Tuesday, May 26, 2026 08:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାହୁଲ ଗର୍ଜିଲେ: ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ

by Our Correspondent
06 Feb, 2019- 05:32 PM
in Latest News, News, Politics
1 min read
0
ରାହୁଲ ଗର୍ଜିଲେ: ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ
ଭବାନୀପାଟଣା/ରାଉରକେଲା: ରାହୁଲ ଗାନ୍ଧୀ ଗତ ୨୫ ତାରିଖରେ ଭୁବନେଶ୍ୱରରେ ଯାହା ଭାଷଣ ଦେଇଥିଲେ ଆଜି ଭବାନୀପାଟଣା ଓ ରାଉରକେଲାରେ ଏହା ରିପିଟ୍ କରିଛନ୍ତି । ‘ଚୌକିଦାର ଚୋର, ନବୀନ ରିମୋଟ୍ କଣ୍ଟ୍ରୋଲ ’ । ଏହି ଡାଇଲଗ୍ ଜରିଆରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିତିରି ସମ୍ପର୍କ ଜୁଟାଇ ଜବରଦସ୍ତ ଚାର୍ଜ କରିଛନ୍ତି । ଚୌକିଦାର(ମୋଦି) ଯାହା କହିବେ, ନବୀନ ସେଥିରେ ହଁ ଭରିବେ । ରିମୋଟ୍ କଣ୍ଟ୍ରୋଲ୍ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ । ଆଜି ଭବାନୀପାଟଣା ଓ ରାଉରକେଲାରେ ଅନୁଷ୍ଠିତ ଭରପୁର କର୍ମୀ ସମାବେଶରେ ଏହି ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ ।
ଉଭୟ ଜାଗାରେ ରାହୁଲ ତାଙ୍କ ଭାଷଣରେ କେନ୍ଦ୍ରର ମୋଦି ସରକାର ଓ ଓଡ଼ିଶାର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କହିଥିଲେ, ଉଭୟ ସରକାର ଯାହା ପ୍ରତିଶ୍ରୁତି ଦିଅନ୍ତି ପାଳନ୍ତି ନାହିଁ । ମୋଦି ସରକାର ୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି ? ପ୍ରତି ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ ର ପ୍ରତିଶ୍ରୁତି ଦେଇଥିଲେ । କୁଆଡ଼େ ଗଲା ସେ ପ୍ରତିଶ୍ରୁତି ? ମୋଦି ଯେମିତି, ଏଠି ନବୀନ ସେମିତି । ନବୀନ-ମୋଦି ଯୁଆଡ଼େ ଯାଉଛନ୍ତି ମିଛ କହୁଛନ୍ତି । ଓଡ଼ିଶା ଏକ ଧନୀ ରାଜ୍ୟ । କିନ୍ତୁ ଲୋକ ଏଠି ଗରିବ । ରାଜ୍ୟରେ ଗରିବୀ, ବେକାରୀ ସମସ୍ୟା ଭରପୁର । ଆଦିବାସୀଙ୍କ ସୁରକ୍ଷା ନାହିଁ ।
ରାହୁଲ କହିଥିଲେ, ନରେନ୍ଦ୍ର ମୋଦି ଆପଣଙ୍କୁ ରାଫେଲ୍ ଦୁର୍ନୀତି ଦେଇଛନ୍ତି । ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଇଛନ୍ତି । କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେ ଆପଣଙ୍କୁ ସର୍ବନିମ୍ନ ରୋଜଗାରର ଗ୍ୟାରେଣ୍ଟି ଦେବ । ଚାଷୀଙ୍କ ଉପରୁ କୃଷିଋଣ ଛାଡ଼ ହେବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬୦୦ ଟଙ୍କା କରାଯିବ । ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାରର ସୁରକ୍ଷା ଦିଆଯିବ । ଓଡ଼ିଶାରେ ପରିବର୍ତ୍ତନ ଆସିବ, ଲୋକ ସେଥିପାଇଁ ମନ ବଳାଇଲେଣି ବୋଲି ରାହୁଲ କହିଥିଲେ ।
ପ୍ରଥମେ ଭବନାପାଟଣା ଓ ପରେ ରାଉରକେଲାରେ ଭାଷଣ ଦେଇଥିବା ରାହୁଲ ଆଜି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ହୋଇଥିଲେ । ମୋଦି ଓ ନବୀନଙ୍କୁ କଠୋର ଭାଷାରେ କଟାକ୍ଷ କରିଥିଲେ । ରାଉରକେଲା ସଭାରେ ରାହୁଲ ସେ ବହୁ ଚର୍ଚ୍ଚିତ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ଓ ଆଇଜିଏଚ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ନିର୍ମାଣ ପ୍ରସଙ୍ଗର ଅବତାରଣା କରିଥିଲେ । ମୋଦି ସରକାର ରାଉରକେଲାବାସୀଙ୍କୁ ଭଣ୍ଡାଇଛନ୍ତି ଏବଂ କଂଗ୍ରେସ କ୍ଷମତାକୁ ଆସିଲେ ଏହା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଉରକେଲାରେ ଆଦିବାସୀ କଳାକାରଙ୍କଙ୍କ ସ୍ୱାଗତ ବେଳେ ରାହୁଲ ତାଙ୍କ ନୃତ୍ୟ ସହ ତାଳଦେଇ କିଛି ସମୟ ନାଚିବା ବେଶ୍ ଉପଭୋଗ୍ୟ ହୋଇଥିଲା । ରାହୁଲ ନାଚୁଥିବା ଦେଖି ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ମଧ୍ୟ ସେଠି ଆଦିବାସୀଙ୍କ ସହ ନାଚିଥିଲେ ।
Previous Post

ସିବିଆଇ ଉପରେ ମୁହଁ ଖୋଲିଲେ ନବୀନ

Next Post

ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

Next Post
ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

ବିଜେଡ଼ିରେ ଯୋଗେଶ ସିଂ, କୁସୁମ ଟେଟେଙ୍କୁ ଥଇଥାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA