Thursday, May 7, 2026 04:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

by Our Correspondent
28 Jul, 2018- 11:52 AM
in Latest News, News
1 min read
0
ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡ଼ିଥିବା ହତାଧିକାରୀମାନଙ୍କୁ ଏଥିରେ ସାମିଲ କରାଯିବ । ଏହାଦ୍ୱାରା ୩୪ ଲକ୍ଷ ୩୪ ହଜାର ହିତାଧିକାରୀ ଉପକୃତ ହେବେ । ସାରା ରାଜ୍ୟର ସବୁ ଗରିବ ଲୋକ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ସୁବିଧା ପାଇପାରିବେ । ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇଆସିଛି । ୨୦୦୮ ରୁ ଆମେ ଆପଣଙ୍କ ଟଙ୍କାରେ ଗରିବ ଲୋକଙ୍କୁ ୨ ଟଙ୍କାରେ ଚାଉଳ ଯୋଗାଇ ଦେଇ ଆସୁଥିଲୁ । ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ କେଜି ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ । ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଥିଲା ଦେଶରେ ସେତେବେଳେ ବହୁତ ବଡ଼ ପଦକ୍ଷେପ ।
୨୦୧୪ରେ ମୁଁ ଆପଣଙ୍କୁ ପ୍ରମିସ୍ କରିଥିଲି ଯେ ଆମେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବୁ । ଆପଣମାନେ ଜାଣନ୍ତି, କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ଆମର ବହୁତ ଗରିବ ଲୋକ ଏଥିରେ ସାମିଲ ହୋଇପାରିନାହାନ୍ତି । ୨୦୧୧ ପପୁଲେସନ୍ ଭିତ୍ତିରେ କେନ୍ଦ୍ର ସରକାର ରାସନ ଯୋଗାଉଛନ୍ତି । ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ମୁଁ ବହୁବାର ଚିଠି ଲେଖିଛି । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ବିଚାର କରିନାହାନ୍ତି ।
ତେଣୁ ଆପଣଙ୍କ ସରକାର, ଆପଣଙ୍କ ଓଡ଼ିଶା ସରକାର ଆପଣଙ୍କ ଟଙ୍କାରେ ଆପଣମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି । ଆଗାମୀ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ସାରା ରାଜ୍ୟର ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ସୁବିଧା ପାଇପାରିବେ । ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ ।
ମୁଁ ସବୁବେଳେ କହିଆସିଛି, ଆମେ କାମରେ ବିଶ୍ୱାସ କରୁ । ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରୁ । ମୁଁ ବହୁତ ଖୁସି ଯେ ଆପଣଙ୍କୁ ଦେଇଥିବା କଥା ଆଜି ମୁଁ ରଖିପାରିଛି । ଆପଣମାନଙ୍କ ଆଶିର୍ବାଦ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳ ହେବ ।”
Previous Post

ପ୍ରତାପ ହେବେନି, ବସନ୍ତ ରହିବେ ସଭାପତିି !!

Next Post

ଆଇପିଏସ୍ ଅଦଳବଦଳ: ସତ୍ୟଜିତ୍ ମହାନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର

Next Post
ଆଇପିଏସ୍ ଅଦଳବଦଳ: ସତ୍ୟଜିତ୍ ମହାନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର

ଆଇପିଏସ୍ ଅଦଳବଦଳ: ସତ୍ୟଜିତ୍ ମହାନ୍ତି ଟ୍ୱିନ୍ ସିଟି ପୁଲିସ କମିଶନର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA