙ୍କ ଉପରେ ଧର୍ମେନ୍ଦ୍ରଙ୍କ ହାରକିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA