Monday, May 25, 2026 08:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ

by Our Correspondent
12 Sep, 2018- 04:32 PM
in Latest News, News
1 min read
0
ଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ
ନୂଆଦିଲ୍ଲୀ: ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି । ଆସନ୍ତା ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍’ କୁ ସଫଳ କରିବା ପାଇଁ ମୁମ୍ବାଇ ପରେ ଆଜି ଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଥିବା ଦର୍ଶାଇଛନ୍ତି । ନିବେଶକାରୀଙ୍କୁ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଶକ୍ତି ଏହାର ଖଣିଜ ସମ୍ପଦ । ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଏହାର ସଦୁପଯୋଗ ପାଇଁ କାର୍ଯ୍ୟ କରୁଛନ୍ତି । ଆଜି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ୍ କ୍ୟାପିଟାଲ୍ ର ମାନ୍ୟତା ପାଇପାରିଛି । ଦେଶର ଆଲିମିନିୟମ୍ ଉତ୍ପାଦନରେ ଓଡ଼ିଶାର ଭାଗ ୫୪ ପ୍ରତିଶତ । ଇସ୍ପାତ ନିର୍ମାଣରେ ମଧ୍ୟ ଅଗ୍ରଣୀ ଭୂମିକାରେ ଥିବାରୁ ଓଡ଼ିଶାକୁ ଦେଶର ଷ୍ଟିଲ୍ ହବ୍ ଭାବେ ଗଣାଯାଉଛି । ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ୧୮ ବର୍ଷ ଭିତରେ ବନ୍ଦର କ୍ଷମତା ୧୦ ଗୁଣା ବଢ଼ିଥିବା ବେଳେ ଶକ୍ତି ଉତ୍ପାଦନ ୩ ଗୁଣା ବଢ଼ିଛି । ରାସ୍ତାଘାଟ ବିକାଶରେ ୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରାଜ୍ୟ ସରକାର ଥ୍ରି- ଟି ମନ୍ତ୍ର (ଟିମୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନସପେରନ୍ସି)ଆଧାରରେ ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରୁଛନ୍ତି । ଗତ ୬ ମାସରେ ୫୦ ଟି ପ୍ରକଳ୍ପରେ ୧୭ ହଜାର କୋଟି ପୁଞ୍ଜିନିବେଶ ହୋଇ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଷ୍ଟାର୍ଟ- ଅପ୍ ଓଡ଼ିଶା ଆରମ୍ଭର କିଛି ମାସ ମଧ୍ୟରେ ୨୫୦ଟି ଷ୍ଟାର୍ଟ ଅପ୍ ପଂଜିକୃତ ହୋଇଛି ଏବଂ ୨୦୨୦ ସୁଦ୍ଧା ଦେଶର ଶ୍ରେଷ୍ଠ ୩ ଷ୍ଟାର୍ଟ-ଅପ୍ ହବ୍ ଭିତରେ ଓଡ଼ିଶା ସ୍ଥାନ ପାଇବାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁଯୋଗ ଓ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମ୍ମିଳନୀରେ ଦେଶର ବହୁ ନାମୀ ଦାମୀ ଶିଳ୍ପସଂସ୍ଥାର ପ୍ରତିନିଧି ଓ ନିବେଶକାରୀମାନେ ଯୋଗଦେଇଥିଲେ ।
Previous Post

ଦାମ ନରମିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ

Next Post

ବିଜେଡ଼ିରୁ ବହିଷ୍କୃତ ହେଲେ ଦାମ

Next Post
ବିଜେଡ଼ିରୁ ବହିଷ୍କୃତ ହେଲେ ଦାମ

ବିଜେଡ଼ିରୁ ବହିଷ୍କୃତ ହେଲେ ଦାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA