Monday, May 25, 2026 10:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି

by Our Correspondent
16 Nov, 2018- 02:31 PM
in Latest News, News
1 min read
0
ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧବେଶନ । ମାତ୍ର ପ୍ରଥମରୁ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରି ଗୃହକୁ ଚଲେଇ ଦେଇନାହାନ୍ତି । ଶୋକ ପ୍ରସ୍ତାବ ଆଲୋଚନା ଓ ବାଚସ୍ପତିଙ୍କ ଦୁଇଟି ଘୋଷଣା ଭିତରେ ସୀମିତ ହୋଇଗଲା ଗୃହକାର୍ଯ୍ୟ । ଚାଷୀ ସମସ୍ୟା ସମ୍ପର୍କରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ନୋଟିସ୍ କୁ ବାଚସ୍ପତି ଆଲୋଚନା ପାଇଁ ଗ୍ରହଣ କରିଥିଲେ ମଧ୍ୟ ପ୍ରଶ୍ନକାଳ ବାତିଲ କରି ମୁଲତବୀ ଆଲୋଚନା ପାଇଁ କଂଗ୍ରେସ ବିଧାୟକମାନେ ଅଡ଼ି ବସି ହଟ୍ଟଗୋଳ କରିଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଆଜି ଦିନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତମାନଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରିଥିଲେ । ସେମାନେ ହେଲେ ପୂର୍ବତନ ସରକାରୀ ଉପମୁଖ୍ୟ ସଚେତକ ସ୍ୱର୍ଗତ ପ୍ରସନ୍ନ କୁମାର ପାଲ, ପୂର୍ବତନ ସଦସ୍ୟ ସ୍ୱର୍ଗତ ବଂଶୀଧର ସାହୁ, ୨୯ ଆସାମ ରାଇଫଲର ପୂର୍ବତନ ରାଇଫଲମ୍ୟାନ ସ୍ୱର୍ଗତ ଚମ୍ପେଶ୍ୱର ମହାକୁଡ଼, ସିଆରପିଏଫର ପୂର୍ବତନ ଡ୍ରାଇଭର ସ୍ୱର୍ଗତ ବ୍ରଜମୋହନ ବେହେରା ଓ ଦୂରଦର୍ଶନର ପୂର୍ବତନ କ୍ୟାମେରାମ୍ୟାନ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକପ୍ରସ୍ତାବକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସମର୍ଥନ କରି ସେମାନଙ୍କ ଶୋକବ୍ୟକ୍ତ କରିଥିଲେ । ବାଚସ୍ପତି ପ୍ରଦୀପ ଅମାତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପରଲୋକଗତ ଆତ୍ମାଙ୍କ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଶୋକପ୍ରସ୍ତାବ ଆଲୋଚନା ସରିଲା ମାତ୍ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଯିବାରୁ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତିକୁ ସମାଲୋଚନା କରି ହୋହଲ୍ଲା ଆରମ୍ଭ କରିଥିଲେ । ଚାଷ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦଳ ପକ୍ଷରୁ ସକାଳେ ବାଚସ୍ପତିଙ୍କୁ ମୁଲତବୀ ନୋଟିସ୍ ଦିଆଯାଇଥିଲା ଏବଂ ବାଚସ୍ପତି ତାହାକୁ ଆଲୋଚନା ପାଇଁ ଗ୍ରହଣ କରିଥିଲେ । ହେଲେ କଂଗ୍ରେସ ବିଧାୟକମାନେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହିଁ ନ ଥିଲେ । ଗୃହର ପ୍ରଶ୍ନୋତ୍ତର କାଳକୁ ବାତିଲ କରି ମୁଲତବୀ ଆଲୋଚନା ଦାବିରେ ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ଫଳରେ ଦିନ ୧୧.୧୪ ମିନିଟ୍ ରେ ବାଚସ୍ପତି ଶ୍ରୀ ଅମାତ୍ ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରିଥିଲେ ।
୧୨.୧୪ ମିନିଟ୍ ରେ ପୁନର୍ବାର ଗୃହ ଆରମ୍ଭ ହୋଇଥିଲା । କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫା ଗ୍ରହଣ ସଂକ୍ରାନ୍ତରେ ବାଚସ୍ପତି ଘୋଷଣା କରିଥିଲେ । ସେହିଭଳି ସମତାକ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ବିଧାୟକ ଜର୍ଜ ତିର୍କୀଙ୍କ ସଦସ୍ୟ ପଦର ବୈଧତା ସଂକ୍ରାନ୍ତରେ ଘୋଷଣା କରିଥିଲେ । ବାଚସ୍ପତି ଅନ୍ୟ କାର୍ଯ୍ୟସୂଚୀକୁ ଯିବା ପୂର୍ବରୁ କଂଗ୍ରେସ ବିଧାୟକ ପୂର୍ବଭଳି ନିଜ ଆସନ ଛାଡ଼ି ଗୃହର ମଧ୍ୟଭାଗରେ ହୋ ହଲ୍ଲା,ହଙ୍ଗମା କରିଥିଲେ । ଚାଷୀ ପ୍ରସଙ୍ଗରେ ଆଲୋଚନା ଦାବି ଜାରି ରଖିଥିଲେ । ବିଜେପି ବିଧାୟକମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ । ଅବସ୍ଥା ଦେଖି ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ ।
ଚାଷୀ ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ସିଧା ମୁଲତବୀ ଆଲୋଚନା ପାଇଁ ଦାବି କରାଯାଇଥିଲା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଚିରାଚରିତ ଭାବେ ଏହା ଉପରେ ଆଲୋଚନା ହୋଇଥିଲେ ଏହାର ଗୁରୁତ୍ୱ ରହି ନ ଥାଆନ୍ତା ବୋଲି ସେ କହିଛନ୍ତି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବାଚସ୍ପତି ଚାଷୀ ପ୍ରସଙ୍ଗ ଏଡ଼ାଇ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଥିବାରୁ ସମାଲୋଚନା କରିଛନ୍ତି । ଅପରପକ୍ଷେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡ଼ି ସମାଲୋଚନା କରିଛି । ଚାଷ ଓ ଚାଷୀ ପ୍ରସଙ୍ଗରେ ମୁଲତବୀ ନୋଟିସ୍ କୁ ବାଚସ୍ପତି ଗ୍ରହଣ କରିସାରିଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ପ୍ରଶ୍ନୋତ୍ତର କାର୍ଯ୍ୟ ବାତିଲ କରି ଗୃହରେ ହଙ୍ଗାମା କରିବାକୁ ବିଜେଡ଼ି ବିଧାୟକ ସମୀର ଦାଶ ସମାଲୋଚନା କରିଛନ୍ତି । ଚାଷୀ ସମସ୍ୟା ଉପରେ ଆଲୋଚନା କରିବାକୁ ଶାସକ ଦଳ ପ୍ରସ୍ତୁତ ଥିବା ବେଳେ ବିରୋଧୀ ଦଳର ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି ।
Previous Post

ଦ୍ୱନ୍ଦରେ ଅପରାଜିତା ଷଡ଼ଙ୍ଗୀ !

Next Post

ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

Next Post
ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA