Monday, May 25, 2026 07:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

by Our Correspondent
29 Jan, 2019- 09:59 PM
in Latest News, News
1 min read
0
ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍
ଭୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ର ତଦନ୍ତ ଶିଥିଳ ରହିଥିଲା । ଏବେ ପୁଲିସ ତତ୍ପର ହୋଇଛି । ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ପୁଲିସ ଦ୍ୱାରା ପୂର୍ବରୁ ଥରେ ଜେରା ହୋଇଥିବା ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ପୁଣିଥରେ ଜେରା ପାଇଁ ଛତ୍ରପୁର ପୁଲିସ ନୋଟିସ୍ ପଠେଇଛି । ଏହି ମାମଲାରେ ଛପି ରହିଥିବା ବିଜେପିର ଅନ୍ୟତମ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ସାମନାକୁ ଆସିଛନ୍ତି । ଗୋଲକଙ୍କ ସହ ତାଙ୍କୁ ମଧ୍ୟ ପୁଲିସ ନୋଟିସ୍ ପଠାଇଛି । ଆସନ୍ତା ୭ ତାରିଖରେ ଭୃଗୁ ଓ ୯ ତାରିଖରେ ଗୋଲକ ଛତ୍ରପୁର ଥାନାରେ ହାଜର ହେବା ପାଇଁ କୁହାଯାଇଛି । ଛତ୍ରପୁର ଏସଡ଼ିପିଓ ରମେଶ ସେଠୀ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ହତ୍ୟା କରାଯାଇଥିଲା । ଏହି ମାମଲାର ଅଭିଯୁକ୍ତ ଭାବେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ପୁଲିସ ଗିରଫ କରିଥିଲା । ଲକ୍ଷ୍ମୀଙ୍କୁ ହତ୍ୟା କଲା ପରେ କୃଷ୍ଣ ଓ ଦୁର୍ଯୋଧନ ଫେରାର ହୋଇଥିଲେ ଏବଂ ସେମାନଙ୍କୁ ଫେରାର କରିବାରେ ଗୋଲକ ମହାପାତ୍ର ସାହାଯ୍ୟ କରିଥିଲେ ବୋଲି ଦୁଇ ଅଭିଯୁକ୍ତ ପୁଲିସ ଆଗରେ ଭିଡ଼ିଓ ବୟାନ ଦେଇଥିଲେ । କେବଳ ସେତିକି ନୁହେଁ, ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ମାସକ ଭିତରେ ୨୬ ଥର ମୋବାଇଲରେ କଥାବାର୍ତ୍ତା ହୋଇଥିବାର କଲ୍ ରେକର୍ଡ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ଏହି ମାମଲାରେ ଭୃଗୁ ବକ୍ସିପାତ୍ରଙ୍କ ସମେତ ଏକାଧିକ ବିଜେପି ନେତାଙ୍କ ସଂପୃକ୍ତିର ସନ୍ଧାନ ପାଇଥିଲା ପୁଲିସ । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବି ସଂପୃକ୍ତି ଅଭିଯୋଗ ଆସିଥିଲା ।
ଗତ ୨୦୧୭ ନଭେମ୍ବର ୧ ତାରିଖରେ ଛତ୍ରପୁର ପୁଲିସ ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ଜେରା କରିଥିଲା । ଜେରା ବେଳେ ଲକ୍ଷ୍ମୀ ହତ୍ୟା ସମ୍ପର୍କରେ ତାଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଖୋଦ୍ ଛତ୍ରପୁର ପୁଲିସ ସୂଚନା ଦେଇଥିଲା ।
ବିଜେଡ଼ିର ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଚିଟଫଣ୍ଡ ମାମଲାରେ ସିବିଆଇ ନୋଟିସ୍ ଖବର ଆସିବା ବେଳକୁ ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ ହତ୍ୟା ପରି ସଙ୍ଗୀନ ମାମଲାରେ ଛତ୍ରପୁର ପୁଲିସ ନୋଟିସ୍ ଦେବା ଖବର ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ତେବେ ଛତ୍ରପୁର ପୁଲିସର ନୋଟିସ୍ ନେଇ ତାଙ୍କ ପାଖରେ ଖବର ନାହିଁ ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ମର୍ଡର କେସ୍ ରେ ଦୁଇ ସହଯୋଗୀଙ୍କୁ ପୁଲିସ ନୋଟିସ୍ ଖବର ବିଜେପି ଶିବିରକୁ ଛାନିଆଁ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଧ୍ୟାରେ ଏସପ୍ଲାନେଡ୍ ଯାଇ ‘ଉରି’ ଫିଲ୍ମ ଦେଖୁଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଫିଲ୍ମ ଦେଖିବା ଖବରକୁ ମିଡ଼ିଆ କଭରେଜ୍ ଦେବା ପାଇଁ ବିଜେପି ପକ୍ଷରୁ ସାମ୍ବାଦିକମାନଙ୍କୁ ଖବର ଦିଆଯାଇଥିଲା । ତେବେ ଫିଲ୍ମ ଦେଖିଲା ବେଳେ ଧର୍ମେନ୍ଦ୍ରଙ୍କୁ ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍ ଖବର ମିଳିଥିଲା । ସେ ଅଧାରୁ ଫିଲ୍ମ ଦେଖା ଛାଡ଼ି ପଳାଇ ଆସିଥିବା ଜଣାପଡ଼ିଛି ।
Previous Post

ସିବିଆଇ ପଞ୍ଝାରେ ଅରୁଣ, ଅତନୁ !

Next Post

ସ୍ୱାଧିକାର କମିଟିରୁ କେଭିଙ୍କ ଇସ୍ତଫା: ଚାପ ନା ଆଉ କିଛି?

Next Post
ସ୍ୱାଧିକାର କମିଟିରୁ କେଭିଙ୍କ ଇସ୍ତଫା: ଚାପ ନା ଆଉ କିଛି?

ସ୍ୱାଧିକାର କମିଟିରୁ କେଭିଙ୍କ ଇସ୍ତଫା: ଚାପ ନା ଆଉ କିଛି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA