Saturday, May 9, 2026 08:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ‘ହେଇଯାଉ’: ଚା’ ପିଆ ହେଲା, ଚର୍ଚ୍ଚା ହେଲାନି

by Our Correspondent
09 Jul, 2018- 07:48 PM
in Latest News, Politics
1 min read
0
ବୈଜୟନ୍ତଙ୍କ ‘ହେଇଯାଉ’: ଚା’ ପିଆ ହେଲା, ଚର୍ଚ୍ଚା ହେଲାନି

– ମାଉସୀମା ଛକରେ ଚା’ ପିଇଲେ, ଅନ୍ୟଙ୍କୁ ପିଆଇଲେ
– ସୁର ରାଉତରାୟଙ୍କ ଘୋଷଣା: ବୈଜୟନ୍ତ ଏଠୁଁ ପ୍ରାର୍ଥୀ ହେଲେ ସମର୍ଥନ ଦେବୁ

ଭୁବନେଶ୍ୱର: ଭୁବନେଶ୍ୱରର ମାଉସୀମା ଓମଫେଡ଼ ଦୋକାନରେ ହେଇଗଲା ବୈଜୟନ୍ତ ପଣ୍ଡାଙ୍କ ଚାଏ ପେ ଚର୍ଚ୍ଚା ‘ହେଇଯାଉ’ । ଧୂମ୍ ଚା’ ପିଆ ହେଲା ହେଲେ କିଛି ଚର୍ଚ୍ଚା ହେଲାନି । ଯୋଉମାନେ ଆସିଲେ ଚା’ ପିଇଲେ ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ବୈଜୟନ୍ତଙ୍କ ସହ ସେଲଫି ନେବାକୁ ବ୍ୟାକୁଳ ହେଲେ । ଚା’ ପିଆ ଆସରରେ କିଛି ଚର୍ଚ୍ଚା କରିବାକୁ ସତେଯେମିତି ଭୁଲିଗଲେ ।
ଆଜି ଅପରାହ୍ନ ସାଢ଼େ ୫ଟା ବେଳେ ବୈଜୟନ୍ତ ଆସି ପହଞ୍ଚିଥିଲେ ଓମଫେଡ଼ ଦୋକାନରେ । ଗାଡ଼ିରୁ ଓହ୍ଲାଇ ଦୋକାନ କଡ଼ରେ ପଡ଼ିଥିବା ଚେୟାରରେ ବସୁ ବସୁ ଆସି ପହଞ୍ଚିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆରମ୍ଭ କରିଦେଇଥିଲେ ବୋଲିବାଣୀ । “ବୈଜୟନ୍ତ ବାବୁ ବଢ଼ିଆ ଲୋକ । ହୋଃ ଭାରି ଯୋଗ୍ୟ.. ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିଲେ ଜମିଯିବ । ତମେ ଲଢ଼ ଆମେ ସାଥୀରେ ଅଛୁ । ସ୍ୱାଧୀନ ଭାବେ ଲଢ଼ିଲେ ଆମେ ସମର୍ଥନ ଦେବୁ । ଖେଳ ଜମେଇଦେବୁ । ଭାଇମାନେ ମାର୍ ତାଳି । ମାଡ଼ିଚାଲ୍..”
ସୁର ରାଉତରାୟଙ୍କ କଥା ଶୁଣି ବୈଜୟନ୍ତ ହସୁଥିଲେ ମଧ୍ୟ ବେଶ୍ ଗମ୍ଭୀର ହୋଇଯାଇଥିଲେ । ତାପରେ ସେହି ଚେୟାରରୁ ଉଠି ନିଜ ଲୋକଙ୍କୁ ଡାକି କହିଲେ.. ସମସ୍ତଙ୍କୁ ଚା’ ଦିଅ । ଦୋକାନୀକୁ ବି କହିଲେ ସମସ୍ତେ ଯେମିତି ଚା ପାଇବେ । ନିଜେ କାଗଜ କପ୍ ରେ ଚା ପିଇଲେ ଏବଂ ସମସ୍ତଙ୍କୁ ଡାକି ଡାକି ଚା ପିଆଇଲେ । ଚା’ ପିଆ ମଜ୍ଜା ନେଉଥିବା ଅଧିକାଂଶ ଯୁବକ ବୈଜୟନ୍ତଙ୍କ ସହ ସେଲଫି ନେଇ ଚାଲିଥିଲେ । ବୈଜୟନ୍ତ ବି କାହାରିକୁ ନିରାଶ କରୁ ନ ଥିଲେ । ଓମଫେଡ଼ ଦୋକାନରେ ଗହଳି ଓ ସାମନାରେ ଟିଭି କ୍ୟାମେରା ଦେଖି ବାଟୋଇମାନେ ଅଟକି ଯାଉଥିଲେ । କ’ଣ ହୋଇଛି ବୋଲି ଉତ୍ସୁକତାର ସହ ପଚାରୁଥିଲେ । ବୈଜୟନ୍ତ ଯାହାକୁ ଦେଖୁଥିଲେ ଚା’ ପିଇବାକୁ ନିମନ୍ତ୍ରଣ କରୁଥିଲେ । ୪୦ ମିନିଟ୍ ଧରି ଏମିତି ଦୃଶ୍ୟ ଚାଲିଲା । ବୈଜୟନ୍ତ ଚା’ ଦୋକାନୀକୁ ଯାଇ ଦିଇଟା ପାଞ୍ଚଶହ ଟଙ୍କିଆ ନୋଟ୍ ବଢ଼ାଇ ସେଠାରୁ ବିଦାୟ ନେଲେ । ନିଜ ବେପାରକୁ ନେଇ ବେଶ୍ ଖୁସି ହୋଇଯାଇଥିଲେ ଦୋକାନୀ କିଶୋର ପ୍ରଧାନ ।

ଗଲାବେଳେ ଟିଭିବାଲାଙ୍କୁ ବାଇଟ୍ ଦେଇଥିଲେ ବୈଜୟନ୍ତ । କହିଥିଲେ, କେନ୍ଦ୍ରାପଡ଼ାରେ ଏଭଳି ଚା’ ପିଆ ଆସର ‘ହେଇଯାଉ’ ହେଉଥିଲା । ଏବେ ଭୁବନେଶ୍ୱରରେ ସେଭଳି ହେବ । ଲୋକଙ୍କ ସହ ମିଶି ଖୁସି ଲାଗୁଛି ବୋଲି ବୈଜୟନ୍ତ କହିଥିଲେ । ତେବେ ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟକୁ ଏଡାଇ ଦେଇଥିଲେ ବୈଜୟନ୍ତ ।
ସୂଚନାଯୋଗ୍ୟ, ମାଉସୀମା ଓମଫେଡ଼ ଖଟିରେ ‘ହେଇଯାଉ ଚା ପେ ଚର୍ଚ୍ଚା’ ପାଇଁ ଗତକାଲିଠାରୁ ବୈଜୟନ୍ତ ଟୁଇଟ୍ କରି ଜଣାଇଥିଲେ । ପ୍ରଥମଥର ପାଇଁ ପୁରୁଣା ବସଷ୍ଟାଣ୍ଡ ଖଟିରେ ଏହାକୁ ସେ କରିବାକୁ ଯେଉଁଦିନ ଯୋଜନା କରିଥିଲେ ସେହିଦିନ ତାଙ୍କ ବାପାଙ୍କ ବିୟୋଗ ହୋଇଥିଲା । ତେଣୁ ସେହି ସ୍ଥଗିତ କାର୍ଯ୍ୟକ୍ରମ ଆଜି ମାଉସୀମା ଛକ ଓମଫେଡ଼ ଦୋକାନକୁ ସ୍ଥାନାନ୍ତର ହୋଇଥିଲା । ବୈଜୟନ୍ତଙ୍କ ଏହି କାର୍ଯ୍ୟକ୍ରମରେ ରାଜନୀତି ଆଲୋଚନା ହେବ ବୋଲି ଅଧିକାଂଶ ଆଶା ରଖିଥିଲେ ମଧ୍ୟ ସେଭଳି କିଛି ହେଲାନାହିଁ । ଆଲୋଚନା କରିବାକୁ କେହି ସେଭଳି ଲୋକ ସେଠାରେ ଉପସ୍ଥିତ ନ ଥିଲେ ।
Previous Post

ଚାନେଲ୍ ୱାର୍; ‘ନ୍ୟୁଜ୍ ୱାର୍ଲଡ୍’ରେ କୁନା ତ୍ରିପାଠୀ

Next Post

‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’

Next Post
‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’

‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA