Monday, May 25, 2026 11:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

by Our Correspondent
16 Nov, 2018- 04:09 PM
in Latest News, News
1 min read
0
ସିବିଆଇକୁ ଆନ୍ଧ୍ର ଦ୍ୱାର ବନ୍ଦ କଲେ ନାଇଡୁ ସରକାର

ହାଇଦ୍ରାବାଦ: ସିବିଆଇ ତାର ପବିତ୍ରତା ଓ ବିଶ୍ୱସନୀୟତା ହରାଇ ଦେଇଛି । ମୋଦି ସରକାରଙ୍କର ଏହା କଣ୍ଢେଇ ସାଜିଛି । ଏଭଳି ଏକ ଅପବିତ୍ର ତଦନ୍ତକାରୀ ସଂସ୍ଥାର ମୁହଁ ଚାହିଁବାକୁ ମନା କରିଦେଇଛନ୍ତି ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁ ସରକାର । ସିବିଆଇ ପାଇଁ ଆନ୍ଧ୍ର ଦ୍ୱାର ଦ୍ୱାର ବନ୍ଦ କରିଦେଇଛନ୍ତି । ସିବିଆଇର ରାଜ୍ୟ ପ୍ରବେଶ ଅନୁମତିକୁ ଆଜି ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ବଳରେ ଆନ୍ଧ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଆନ୍ଧ୍ରପ୍ରଦେଶକୁ ପଶିପାରିବ ନାହିଁ । ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା(ଏସିବି) ସିବିଆଇର ସମସ୍ତ ଦାୟିତ୍ୱଭାର ସମ୍ଭାଳିବ । ସିବିଆଇ ସହ ନାଇଡୁ ସରକାରଙ୍କର ଏଭଳି କଠୋର ମୁକାବିଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି ।

ଆଜି  ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୃହ ବିଭାଗର ପ୍ରମୁଖ ସଚିବ ଏ.ଆର.ଅନୁରାଧାଙ୍କ ଦସ୍ତଖତରେ ଏକ ସରକାରୀ ଗେଜେଟ୍ ପ୍ରକାଶ ପାଇଛି । ଦିଲ୍ଲୀ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍ ର ଧାରା ୬ କୁ ପ୍ରତ୍ୟାହାର କରାଗଲା ବୋଲି ସେଥିରେ ନିର୍ଦ୍ଦେଶନାମା ରହିଛି । ଏହି ଧାରା ପ୍ରତ୍ୟାହାର ଅର୍ଥ ସିବିଆଇକୁ ଆନ୍ଧ୍ର ପ୍ରଦେଶରେ ପ୍ରବେଶ ଅନୁମତି ପ୍ରତ୍ୟାହାର କରାଯାଇଛି । ସିବିଆଇ ଆନ୍ଧ୍ରପ୍ରଦେଶ ଯାଇ କାହାରି ଉପରେ ଚଢ଼ଉ କରିପାରିବନି କି କୌଣସି ମାମଲାର ଅନୁସନ୍ଧାନ କରିପାରିବ ନାହିଁ ।

ସୂଚନାଯୋଗ୍ୟ, ଦିଲ୍ଲୀ ସ୍ପେଶାଲ୍ ପୁଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ ବଳରେ ସିବିଆଇ ସଂସ୍ଥା ଗଠନ ହୋଇଛି । କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ବିରୋଧରେ ଦୁର୍ନୀତିର ତଦନ୍ତ ପାଇଁ ଏହା ଉଦିଷ୍ଟ । ଏହି ଆଇନରେ ଦିଲ୍ଲୀ ଉପରେ ସିବିଆଇର ସମ୍ପୂର୍ଣ୍ଣ କବଜା ଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରବେଶ ପାଇଁ ଅନୁମତିର ବ୍ୟବସ୍ଥା ଅଛି । ପ୍ରତିବର୍ଷ ଏକ ବିଜ୍ଞପ୍ତି ଜରିଆରେ ପ୍ରାୟ ସବୁ ରାଜ୍ୟ ସିବିଆଇକୁ ପ୍ରବେଶର ଅନୁମତି ଦେଇଦିଅନ୍ତି । ରାଜ୍ୟର କ୍ଷମତା ଅଛି, ଉକ୍ତ ଆକ୍ଟର ଧାରା ୬ କୁ ପ୍ରତ୍ୟାହାର କରିବାକୁ । ଯାହା ଆଜି ଆନ୍ଧ୍ର କରି ଦେଖାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତିକ୍ତ ସମ୍ପର୍କ ସମସ୍ତେ ଜାଣନ୍ତି । ସିବିଆଇ ଭଳି ଏକ ସଂସ୍ଥାକୁ ମୋଦି ସରକାର କବଜାରେ ରଖି ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ସେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ମୋଦିଙ୍କ ହସ୍ତକ୍ଷେପ ସିବିଆଇକୁ କଳୁଷିତ କରିଛି ଏବଂ ସିବିଆଇ ତାହର ବିଶ୍ୱନୀୟତା ହରାଇ ବସିଛି ବୋଲି ତାଙ୍କର ଅଭିଯୋଗ ରହିଆସିଛି । ଶେଷରେ ନାଇଡୁ ତାହାର ବଦଲା ନେଇଛନ୍ତି । ସିବିଆଇକୁ ରାଜ୍ୟ ପ୍ରବେଶ ରୋକିବାକୁ ନାଇଡୁ ସରକାରଙ୍କ କ୍ଷମତା ପ୍ରୟୋଗ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସିବିଆଇକୁ ଏହା ଖାଲି ବଡ଼ ଧକ୍କା ଦେଇନି ବରଂ ପୁଣି ଏକ ଝଡ଼ ଭିତରକୁ ଠେଲି ଦେଇଛି । ମୋଦି ସରକାରଙ୍କୁ ମଧ୍ୟ ଏହା ବିବାଦୀୟ ସ୍ଥିତିକୁ ଟାଣିନେଇଛି ।
Previous Post

ଆରମ୍ଭରୁ ଚାଷୀ ତାତି; ବିଧାନସଭା ଚାଲି ପାରିଲାନିି

Next Post

ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା

Next Post
ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା

ନାଇଡୁଙ୍କ ରାସ୍ତାରେ ଦିଦି; ସିବିଆଇକୁ ପଶ୍ଚିମବଙ୍ଗ ବି ମନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA