Friday, May 8, 2026 09:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲଜ୍ଜା ସରମ ନାହିଁ ବିଏମ୍‍ସିର

by Our Correspondent
24 Dec, 2015- 07:37 PM
in News
1 min read
0
ଲଜ୍ଜା ସରମ ନାହିଁ ବିଏମ୍‍ସିର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ସହରର କିଛି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ଛକକୁ ନୋ ହୋଡିଂ ଜୋନ୍‍ ତାଲିକାଭୁକ୍ତ କରିଛନ୍ତି । ସେଗୁଡ଼ିକ ହେଲା(୧) କ୍ୟାପିଟାଲ୍‍ ହସ୍ପିଟାଲ୍‍-ଏଜି ସ୍କୋୟାର୍‍-ରବିନ୍ଦ୍ରମଣ୍ଡପ ଛକ-୧୨୦ ବାଟାଲିୟନ୍‍ (୨) ପିଏମଜି ସ୍କୋୟାର୍‍-ମାଷ୍ଟରକ୍ୟାଣ୍ଟିନ୍‍(୩) ଏଜି ସ୍କୋୟାର୍‍-ରାଜଭବନ-ପାୱାର ହାଉସ୍‍ । ଅର୍ଥାତ୍‍ ଏହିସବୁ ରାସ୍ତାରେ ହୋଡିଂ ଲଗାଇବା ମନା । ଅମାନ୍ୟ କରି ରାତିଅଧିଆ ଯଦି କିଏ ଏହିସବୁ ରାସ୍ତାରେ ହୋଡିଂ ଲଗାଉଛି ତେବେ ବିଏମସିର ହୋର୍ଡିଂ ଉଚ୍ଛେଦ ବାହିନୀ ଫୁରସତ୍‍ ଦେଉନାହାନ୍ତି । ଏହା ଭଲ କଥା । କାହାରି ଆପତ୍ତି ନାହିଁ । ଆଇନ ଅକ୍ଷରେ ଅକ୍ଷରେ ପାଳନ ନହେଲେ ଦଣ୍ଡ ଦେବାର ଅଧିକାରୀ ବିଏମସିର । ତେବେ ବଡ଼ ପ୍ରଶ୍ନ ହେଉଛି ଏହି ନିୟମଟି ସମସ୍ତଙ୍କ ପାଇଁ ସମାନ ତ?
କ୍ୟାପିଟାଲ୍‍ ହସ୍ପିଟାଲ୍‍ ଛକରୁ ଏଜି ଛକ ଯାଏଁ ଗଲେ ଯେ କେହି ଏହାର ଉତ୍ତର ଜଳ ଜଳ ପାଇଯିବେ । ଅର୍ଥାତ୍‍ ବିଏମସିର ନିୟମ କେମିତି ସେହି ରାସ୍ତାରେ ବାଟ ଭାଙ୍ଗିଦେଇଛି ତାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ପାଇବେ । ସେହି ରାସ୍ତାରେ ଲାଗିଥିବା ହୋଡିଂକୁ ଦେଖିଲେ ବିଏମ୍‍ସିଠାରୁ ବିଜୁ ଜନତା ଦଳ ଠିକା ନେଇଯାଇଥିବା ମନେ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋର ସୁଦୃଶ୍ୟ ହୋଡିଂ କେଉଁଠି ଲମ୍ବା ହୋଇ ଛିଡ଼ା ହୋଇଛି ତ ଆଉ କେଉଁଠି ଇଣ୍ଡିଆ ଟୁଡେ ପତ୍ରିକାରେ ନବୀନ ପଟ୍ଟନାୟକଙ୍କ ଶାସନର ପ୍ରଶସ୍ତିଗାନ୍‍ ର ହୋଡିଂ । ପତ୍ରିକାର କଭର୍‍ ପେଜ୍‍ରେ ବେଷ୍ଟ ଅଫ ଷ୍ଟେଟସ୍‍ ଶୀର୍ଷକର ମୁଖବନ୍ଧ ହୋଡିଂରେ ସ୍ଥାନ ପାଇଥିବା ବେଳେ ଭାରତ ମାନଚିତ୍ର ଭିତରେ ନବୀନଙ୍କ ହସ ହସ ମୁହଁର ହୋଡିଂ ଶୋଭାପାଉଛି ରାସ୍ତାର ନୋ ହୋଡିଂ ଜୋନ୍‍ ରେ । ଏହାକୁ ବିଏମସି କେମିତି ଅନୁମତି ଦେଇଛି ତାହା ଆଦୋ÷ ବୁଝାପଡୁନାହିଁ । ବିଏମସି ଶାସନ ଡୋରି ଧରିଥିବା ବୁନୁ ଜେନା ହୁଅନ୍ତୁ କି କ୍ରିଷନ୍‍ କୁମାର ହୁଅନ୍ତୁ ତାଙ୍କର ପ୍ରଭୁ ନବୀନ ପଟ୍ଟନାୟକ ଓ ଦଳ ପାଇଁ ଆନୁଗତ୍ୟ ଦେଖାଇବାରେ ଭୁଲ୍‍ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆଇନକାନୁନ୍‍କୁ ଲଙ୍ଗଳା କରିବାର ଅଧିକାର ନାହିଁ ବିଏମସିର । ଆଇନ ଆଖିରେ ନବୀନ ପଟ୍ଟନାୟକ ଓ “ବିଜୁ ଜନତା ଦଳ’ ଯେତିକି ୬ ନମ୍ବର ବସ୍ତିର ନବୀନା ମଲ୍ଲିକ ଓ ତା ଅନୁଷ୍ଠାନ “ବୋଲ୍‍ ହରି ବୋଲ୍‍’ ବି ସେତିକି ।
ଏହି ପ୍ରସଙ୍ଗର ସବୁଠାରୁ ସମ୍ବେଦନଶୀଳ ଅଧ୍ୟାୟଟି ହେଉଛି ଆଦିବାସୀ ଓ ଦଳିତଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ସରକାରଙ୍କ ବୁନୁ ମାର୍କା ବିଏମସିର ସମ୍ବେଦନହୀନତା । ଡିସେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍‍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଏସ୍‍ସି/ଏସଟି ଛାତ୍ରଛାତ୍ରୀଙ୍କ ଫେଷ୍ଟିଭାଲ୍‍ କାର୍ଯ୍ୟକ୍ରମ ସରଗିଫୁଲ୍‍ । ଭାଗନେବାକୁ ସାରା ରାଜ୍ୟରୁ ଆସିଥିଲେ ଏସସି/ଏସଟି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଆୟୋଜକ ଏସ୍‍ସି/ଏସଟି ଉନ୍ନୟନ ବିଭାଗ ଲାଗିପଡ଼ିଥିଲେ । ଏଜି,ପିଏମଜି ପରି ସହରର ମୁଖ୍ୟ ଛକ ଓ ରାସ୍ତାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କିତ ଅସ୍ଥାୟୀ ହୋଡିଂ ଓ ବ୍ୟାନର୍‍ ଲଗାଇବାକୁ ବିଏମସିଠାରୁ ଅନୁମତି ଲୋଡିଥିଲା ବିଭାଗ । ଗତ ନଭେମ୍ବର ୩୦ ତାରିଖରୁ ବିଏମସିର ଅନୁମତି ଲୋଡାଯାଇଥିଲା । ମାତ୍ର ଡିସେମ୍ବର ୧୫ ତାରିଖରେ ବିଏମସି କର୍ତୃପକ୍ଷ ଏହାକୁ ରିଜେକ୍ଟ କରି ଚିଠିରେ ଜଣାଇଦେଲେ । ଅର୍ଥାତ୍‍ ନୋ ହୋଡିଂ ଜୋନ୍‍ ରେ ତମେ ହୋଡିଂ କିମ୍ବା ବ୍ୟାନର୍‍ ଲଗାଇପାରିବନି ବୋଲି କଡ଼ା ତାଗିଦ୍‍ କଲେ । ବିଏମସି ତାଗିଦ୍‍ ମାନି ବିଚାରା ଏସ୍‍ସି/ଏସଟି ବିଭାଗ କାନ କୁଣ୍ଡେଇ ରହିଲେ ।
ଏସସି/ଏସଟି ପିଲାଙ୍କ ରାଜ୍ୟସ୍ତରୀୟ ଫେଷ୍ଟିଭାଲ୍‍କୁ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ହୋଡିଂ ଜରିଆରେ ପ୍ରଚାର କରିବାର ଅନୁମତି ଦେବା ବିଏମସି ପାଇଁ ମହାପାପ ହୋଇଗଲା । କିନ୍ତୁ ସେହି ନୋ ହୋଡିଂ ଜାଗାରେ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଏକ ପତ୍ରିକାର ପ୍ରଂଶସାକୁ ବଡ଼ ବଡ଼ ହୋଡିଂ ଜରିଆରେ ପ୍ରଚାର କରିବା ବିଏମସି ପାଇଁ ମହାପୂଣ୍ୟ ହେଲା କିପରି? ଦମ୍‍ ଥିଲେ ବିଏମସି କର୍ତ୍ତୃପକ୍ଷ ସାଧାରଣରେ ଏହାର ଜବାବ ରଖନ୍ତୁ । ନଚେତ୍‍ ନିଜର ଏହି ବେଧଡ଼କ କୁକର୍ମରେ ଲଜ୍ଜିତ ହୋଇ ଏସ୍‍ସି/ଏସଟି ବର୍ଗର ଛାତ୍ରଛାତ୍ରୀଙ୍କୁ ହାତଯୋଡି କ୍ଷମା ମାଗନ୍ତୁ ।

Previous Post

ଜାଲି କର୍ମଚାରୀ, ହାଉସିଂ ବୋର୍ଡ ଡବୁଟୁବୁ

Next Post

ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

Next Post
ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

ଚାଷୀଙ୍କ ପାଇଁ ଉତ୍ସର୍ଗ, ନବୀନଙ୍କ ପାଇଁ କ୍ୱିଣ୍ଟାଲିଆ ଫୁଲମାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA