Monday, May 25, 2026 06:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମାଗଣାରେ ସରକାରୀ ଚିକିତ୍ସା

by Our Correspondent
12 Jun, 2018- 11:20 PM
in Latest News, News
1 min read
0
୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସମସ୍ତଙ୍କୁ ମାଗଣାରେ ସରକାରୀ ଚିକିତ୍ସା
ଭୁବନେଶ୍ୱର: ଏଣିକି ମାଗଣାରେ ମିଳିବ ସରକାରୀ ସ୍ୱାସ୍ଥ୍ୟ ସେବା । ଉପ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଜିଲ୍ଲା ହସ୍ପିଟାଲ୍ ପର୍ଯ୍ୟନ୍ତ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ । ଏହି ଯୋଜନାରେ ବାର୍ଷିକ ୪.୮୪ କୋଟି ରୋଗୀ ଉପକୃତ ହେବେ । ଏଥିସହ ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ । ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ଲୋକ ଏଥିରେ ଉପକୃତ ହେବେ । ପ୍ରସୂତୀ, ନବଜାତ ଓ ଅସୁସ୍ଥ ଶିଶୁ ସରକାରୀ ଡାକ୍ତରଖାନା ଆସିଲେ ସେମାନଙ୍କୁ ଯାତାୟତ ଖର୍ଚ୍ଚ ବାବଦକୁ ୫୦୦ ଟଙ୍କା ମିଳିବ । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଏହି ତିନିଟି ଯାକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରଗୁଡ଼ିକ ପାଇଁ ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଚିକିତ୍ସା ସେବା ନିମନ୍ତେ ବର୍ଷକୁ ୫ ଲକ୍ଷ ଟଙ୍କାର ସୁବିଧା ମିଳିପାରିବ । ଏହାର ସମ୍ପୂର୍ଣ୍ଣ ବ୍ୟୟ ରାଜ୍ୟ ସରକାର ବହନ କରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସେହିଭଳି ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ଡାକ୍ତରଖାନାଗୁଡ଼ିକରେ ୟୁଜର୍ସ ଫି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ଓଡ଼ିଶାର ସବୁ ଲୋକ ସବୁପ୍ରକାର ସ୍ୱାସ୍ଥ୍ୟସେବା ମାଗଣାରେ ପାଇପାରିବେ ।
ରାଜ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ, ଗୁଣାତ୍ମକ, ସୁଦୃଢ଼ ଓ ଅଧିକ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଉପରୋକ୍ତ ତିନିଗୋଟି ନୂତନ କାର୍ଯ୍ୟକ୍ରମ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ମିଶନକୁ ସଫଳ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Previous Post

ସାଂସଦ ପଦ ଛାଡ଼ିଲେ ବୈଜୟନ୍ତ

Next Post

ନିରଞ୍ଜନଙ୍କ ଟିକେଟ ଫର୍ମୂଲା; ଭୁବନେଶ୍ୱରରେ ବସିଲେ ଟିକେଟ ମିଳିବନି

Next Post
ନିରଞ୍ଜନଙ୍କ ଟିକେଟ ଫର୍ମୂଲା; ଭୁବନେଶ୍ୱରରେ ବସିଲେ ଟିକେଟ ମିଳିବନି

ନିରଞ୍ଜନଙ୍କ ଟିକେଟ ଫର୍ମୂଲା; ଭୁବନେଶ୍ୱରରେ ବସିଲେ ଟିକେଟ ମିଳିବନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA