Saturday, May 30, 2026 05:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦୀଙ୍କ ବ୍ଲାଙ୍କ୍ ଫାୟାରିଂ, ଗେରୁଆ ମହଲରେ ନିରାଶ

by Our Correspondent
24 Dec, 2018- 06:34 PM
in Latest News, Politics
1 min read
0
ମୋଦୀଙ୍କ ବ୍ଲାଙ୍କ୍ ଫାୟାରିଂ, ଗେରୁଆ ମହଲରେ ନିରାଶ
ଭୁବନେଶ୍ୱର: ବିଜେଡ଼ି ସରକାରକୁ ଆଉ ନିସ୍ତାର ନାହିଁ । ଏଥର ଓଡ଼ିଶାରେ ନିର୍ବାଚନ ପ୍ରଚାରର ଶୁଭ ପକାଇବେ ମୋଦୀ । ନବୀନ ପଟ୍ଟନାୟକଙ୍କ ଧ୍ୱଜା ଉଡ଼ାଇବେ । ଏମିତି କେତେ କ’ଣ ଗପିଥିଲେ ବିଜେପିର କୁହାଳିଆ ନେତାମାନେ । କର୍ମୀମାନଙ୍କୁ ମୋଦୀ ଗଦ ଶୁଙ୍ଘାଇ ନବୀନଙ୍କ ବିରୋଧରେ ମାତାଲ କରିଦେଇଥିଲେ । ଏଠିକାର ବିଜେପି ନେତୃତ୍ୱ ମୋଦୀଙ୍କ ତୁଣ୍ଡରୁ ବିଜେଡ଼ି ବିରୋଧୀ ପ୍ରଚଣ୍ଡ ଆକ୍ରମଣକୁ ଚାହିଁ ବସିଥିଲେ । ମାତ୍ର ସବୁ ଫୁସୁକି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋର୍ଦ୍ଧା ବରୁଣେଇ ସମାବେଶ ବିଜେପି ନେତା ଓ କର୍ମୀଙ୍କୁ ନିରାଶ କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଓଡ଼ିଶାର ବିକାଶର ସ୍ୱପ୍ନ ଦେଖାଇଲେ । ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତି, ପିସି କାରବାର କଥା ଚୁମ୍ବକରେ ଉଠାଇଲେ । ଆୟୁଷ୍ମାନ ଯୋଜନା କଥା ଉଠାଇଲେ । ଶିଶୁଙ୍କ କୁପୋଷଣ, ଚାଷୀ ଓ ବେକାରୀଙ୍କ ଦୁଃଖ କଥା ଉଠାଇଲେ । ମାତ୍ର ସିଧାସଳଖ ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ଧରିଲେନି । ପବନକୁ ଗୁଳି ମାରିଲା ଭଳି ଭାଷଣ ଦେଇଥିଲେ । ଦୁଇମାସ ତଳେ ପ୍ରଧାନମନ୍ତ୍ରୀ ତାଳଚେର ଓ ଝାରସୁଗୁଡ଼ା ଆସି ଦଳୀୟ ସମାବେଶରେ ଭାଷଣ ଦେଇଥିଲେ । ସିଧା ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କ ନାଁ ନେଇ ଧୂମ୍ ବର୍ଷିଥିଲେ । ମାତ୍ର ଏଥର ମୋଦୀଙ୍କ ଭାଷା ବଦଳିଯାଇଥିଲା । ସମାଲୋଚନାର କିଛି ଶବ୍ଦ ଥିଲା ହେଲେ ତାହା ଶାଣିତ ନ ଥିଲା । ପୂର୍ବଥର ଭଳି ସିଧାସଳଖ ନାଁ ନେଇ ଗାଳି କରି ନ ଥିଲେ ମୋଦୀ । ପୂର୍ବ ଭାରତ ଦଖଲର ବଳ ଦେଖାଉଥିବା ମୋଦୀଙ୍କ ଏଭଳି ନରମ ଭାଷଣ ବିଜେପି ନେତା ଓ କର୍ମୀଙ୍କ ମୁହଁ ଶୁଖାଇ ଦେଇଥିଲା । ମୋଦୀଙ୍କ ଭାଷଣ ସରିଲା ପରେ ନେତାମାନେ ପରଷ୍ପର ମୁହଁକୁ ଚାହୁଁଥିଲେ ।
ପୂର୍ବରୁ ଅରୁଗୁଳ ଆଇଆଇଟି କ୍ୟାମ୍ପସ୍ ଉତ୍ସବରେ ମୋଦୀ ଓ ନବୀନଙ୍କ ଭାବଭଙ୍ଗୀ ସମସ୍ତେ ଦେଖିଥିଲେ । ଦୁହିଁଙ୍କ ମଧ୍ୟରେ କିଛି ସମୟ ଅନ୍ତରଙ୍ଗ ଆଳାପ ବି ହୋଇଥିଲା । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ସମସ୍ତେ ସ୍ୱାଭାବିକ ଭାବିନେଇଥିଲେ । ମାତ୍ର ବରୁଣେଇଠାରେ ଦଳୀୟ ସମାବେଶରେ ମୋଦୀଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା । ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାର ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ତାଳି ମାରିବାକୁ ଅପେକ୍ଷା କରିଥିବା ବିଜେପି ନେତା ଓ କର୍ମୀମାନେ ନିରାଶ ହୋଇଥିଲେ ।
Previous Post

ଓଡ଼ିଶାରେ ମୋଦୀ: ଓଡ଼ିଶା ଓ ପୂର୍ବ ଭାରତର ବିକାଶକୁ ଗୁରୁତ୍ୱ

Next Post

ମୋଦୀଙ୍କ ମଞ୍ଚରେ ଅପରାଜିତାଙ୍କୁ ମିଳିଲାନି ଜାଗା

Next Post
ମୋଦୀଙ୍କ ମଞ୍ଚରେ ଅପରାଜିତାଙ୍କୁ ମିଳିଲାନି ଜାଗା

ମୋଦୀଙ୍କ ମଞ୍ଚରେ ଅପରାଜିତାଙ୍କୁ ମିଳିଲାନି ଜାଗା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA