Saturday, May 9, 2026 06:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ପ୍ୟାକେଜ୍ ଅପେକ୍ଷାରେ ବୈଜୟନ୍ତ !

by Our Correspondent
12 Jul, 2018- 03:32 PM
in Latest News, Politics
1 min read
0
ବିଜେପି ପ୍ୟାକେଜ୍ ଅପେକ୍ଷାରେ ବୈଜୟନ୍ତ !
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ଏବେ ସମସ୍ୟାରେ ପଡ଼ିଛନ୍ତି । ସୋସିଆଲ ମିଡ଼ିଆ ଓ ନିଜ ଟିଭିରେ ନିଜର କାଟତି ଦେଖାଇ ଚାଲିଥିଲେ ମଧ୍ୟ ନିଜ ପାଇଁ ରାଜନୈତିକ ପ୍ଲାଟଫର୍ମ ଯୋଗାଡ଼ କରିବାରେ ବିଳମ୍ବ ଘଟୁଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ତାଙ୍କ ପାଇଁ ଶ୍ରେଷ୍ଠ ବିକଳ୍ପ କୁହାଯାଉଥିବା ବିଜେପିଠାରୁ ତାଙ୍କୁ ଆକର୍ଷଣୀୟ ପ୍ୟାକେଜ୍ ର ଅଫର୍ ତଥାପି ମିଳିନାହିଁ । ଦିଲ୍ଲୀ ନେତାଙ୍କୁ ପ୍ରଭାବିତ କରିବାରେ ସେ କିଛିଟା ସକ୍ଷମ ହୋଇଛନ୍ତି ସତ ହେଲେ ଓଡ଼ିଶା ନେତାଙ୍କୁ ସେ ନିଜ ମାୟାଜାଲରେ ବାନ୍ଧିପାରିନାହାନ୍ତି । ଖାସ୍ କରି ପାୱାରଫୁଲ୍ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନେଇ ପାରିନାହାନ୍ତି ବୈଜୟନ୍ତ । ଧର୍ମେନ୍ଦ୍ରଙ୍କ ଗ୍ରୀନ୍ ସିଗନାଲ୍ ମିଳୁ ନ ଥିବା ବେଳେ ବୈଜୟନ୍ତ ବି ଶ୍ରେଷ୍ଠ ସମୟକୁ ଅପେକ୍ଷା କରିଛନ୍ତି ।
ବିଜେଡ଼ିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ବିଜେପି ଯାଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ବୈଜୟନ୍ତ ବି ପ୍ରବଳ ବିଜେପିମନା ବୋଲି ପୂର୍ବରୁ ଜଣାପଡୁଥିଲା । ଏମିତିରେ ଦୀର୍ଘ ୪ ବର୍ଷ ହେଲା ବୈଜୟନ୍ତଙ୍କ ମନ ବିଜେପିକୁ ଚାଲିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନ କରି ତାଙ୍କ ମନ ଜିଣିବାକୁ ପ୍ରଥମରୁ ଉଦ୍ୟମ କରୁଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସମେତ ସଂଘ ପରିବାରର ବରିଷ୍ଠ ନେତାଙ୍କ ସହ ମଧ୍ୟ ସେ ସୁସମ୍ପର୍କ ରଖି ଆସିଛନ୍ତି । ରାମ ମାଧବଙ୍କ ଭଳି ସଂଘ ପରିବାରର ପାୱାରଫୁଲ୍ ନେତାଙ୍କୁ ସେ ମନେଇ ରଖିଥିବା କୁହାଯାଉଛି । ତେବେ ସବୁ ପରେ ବି ଏଠାରେ ଧର୍ମେନ୍ଦ୍ର ଓ ତାଙ୍କ ଗୋଷ୍ଠୀକୁ କରାୟତ କରିବାରେ ସେ ସଫଳ ହୋଇନାହାନ୍ତି । ଏହା ନ ହେଲେ ତାଙ୍କର ବିଜେପି ଆସିବା ବୃଥା ବୋଲି ସେ କୁଆଡ଼େ ଭାବିନେଇଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତଙ୍କ ପ୍ରତି ଧର୍ମେନ୍ଦ୍ର ବିଶ୍ୱାସଭାଜନ ନ ହେବା ପଛରେ କାରଣ ବି ସ୍ପଷ୍ଟ । ବୈଜୟନ୍ତ ଜଣେ ଉଚ୍ଚଆକାଂକ୍ଷାମନା ମଣିଷ ବୋଲି ଧର୍ମେନ୍ଦ୍ର ଜାଣିଛନ୍ତି । ଦିଲ୍ଲୀରେ ତାଙ୍କର କାଟତି ଅଛି, ପାଖରେ ପଇସା ଅଛି, ଟିଭି ଟେ ବି ଅଛି । ନିକଟରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ସେ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି ଦେଖାଇବାକୁ ଉଦ୍ୟମ କରିଛନ୍ତି । ବିଜେପି ନେତୃବୃନ୍ଦଙ୍କୁ ପ୍ରଭାବିତ କରିବା ପାଇଁ ବୈଜୟନ୍ତଙ୍କର ଏହି ଚାଲ୍ କୁ ଭଲଭାବେ ବୁଝିଛନ୍ତି ଧର୍ମେନ୍ଦ୍ର । ସୁତରାଂ ବୈଜୟନ୍ତଙ୍କୁ ବିଜେପିରେ ସାମିଲ କରି ନିଜ ପାଇଁ ବିପଦ ଡାକି ଆଣିବାକୁ ଧର୍ମେନ୍ଦ୍ର ନ ଚାହିଁବା ସ୍ୱାଭାବିକ ।
ଏମିତିରେ ଆଜିକା ଦିନରେ ଧର୍ମେନ୍ଦ୍ର ଭାରି ପାୱାରଫୁଲ । ମୋଦି ଓ ଅମିତ୍ ଶାହାଙ୍କ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ । ହାତରେ ପେଟ୍ରୋଲିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସାଙ୍ଗକୁ ଦଳୀୟ ପାଣ୍ଠି ପରିଚାଳନା ଭାର ବି ତାଙ୍କ ଉପରେ ନ୍ୟସ୍ତ । ଓଡ଼ିଶାରେ ୪ ବର୍ଷ ଧରି ସେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜର ପତିଆରା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି । ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ଓଡ଼ିଶା ବିଜେପିର ଏବେ ପତ୍ର ବି ହଲୁନାହିଁ । ତେଣୁ ବୈଜୟନ୍ତଙ୍କୁ ଡାକିଆଣି ଧର୍ମେନ୍ଦ୍ର ନିଜ ତପସ୍ୟାକୁ ବାଜିରେ ଲଗାଇବାକୁ ଆଦୌ ଚାହୁଁ ନ ଥିବା ଚର୍ଚ୍ଚା ହେଉଛି ।
ରାଜନୈତିକ ସମୀକ୍ଷକଙ୍କ ମତରେ, ବୈଜୟନ୍ତ ବି କମ ଚାଲାକ ନୁହଁନ୍ତି । ସେ ଦେଖୁଛନ୍ତି, ଧର୍ମେନ୍ଦ୍ର ଏବେ ପାୱାରଫୁଲ୍ ହେଲେ ମଧ୍ୟ ତାଙ୍କ ପାଦତଳୁ ମାଟି ଖସିବାରେ ଲାଗିଛି । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିର ସ୍ଥିତି ଟାଣ ହେବା ବଦଳରେ ଦୁର୍ବଳ ହେଉଛି । ସଂଘ ପରିବାର ସହ ଧର୍ମେନ୍ଦ୍ରଙ୍କର ପଡୁନି । ଧର୍ମେନ୍ଦ୍ରଙ୍କ ଖାସ୍ ଲୋକ ଭାବେ ପରିଚିତ ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ସଂଘ ପରିବାର ପରିବର୍ତ୍ତନ କରିବାକୁ ଜିଦ୍ ଧରିଛନ୍ତି । ସଂଗଠନ ସମ୍ପାଦକ ମାନସ ମହାନ୍ତି ଧର୍ମେନ୍ଦ୍ରଙ୍କ ଘୋର ବିରୋଧୀ । ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳ ଏଠି ୨୦ ଆସନ ଜିତିବା କଷ୍ଟ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ବୁଝାଯାଇଛି । ସୁତରାଂ ରାଜ୍ୟ ବିଜେପିର ଏଭଳି ସ୍ଥିତି ଉପରେ ତୀକ୍ଷ୍ମ ନଜର ରହିଛି ବୈଜୟନ୍ତଙ୍କର । ଧର୍ମେନ୍ଦ୍ରଙ୍କ ସ୍ଥାନ ସେ ଆବୋରିବାକୁ ଚାହିଁ ବସିଛନ୍ତି । ସେଥିପାଇଁ ବିଜେପି ବାର୍ଗେନିଂ ଅପେକ୍ଷାରେ ଅଛନ୍ତି ବୈଜୟନ୍ତ ।
ଇତିମଧ୍ୟରେ ବୈଜୟନ୍ତ ନିଜ ପିଆର କାର୍ଯ୍ୟକ୍ରମକୁ ବଢ଼େଇ ଦେଇଛନ୍ତି । ସାରା ରାଜ୍ୟରେ ନିଜକୁ ଲୋକପ୍ରିୟ କରିବାକୁ ଉଦ୍ୟମ ସାଙ୍ଗକୁ ଲୋକଙ୍କ ସହାନୁଭୂତି ଯୋଗାଡ଼ କରିବାରେ ସବୁ ବଳ, କୌଶଳ ଖଟାଇଛନ୍ତି । ନିଜ ଟିଭିକୁ ବିଜେପିର ମୁଖପାତ୍ର ବନାଇ ସେ ଦଳୀୟ ନେତୃବୃନ୍ଦଙ୍କ ମନ କିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ଅପେକ୍ଷା ବିଜେପି ତାଙ୍କୁ ଦଳକୁ ନେଇ ଦଳର ଫେସ୍ ବନାଇବ । ତାଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ୨୦୧୯ ନିର୍ବାଚନ । ଆଉ ସେ ହେବେ କୁଆଡ଼େ ବିଜେପିର ମୁଖ୍ୟମନ୍ତ୍ରୀ ।
Previous Post

‘ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କର’

Next Post

କଂଗ୍ରେସରେ ଯୋଗଦେବେ ସାମ୍ବାଦିକ ସତ୍ୟପ୍ରକାଶ !

Next Post
କଂଗ୍ରେସରେ ଯୋଗଦେବେ ସାମ୍ବାଦିକ ସତ୍ୟପ୍ରକାଶ !

କଂଗ୍ରେସରେ ଯୋଗଦେବେ ସାମ୍ବାଦିକ ସତ୍ୟପ୍ରକାଶ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA