Monday, May 25, 2026 09:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏକାଠି ହୋଇପାରିଲେନି ବିଜୁପ୍ରେମୀ, ଦାମଙ୍କ ଭିନ୍ନ ଗୋଠ

by Our Correspondent
21 Jan, 2019- 01:18 PM
in Latest News, News, Politics
1 min read
0
ଏକାଠି ହୋଇପାରିଲେନି ବିଜୁପ୍ରେମୀ, ଦାମଙ୍କ ଭିନ୍ନ ଗୋଠ

– ଖାରବେଳ-ବ୍ରଜ ଗଠନ କଲେ ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’
– ଦାମଙ୍କ ନୂଆ ଦଳ ନାଁ ‘ଜନତା କ୍ରାନ୍ତି’
– ଧରା ଦେଉନାହାନ୍ତି ବୈଜୟନ୍ତ, ବିଜୟ, ଦିଲ୍ଲୀପ,ପଞ୍ଚାନନ

ଭୁବନେଶ୍ୱର: ବିଜେଡ଼ିରୁ ବିତାଡ଼ିତ ତଥାକଥିତ ବିଜୁପ୍ରେମୀଙ୍କୁ ଏକଜୁଟ କରି ବିଜେଡ଼ି ବିରୋଧରେ ମହାମେଣ୍ଟ କରିବାକୁ ଖାରବେଳ ସ୍ୱାଇଁ ଯୋଜନା କରିଥିଲେ । ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କୁ ଗୋଟିଏ ମଞ୍ଚକୁ ଆଣିବାକୁ ବହୁ ଚେଷ୍ଟା କଲେ । ହେଲେ ତାହା ସମ୍ଭବ ହେଲାନି । କେବଳ ବ୍ରଜକିଶୋର ତ୍ରିପାଠୀ ହିଁ ହାତ ବଢ଼ାଇଲେ । ଆଜି ଖାରବେଳ ଓ ବ୍ରଜ ଏକାଠି ହୋଇ ଘୋଷଣା କରିଛନ୍ତି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ । ଏଥିରେ ଖାରବେଳଙ୍କ ଉତ୍କଳ ଭାରତ ଓ ବ୍ରଜଙ୍କ ସମତାକ୍ରାନ୍ତି ମିଶିଯାଇଛନ୍ତି । ସେପଟେ ବ୍ରଜଙ୍କ ସହ ମିଶି ପୂର୍ବରୁ ବିଜୁ ସମତା କ୍ରାନ୍ତି ଦଳ ଘୋଷଣା କରିଥିବା ଦାମୋଦର ରାଉତ ଆଜି ସେଥିରେ କବର ଚଢ଼େଇଛନ୍ତି । ‘ଜନତା କ୍ରାନ୍ତି’ ନାଁରେ ସେ ଏକ ନୂଆ ଦଳ ନାଁ ଘୋଷଣା କରିଛନ୍ତି । ମଜ୍ଜାର କଥା, ବିଜେଡ଼ି ବିରୋଧରେ ଲଢ଼େଇ ପାଇଁ ଉଭୟ ଉଭୟଙ୍କୁ ଆମନ୍ତ୍ରଣ କରିଛନ୍ତି ।
ଆଜି ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ଖାରବେଳ ଓ ବ୍ରଜ । ଉତ୍କଳ ଭାରତ ଓ ସମତାକ୍ରାନ୍ତି ମିଶି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ ହେଲା ବୋଲି ଘୋଷଣା କରିଥିଲେ । ବିଜେଡ଼ିକୁ କ୍ଷମତାରୁ ହଟାଇବା ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ କୁଆଡେ ଗଲେ ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ଉଭୟ ଖାରବେଳ ଓ ବ୍ରଜ ଥତମତ ହୋଇଥିଲେ । କହିଥିଲେ, ସେମାନଙ୍କ ସହ କଥାବାର୍ତ୍ତା ଚାଲିଛି । ସେମାନେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଶା କରୁଛୁ ।
ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ଖାରବେଳ ବିଜେଡ଼ି ବିରୋଧୀ ମହାମେଣ୍ଟ ଗଠନର ସୂଚନା ଦେଇଥିଲେ । ଏ ନେଇ ବୈଜୟନ୍ତ, ଦାମ, ବିଜୟ, ଦିଲ୍ଲୀପ ପ୍ରଭୃତିଙ୍କ ସହ ଆଲୋଚନା ଚାଲିଛି ଏବଂ ସମସ୍ତେ ବିଜେଡ଼ି ବିରୋଧରେ ଏକାଠି ହେବାକୁ ରାଜି ଥିବା କହିଥିଲେ । ତେବେ ଆଜି ନୂଆ ସାମ୍ମୁଖ୍ୟ ଘୋଷଣା କରିଥିଲେ ମଧ୍ୟ କାହାରିକୁ ଦେଖିବାକୁ ମିଳିଲାନି । ଖାସ୍ କରି ଦାମ ଓ ବୈଜୟନ୍ତଙ୍କୁ ସେମାନେ ମନାଇପାରିନାହାନ୍ତି । ଦାମ ବିଜେଡ଼ିରୁ ବହିଷ୍କୃତ ହେଲା ପରେ ବ୍ରଜ ତ୍ରିପାଠୀଙ୍କ ସହ ମିଶି ବିଜୁ ସମତା କ୍ରାନ୍ତି ଦଳ ଘୋଷଣା କରିଥିଲେ । ମାତ୍ର ତାହା ସପ୍ତାହେ ବି ଚାଲିପାରିଲାନି । ଉଭୟ ଉଭୟଙ୍କଠାରୁ ମୁହଁ ଫେରାଇ ନେଇଥିଲେ ।
ଆଜି ସାମ୍ବାଦିକ ସମ୍ମିଳନୀରେ ବ୍ରଜ ଏହି ପ୍ରଶ୍ନର ସାମନା କରିଥିଲେ । ହେଲେ ବାଆଁରେଇବାକୁ ଚେଷ୍ଟା କରିଥିଲେ । ଖାରବେଳ ବି ସେଇ ପ୍ରଶ୍ନକୁ ଏଡାଇ ଦେଇଥିଲେ । ଦାମ, ବୈଜୟନ୍ତ, ବିଜୟ , ଦିଲ୍ଲୀପ, ପଞ୍ଚାନନ ଓ ଶ୍ରୀକାନ୍ତ ଜେନାଙ୍କ ସହ ଆଲୋଚନା ଚାଲିଛି ବୋଲି ଦୋହରାଇଥିଲେ । ତେବେ ସମସ୍ତେ ଯେ ଏକାଠି ହେବେ ସେ ବିଶ୍ୱାସ ଖାରବେଳଙ୍କର ନ ଥିବା ବାରି ହୋଇପଡ଼ିଥିଲା ।
ଠିକ୍ ଏହି ସମୟକୁ ଦାମ ତାଙ୍କର ନିଜସ୍ୱ ଦଳ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ‘ଜନତା କ୍ରାନ୍ତି’ ନାମରେ ସେ ଦଳ ଗଠନ କରିବେ । ନିର୍ବାଚନ କମିଶନଙ୍କୁ ଆବେଦନ କରିଛନ୍ତି । ବିଜୁ ଅନୁଗାମୀମାନେ ଏହି ଦଳକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ତେବେ ସେ ଖାରବେଳ ଏବଂ ବ୍ରଜ ତ୍ରିପାଠୀଙ୍କ ନାଁ ନେଇ ନ ଥିଲେ । ବୈଜୟନ୍ତ, ଦିଲ୍ଲୀପ, ବିଜୟ ଓ ପଞ୍ଚାନନ ତାଙ୍କ ସାଙ୍ଗରେ ରହିବେ ବୋଲି ଆଶା ଦେଖାଇଥିଲେ । ଖାଲି ସେତିକି ନୁହେଁ, ସେମାନଙ୍କୁ ଦଳୀୟ ପଦପଦବୀର ଥୋପ ଛାଡ଼ିଥିଲେ । ସଭାପତି ଓ ବିଭିନ୍ନ ପଦପଦବୀରେ ଲୋଭ ଦେଖାଇ ଆମନ୍ତ୍ରଣ ଜଣାଇଥିଲେ ।
ଖାରବେଳ ଓ ବ୍ରଜଙ୍କ ଦ୍ୱାରା ଗଠିତ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟରେ ସେ କାହିଁକି ମିଶିଲେନି ବୋଲି ସାମ୍ବାଦିକମାନେ ପଚାରିବାରୁ ଦାମ କହିଥିଲେ, ମୋର କୌଣସି ଦଳ ନାହିଁ । ତେଣୁ ମୁଁ ସେହି ମେଣ୍ଟକୁ କାହିଁକି ଯିବି? ସେମାନେ ନବୀନଙ୍କ ବିରୋଧରେ ଲଢ଼େଇ କଲେ ମୁଁ ସମର୍ଥନ ଦେବି ।
Previous Post

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

Next Post

ନବୀନଙ୍କ ଚମକ ଅତୁଟ, ପୁଣି ଥରେ ବିଜେଡ଼ି ସରକାର !

Next Post
ନବୀନଙ୍କ ଚମକ ଅତୁଟ, ପୁଣି ଥରେ ବିଜେଡ଼ି ସରକାର !

ନବୀନଙ୍କ ଚମକ ଅତୁଟ, ପୁଣି ଥରେ ବିଜେଡ଼ି ସରକାର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA