Monday, May 25, 2026 06:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିବିଆଇ ପଞ୍ଝାରେ ଅରୁଣ, ଅତନୁ !

by Our Correspondent
29 Jan, 2019- 08:39 PM
in Latest News, News
1 min read
0
ସିବିଆଇ ପଞ୍ଝାରେ ଅରୁଣ, ଅତନୁ !
ଭୁବନେଶ୍ୱର: ପୁଣି ବୁଲିଲା ସିବିଆଇ ଚିଟଫଣ୍ଡ ଖଣ୍ଡା । ଚିଟଫଣ୍ଡ ମାମଲା ଉପରେ ଦୀର୍ଘ ଦିନ ଧରି ହାତବାନ୍ଧି ବସିଥିବା ସିବିଆଇ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଚେଇଁ ଯାଇଛି । ଏଥର ଆଖିରେ ପଡ଼ିଛନ୍ତି ବିଜୁ ଜନତା ଦଳ ଦୁଇଜଣ ହସ୍ତୀ । ସେମାନେ ହେଉଛନ୍ତି ଅରୁଣ କୁମାର ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକ । ଏହି ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବେ ଦଳର ସାଧାରଣ ସମ୍ପାଦକ ପଦବୀରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି । ଚିଟଫଣ୍ଡ ମାମଲାରେ ଉଭୟଙ୍କୁ ସିବିଆଇ ନୋଟିସ୍ ଜାରି ହୋଇଥିବା ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ସୂଚନା ମିଳିଛି । ଗଣମାଧ୍ୟମରେ ଏହି ଖବର ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

ଅରୁଣ ଓ ଅତନୁଙ୍କୁ ନୋଟିସ୍ ବାବଦରେ ସିବିଆଇ ପକ୍ଷରୁ ସିଧାସଳଖ ସୂଚନା ମିଳିନାହିଁ । ଖବର ଦେଇଥିବା ଏଏନଆଇ ସଂସ୍ଥା ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ କେଉଁ ସଂସ୍ଥା ସହ ଉଭୟ ନେତାଙ୍କ ସଂପୃକ୍ତି ଅଛି ସେହି ସୂଚନା ଦେଇନାହିଁ । ତେବେ ସି-ସୋର ସଂସ୍ଥା ସହ ସେମାନଙ୍କ ସମ୍ପର୍କକୁ ନେଇ ସିବିଆଇ ନୋଟିସ୍ ହୋଇଥିବା ଚର୍ଚ୍ଚା ହେଉଛି । ଏଥିସହ ଚିଟଫଣ୍ଡ ମାମଲାରେ ପୁଳା ପୁଳା ବିଜେଡ଼ି ନେତାଙ୍କ ସଂପୃକ୍ତି ଅଭିଯୋଗକୁ ଏହା ଦାନା ଧରେଇଛି । ନିର୍ବାଚନ ଅସ୍ତ୍ର ପାଇଁ ବିରୋଧୀ ଶିବିରକୁ ଏହା ଭଲ ଖୋରାକି ହୋଇଥିବା ବେଳେ ବିଜେଡ଼ି ଶିବିରକୁ ଛନକା କରିଛି । ଚିଟଫଣ୍ଡ ମାମଲାରେ ପୂର୍ବରୁ ବିଜେଡ଼ିର ଅନେକ ନେତା ସିବିଆଇ ଜାଲରେ ପଡ଼ିସାରିଛନ୍ତି ।
ଅନ୍ୟପକ୍ଷରେ ଅରୁଣ ଓ ଅତନୁ ଏ ପର୍ଯ୍ୟନ୍ତ ସିବିଆଇ ନୋଟିସ୍ ପାଇନାହାନ୍ତି ବୋଲି ବିଜେଡ଼ି ପକ୍ଷରୁ ସଫେଇ ଦିଆଯାଇଛି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଖବରର ସତ୍ୟାସତ୍ୟ ସନ୍ଦେହ ଭିତରକୁ ନେଇଛନ୍ତି । ସଂପୃକ୍ତ ବ୍ୟକ୍ତି ଏ ପର୍ଯ୍ୟନ୍ତ ସିବିଆଇ ନୋଟିସ୍ ପାଇ ନ ଥିଲା ବେଳେ ଗଣମାଧ୍ୟମରେ ଖବର କିଭଳି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ସିବିଆଇକୁ ଟାର୍ଗେଟ୍ କରି ବିଜେଡ଼ି ମୁଖପାତ୍ର କହିଛନ୍ତି, ଏହି ସଂସ୍ଥାର ବିଶ୍ୱାସନୀୟତା କେଉଁଠି ପହଞ୍ଚିଛି ତାହା ସମସ୍ତେ ଜାଣିଛନ୍ତି । ନିର୍ବାଚନ ବିଜ୍ଞପ୍ତି ପାଇଁ ଆଉ ୩/୪ ମାସ ଥିଲା ବେଳେ ସିବିଆଇର ରାଜନୀତିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
Previous Post

ଶାହାଙ୍କ ଓଡ଼ିଶା ମିଶନ୍: ନବୀନ ସରକାର ଉପରେ ଶୁଖିଲା ବର୍ଷା, ମିଶନ୍ ୧୨୦ ଗାଏବ

Next Post

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

Next Post
ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA