Monday, May 25, 2026 08:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

by Our Correspondent
11 Jun, 2018- 11:31 AM
in Latest News, Politics
1 min read
0
ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରକୁ ପ୍ରମାଦ ଆଣିଛି । ବୈଜୟନ୍ତଙ୍କ ହେଭି ବାର୍ଗେନିଂକୁ ଦଳୀୟ ନେତୃତ୍ୱ କାଳେ ଗ୍ରହଣ କରିନେବେ ସେହି ଆଶଙ୍କାରେ ପଡ଼ିଛନ୍ତି । ଓଡ଼ିଶାରେ ଦଳର ଫେସ୍ ବନିବାକୁ ବୈଜୟନ୍ତ ଗୋଟିଚାଳନା କରୁଥିବା ତାଙ୍କର ବିଭିନ୍ନ କାର୍ଯ୍ୟକଳାପରୁ ଧରାପଡ଼ିଯାଇଛି । ରିପବ୍ଲିକ୍ ଟିଭିରେ ସେ ଦେଇଥିବା ଇଣ୍ଟରଭ୍ୟୁରୁ ତାହାର ଆଭାସ ମିଳିଛି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କରିବାକୁ ବୈଜୟନ୍ତ ଯେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ତାହା ସ୍ପଷ୍ଟ ହୋଇଗଲାଣି । ଏଭଳି ସ୍ଥିତି ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସ୍ୱାଭାବିକ ଭାବେ ବିପଦ ସୃଷ୍ଟି କରିଛି ।
ଇତିମଧ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ସହ ବୈଜୟନ୍ତ ତାଙ୍କ ସମ୍ପର୍କ ଆହୁରି ନିବିଡ଼ କରିଛନ୍ତି । ଅମିତ୍ ଶାହାଙ୍କ ସହ ମଧ୍ୟ ଲଗାତର ସମ୍ପର୍କରେ ଅଛନ୍ତି । ଏମିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ଆଦର୍ଶ ବନାଇ ସାରିଛନ୍ତି । ଆରଏସଏସ୍ ସମେତ ଦଳର ସାଂଗଠନିକ ଦାୟିତ୍ୱ ବୁଝୁଥିବା ନେତାଙ୍କ ସହ ସମ୍ପର୍କ ବଢ଼ାଇଛନ୍ତି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଆର୍ଶିବାଦ ତାଙ୍କ ସାଥୀରେ ଅଛି । ବଂଶୀଧର ପଣ୍ଡାଙ୍କ ମୃତ୍ୟୁରେ ବୈଜୟନ୍ତଙ୍କୁ ସମବେଦନା ଜଣାଇବାକୁ ରାମ ମାଧବ ତାଙ୍କ ବାସଭବନ ଆସିଥିଲେ । ଓଡ଼ିଶା ବ୍ୟାପାରରେ ରାମ ମାଧବଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ବୈଜୟନ୍ତଙ୍କ ସହ ତାଙ୍କ ସମ୍ପର୍କକୁ ଗୁରୁତ୍ୱ ଦିଆଯାଉଛି । ରାମମାଧବଙ୍କ ସମେତ ବିଜେପିର ବହୁ ହେଭିୱେଟ୍ ନେତାଙ୍କୁ ବୈଜୟନ୍ତ ମନାଇ ସାରିଥିବା କୁହାଯାଉଛି ।
ବୈଜୟନ୍ତଙ୍କ ଲକ୍ଷ୍ୟ ସେ ହିଁ ଓଡ଼ିଶା ବିଜେପିର ମଙ୍ଗ ଧରି ନବୀନ ପଟ୍ଟନାୟକଙ୍କ ସହ ଲଢ଼େଇ କରିବେ । ଆଉ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ତା କାଟିବାକୁ ପଡ଼ିବ । କାରଣ ବୈଜୟନ୍ତଙ୍କ ପାଇଁ କଣ୍ଟା ହେଉଛନ୍ତି ଧର୍ମେନ୍ଦ୍ର । ବୈଜୟନ୍ତଙ୍କର ଉଚ୍ଚାଭିଳାଷ ଜାଣି ଧର୍ମେନ୍ଦ୍ର ମଧ୍ୟ ତାଙ୍କର ଗୋଟିଚଳାନା କରୁଛନ୍ତି । ବୈଜୟନ୍ତ ତାଙ୍କ ପାଇଁ କଣ୍ଟା ହୋଇପାରନ୍ତି ବୋଲି ସେ ମଧ୍ୟ ଜାଣିଛନ୍ତି । ସୁତରାଂ ଧର୍ମେନ୍ଦ୍ର ବି ଛାଡ଼ିବାର ନୁହଁନ୍ତି । ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କର ଏଭଳି ଭିତିରିଆ ଲଢ଼େଇ ଜୋର୍ ହୋଇଥିବା ବେଳେ ବୈଜୟନ୍ତ ନିଜର ଦିଲ୍ଲୀ ଲବିକୁ ଆହୁରି ତେଜ୍ କରିଛନ୍ତି । ନିଜର ପ୍ରମୋସନ୍ ପାଇଁ ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ରିପବ୍ଲିକ୍ ଚାନେଲ୍ ର ସହଯୋଗ ନେଇଛନ୍ତି ।
ଅର୍ଣ୍ଣବଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ବୈଜୟନ୍ତ ନିଜର ପିଆର୍ ଏକ୍ସରସାଇଜ୍ କରିଛନ୍ତି । ଜଣାଇ ଦେଇଛନ୍ତି.. ମୁଁ ଓଡ଼ିଶାର ଲୋକ ଓ ଲୋକଙ୍କ ସମସ୍ୟା ସାଥୀରେ ଅଛି । ପଇସା ଲଢ଼ାଇବାର ତାକତ୍ ଅଛି । ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ଗାଳି ଦେବାର ସାମର୍ଥ ଅଛି । ମୁଁ ଭଲ ଇଂରାଜୀ କହିପାରୁଥିବା ଜଣେ ସଫଷ୍ଟିକେଟେଡ଼୍ ଲିଡର୍ । ଓଡ଼ିଶାରେ ବିଜେପି ପାଇଁ ମୁଁ ଆସେଟ୍ । ବିଜେପିର ଫେସ୍ ହେବାର ଦକ୍ଷତା ଓ ସାମର୍ଥ୍ୟ ରଖିଛି । ବିଜେପିର ଯଦି ଭବିଷ୍ୟତ ଦେଖୁଛ ତେବେ ମତେ ହୀରୋ କର । ସେଥିପାଇଁ ମୋ ଦ୍ୱାର ଖୋଲା ଅଛି..
ବୈଜୟନ୍ତ ଅତି ସୁନ୍ଦର ଭାବରେ ତାଙ୍କର ଚାଲ୍ ଖେଳୁଛନ୍ତି । ଏକ ଆଞ୍ଚଳିକ ଦଳ ଗଠନ କିମ୍ବା ବିଜେପିରେ ଯୋଗଦାନର ବିକଳ୍ପରେ ନିଜକୁ ସୀମିତ ନ ରଖି ତୃତୀୟ ବିକଳ୍ପର ଗୋଲି ଛାଡ଼ିଛନ୍ତି । ଏହି ତୃତୀୟ ବିକଳ୍ପଟି କଂଗ୍ରେସରେ ଯୋଗଦାନ ହୋଇପାରେ ବୋଲି ଚର୍ଚ୍ଚା ଛାଡ଼ିଛନ୍ତି । ମାତ୍ର ନିଜକୁ ବଡ଼ ଦେଖାଇବାକୁ ଯାଇ ବିଜେପି ସହ ବୈଜୟନ୍ତଙ୍କର ଏହା ଯେ ବାର୍ଗେନିଂ ତାହା କାହାରିକୁ ଅଛପା ରହିନାହିଁ । ରାଜନୈତିକ ସମୀକ୍ଷକଙ୍କ ମତରେ ବୈଜୟନ୍ତଙ୍କର ଏହା ମାର୍କେଟିଂ ପଲିସି । ନିଜକୁ ବିକ୍ରି କରିବା ପାଇଁ ସୁଚିନ୍ତିତ ଯୋଜନା । ଏଭଳି କରି ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ସେ ଉଦ୍ୟମ କରିଛନ୍ତି । ମତେ ହୀରୋ କରିବାକୁ ତୁମେ ଜଲଦି ନିଷ୍ପତ୍ତି ନିଅ, ନ ହେଲେ ମୁଁ ଅନ୍ୟ ଆଡ଼େ ଚାଲିଯିବି । ଏହି ବାର୍ତ୍ତା ଛାଡ଼ିବାକୁ ଚାହିଁଛନ୍ତି ବୈଜୟନ୍ତ ।
ବୈଜୟନ୍ତଙ୍କ ଏହି ଚାଲବାଜି ସଫଳ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିଶ୍ଚିତ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । କାରଣ ଓଡ଼ିଶାରେ ଦଳକୁ ଠିକଣା ମାର୍ଗରେ ନେବାରେ ଧର୍ମେନ୍ଦ୍ର ଏ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି । ତାଙ୍କ ନେତୃତ୍ୱ ଉପରୁ କେନ୍ଦ୍ରୀୟ ନେତୃମଣ୍ଡଳୀ ଧୀରେ ଧୀରେ ଆସ୍ଥା ହରାଉଛନ୍ତି । ମିସନ୍ ୧୨୦ ପ୍ଲସ୍ ର ଦମ୍ଭ ଦେଖାଉଥିଲେ ମଧ୍ୟ ଧର୍ମେନ୍ଦ୍ର ଏହାକୁ ଯେ ସଫଳ କରାଇପାରିବେ ସେ ନେଇ ସନ୍ଦିହାନ ଅଛନ୍ତି । ଏଭଳିସ୍ଥିତିରେ ବୈଜୟନ୍ତଙ୍କୁ ଦଳରେ ମିଶାଇ ତାଙ୍କ ଉପରେ ନେତୃତ୍ୱ ଛାଡ଼ିବା ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି ।
ଧର୍ମେନ୍ଦ୍ରଙ୍କ ଶିବିର ଏବେ ଏହି ଆଶଙ୍କାରେ ଆକ୍ରାନ୍ତ ଥିଲେ ମଧ୍ୟ ଚାଲ୍ ଭଣ୍ଡୁର କରିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।
ଧର୍ମେନ୍ଦ୍ରଙ୍କ ଭଳି ପ୍ରବଳ କାଟତି ସମ୍ପନ୍ନ ନେତା ଯେ ହାର୍ ମାନିବେ ସେହି ବିଶ୍ୱାସ ବି ହେଉନାହିଁ । ତେବେ ଆଗକୁ ସ୍ଥିତି କ’ଣ ହେଉଛି ତାହା ରାଜନୈତିକ ମହଲରେ ଉତ୍କଣ୍ଠା ବଢ଼ାଇଛି ।
Previous Post

ବୈଜୟନ୍ତଙ୍କ ବରାଦୀ ଇଣ୍ଟରଭ୍ୟୁ !

Next Post

ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

Next Post
ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

ଦେବାଶିଷଙ୍କୁ ନେଇ ବିଜେଡ଼ିରେ ଅସନ୍ତୋଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA