Saturday, July 4, 2026 12:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି

by Our Correspondent
21 Mar, 2019- 02:41 PM
in Latest News, News
1 min read
0
ବେଳକାଳ ଦେଖିଲାନି, ମର୍ଯ୍ୟାଦା ଭୁଲିଗଲା ଓଟିଭି
ଭୁବନେଶ୍ୱର: ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ବିୟୋଗ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନରେ ଆସିବା ଓଟିଭିକୁ ଭଲ ଲାଗିନାହିଁ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ବୈଜୟନ୍ତ ପଣ୍ଡାଙ୍କର ଏହି ଚାନେଲ୍ ଛିଗୁଲେଇଛି । ମୁଖ୍ୟମନ୍ତ୍ରୀ କୁଆଡ଼େ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦାମବାବୁଙ୍କ ପତ୍ନୀଙ୍କ ଶେଷଦର୍ଶନ ପାଇଁ ଯାଇଥିଲେ । ବୈଜୟନ୍ତ ପଣ୍ଡାଙ୍କ ବାପାଙ୍କ ମୃତ୍ୟୁ ବେଳେ ନବୀନ ଶେଷଦର୍ଶନ କରି ନ ଥିବା ବେଳେ ଦାମଙ୍କ ପତ୍ନୀଙ୍କ ବିୟୋଗ ଖବର ପାଇ ଶେଷ ଦର୍ଶନରେ ଆସିବା କଥାଟିକୁ ଲୋକଙ୍କୁ ମନେ ପକାଇବା ପାଇଁ ଲଜ୍ଜାବୋଧ କରିନି ଓଟିଭି ।
କାହାରି ମୃତ୍ୟୁ, ମୃତ୍ୟୁ ପରବର୍ତ୍ତୀ ଆବେଗ ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗ । କାହାରି ମୃତ୍ୟୁରେ କିଏ ଶେଷ ଦର୍ଶନ କରିବେ ନ କରିବେ ଏକ ବ୍ୟକ୍ତିଗତ ବ୍ୟାପାର । ଦାମବାବୁଙ୍କ କ୍ଷେତ୍ରରେ ତାଙ୍କ ମୃତ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବା ତାଙ୍କ ବ୍ୟକ୍ତିଗତ ବ୍ୟାପାର ପରିସର । ଏହା ପଛରେ ରାଜନୀତି ଥିବା ନ ଥିବା ଆଲୋଚନା କରିବାର ଅଲଗା ସମୟ ପଡ଼ିଛି । ମାତ୍ର ମାଲିକଙ୍କ ଶତ୍ରୁପକ୍ଷକୁ ଦମନ କରିବା ନିଶାରେ ଥିବା ଓଟିଭି ନିଜର ଦାୟିତ୍ୱବୋଧ ଓ ସମୟଜ୍ଞାନକୁ ଭୁଲିଯାଇଛି । ଅନ୍ୟ ରାଜନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ବେଳେ ଓଟିଭି ସିଧା ସିଧା ସେଥିରେ ରାଜନୀତିର ରଙ୍ଗ ବୋଳି ଖବର କରିଛି । ତାହା ପୁଣି ଶବ ପଡ଼ିଥିବା ବେଳେ ।
ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଇ ନୀଚ୍ଚସ୍ତରର ସାମ୍ବାଦିକତା ବୋଲି କୁହାଯାଉଛି । ସୋସିଆଲି ମିଡ଼ିଆରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣଙ୍କ ଶବ ପଡ଼ିଥିବା ବେଳେ ରାଜନୈତିକ ଅଭିସନ୍ଧି ଯୋଡି ଖବର ପ୍ରସାରଣ କରିବା ନୀତିହୀନ ଓ ଗର୍ହିତ କାର୍ଯ୍ୟ ବୋଲି ଅନେକ ମତ ଦେଇଛନ୍ତି । ପକ୍ଷପାତିତାର ସୀମା ବାହାରକୁ ଚାଲିଯାଇ ନିରପେକ୍ଷତାର ଡିଣ୍ଡିମ ପିଟୁଥିବା ଏହି ଚାନେଲ ଶେଷରେ ନିଜର ମର୍ଯ୍ୟାଦାକୁ ଯେ ଛାଡ଼ିଦେବ ଏହା ଅନେକଙ୍କୁ ବିସ୍ମିତ କରିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ନିନ୍ଦିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଜାଲ୍ ଗୁଇନ୍ଦା ଚିଠିକୁ ଦେଖାଇ ଏହି ଓଟିଭି ଦୁଇଦିନ ତଳେ ବେଶ୍ ତମ୍ବିତୋଫାନ କରିଥିଲା । ପୂର୍ବଯୋଜନା ମତେ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ପ୍ରେସମିଟ୍ କୁ ଲାଇଭ୍ କରିଥିଲା । ତାହା ପୁଣି ସଂଧ୍ୟା ପ୍ରାଇମ୍ ଟାଇମ୍ ବୁେଲେଟିନ୍ କୁ ବଳି ଚଢ଼େଇ ।
Previous Post

ପତ୍ନୀଙ୍କୁ ହରାଇଲେ ଦାମ ରାଉତ, ମୁଖ୍ୟମନ୍ତ୍ରୀଙ୍କ ଶେଷ ଦର୍ଶନ

Next Post

ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!

Next Post
ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!

ପ୍ରାର୍ଥୀ ଘୋଷଣା ବିଳମ୍ବ; ବିଜେଡ଼ି ଲିଙ୍କ୍ ରେ ୪୦ ବିଜେପି ଆଶାୟୀ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA