Wednesday, May 6, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କୁ ସୁବାସ ଚୌହାନ୍ ଙ୍କ ଆହ୍ୱାନ: ବିଜେପୁରରେ ନବୀନଙ୍କ ବିରୋଧରେ ଲଢ଼

by Our Correspondent
25 Mar, 2019- 09:01 AM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ସୁବାସ ଚୌହାନ୍ ଙ୍କ ଆହ୍ୱାନ: ବିଜେପୁରରେ ନବୀନଙ୍କ ବିରୋଧରେ ଲଢ଼

ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନ ପ୍ରାର୍ଥୀତ୍ୱରୁ ବଞ୍ଚିତ ସୁବାସ ଚୌହାନ୍ ତାଙ୍କ ମନ ଖୋଲିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷ ଓଗାଳିବା ସହ ତାଙ୍କୁ ଚାଲେଞ୍ଜ ଦେଇଛନ୍ତି । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସହ ନିର୍ବାଚନ ଲଢ଼ିଥିଲେ ତାଙ୍କ ଦମ୍ ଜଣାପଡ଼ିଥାଆନ୍ତା ବୋଲି ସୁବାସ ଜଣାଇ ଦେଇଛନ୍ତି । ଏକ ମୋବାଇଲ୍ ମେସେଜ୍ ରେ ସୁବାସ ଲେଖିଛନ୍ତି ଯେ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ରବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲି । କିନ୍ତୁ ସେଥିପାଇଁ ମତେ ଭୟଙ୍କର ଅପମାନ ଓ ଧମକ ମିଳିଛି । ମୁଁ ମୋ ସମ୍ମାନ ରକ୍ଷା କରି ଦଳର ସମସ୍ତ ପଦପଦବୀରୁ ମତେ ଅବ୍ୟାହତି ଦେବାକୁ ଦଳର ସଭାପତିଙ୍କୁ ଜଣାଇ ଦେଇଛି । ଏଥର କୌଣସି ନିର୍ବାଚନ ଲଢ଼ିବି ନାହିଁ ।

ଶ୍ରୀ ଚୌହାନ୍ ଦର୍ଶାଇଛନ୍ତି.. ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ପାଇଥିଲି । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତର ୫ ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ଜନତାଙ୍କ ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବା ପାଇଁ ବରଗଡ଼ ଲୋକସଭାବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକେଟ କାଟି ଦିଆଗଲା । ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପତିକ୍ରିୟା ତଥା ସମାଲୋଚନା ହେଲା । ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତ୍ତା ତଥା ଜନତାଙ୍କୁ ଧମକଚମକ ଦେଲେ ।
ଯାହା ବି ହେଉ, ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦିଆଗଲା ଏବଂ ବିଜେପୁର ବିଧାନସଭା ଲଢ଼ିବା ପାଇଁ ନିଦେ୍ର୍ଦଶ ଦିଆଗଲା । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । ହେଲେ ମତେ ସେଥିପାଇଁ ଭୟଙ୍କର ଅପମାନ ଓ ଧମକ ମିଳିଲା ।
ସୁବାସ ଚୌହାନ୍ ତାଙ୍କ ମୋବାଇଲ୍ ରୁ ହ୍ୱାଟସ୍ ଅପ ମେସେଜ୍ ରେ ଏସବୁ ଲେଖିଥିଲେ ମଧ୍ୟ ଗଣମାଧ୍ୟମ ସାମନାକୁ ଆସିନାହାନ୍ତି । ଖୁବ୍ ଶୀଘ୍ର ସେ ଗଣମାଧ୍ୟମ ସାମନାକୁ ଆସି ମୁହଁ ଖୋଲିବେ ବୋଲି ତାଙ୍କ ସମର୍ଥକମାନଙ୍କ ସୂତ୍ରରୁ ଜଣାପଡ଼ିଛି । ଧର୍ମେନ୍ଦ୍ରଙ୍କ ଦ୍ୱାରା ଅପମାନିତ ହୋଇଥିବା ସୁବାସ ଦଳ ଛାଡ଼ିଦେବା ପାଇଁ ତାଙ୍କର ବହୁ ସମର୍ଥକ ଜିଦ୍ ଧରିଛନ୍ତି । ତେବେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ ଥିବାରୁ ସୁବାସଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଜଣାପଡ଼ିନାହିଁ ।
ସମର୍ଥକମାନଙ୍କ କହିବାନୁଯାୟୀ, ଗତଥର ମଧ୍ୟ ବରଗଡ଼ରୁ ସୁବାସ ଚୌହାନ୍ ଙ୍କ ଟିକେଟ କାଟିବା ପାଇଁ ଧର୍ମେନ୍ଦ୍ର ଜାଲ ବିଛାଇଥିଲେ । ମାତ୍ର ତାହା ସଫଳ ହୋଇ ନ ଥିଲା । ଶେଷ ମୁହୁର୍ତ୍ତରେ ସୁବାସ ଟିକେଟ ନେଇ ଆସିଥିଲେ । ତେବେ ଏଥର ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ଧର୍ମେନ୍ଦ୍ର ତାଙ୍କ ଯୋଜନାରେ ସଫଳ ହୋଇଛନ୍ତି । ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୁବାସଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।
Previous Post

କନ୍ଧମାଳରୁ ଖାରବେଳ ସ୍ୱାଇଁ ହେବେ ବିଜେପି ପ୍ରାର୍ଥୀ

Next Post

କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ; ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ବିଜେପି ଟିକେଟ୍

Next Post
କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ; ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ବିଜେପି ଟିକେଟ୍

କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ; ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ବିଜେପି ଟିକେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA