Monday, May 25, 2026 11:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତି ପାହିଲେ ଭାଗ୍ୟ ପରୀକ୍ଷା

by Our Correspondent
10 Apr, 2019- 10:22 PM
in Latest News, News, Politics
1 min read
0
ରାତି ପାହିଲେ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର: ରାତି ପାହିଲେ ନିର୍ବାଚନ । କାହା ମୁଣ୍ଡରେ ବାଜିବ ମୁକୁଟ ଏବେ ସମସ୍ତଙ୍କ ଉକ୍ରଣ୍ଠା । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ସମେତ ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୬୦ ଲକ୍ଷ ଲୋକ ବାଛିବେ ସେମାନଙ୍କ ପ୍ରତିନିଧି । କାଲି ଅନୁଷ୍ଠିତ ହେଉଥିବା ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
୪ଟି ଯାକ ଲୋକସଭା ଆସନରେ ବିଜେପି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ, କଡ଼ା ଟକ୍କର । କଳାହାଣ୍ଡି ଲୋକସଭା ଆସନରେ ତିନି ଦଳର ତିନି ରଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ବିଜେଡ଼ିରୁ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିରୁ ବସନ୍ତ କୁମାର ପଣ୍ଡା ଏବଂ କଂଗ୍ରେସରୁ ଭକ୍ତ ଚରଣ ଦାସଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର । ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝୀ, ବଳଭଦ୍ର ମାଝୀ, ପ୍ରଦୀପ ମାଝୀଙ୍କ ମଧ୍ୟରେ ଟକ୍କର ବି ଆହୁରି କଡ଼ା । କୋରାପୁଟରେ କୌଶଲ୍ୟା ହିକକା, ଜୟରାମ ପାଙ୍ଗୀ, ସପ୍ତଗିରି ଶଙ୍କର ଉଲାକା ଏବଂ ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁ, ଭୃଗୁ ବକ୍ସିପାତ୍ର ଏବଂ ଭି.ଚନ୍ଦ୍ରଶେଖର ନାଇଡୁଙ୍କ ମଧ୍ୟରେ ଜୋରଦାର ମୁକାବିଲା ।
ସେପଟେ ଏହି ୪ ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ମଧ୍ୟ ଲଢ଼େଇ କିଛି କମ ନାହିଁ । କିଛି ଜାଗାରେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ତ ଆଉ କିଛି ଜାଗାରେ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର । ବିଜେଡ଼ି ହେଭିୱେଟ୍ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀମତୀ ଉଷା ଦେବୀ, ରବି ନାରାୟଣ ନନ୍ଦ, ଲାଲବିହାରୀ ହିମିରିକା, ପ୍ରଦୀପ ପାଣିଗ୍ରାହୀ, ଭୂପିନ୍ଦର ସିଂଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏହି ଭୋଟ । ସେହିଭଳି ବିଜେପିର ପ୍ରଦୀପ୍ତ କୁମାର ନାଏକ, ପର୍ଶୁରାମ ମାଝୀ, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଦେବେ ଭାଗ୍ୟ ପରୀକ୍ଷା । କଂଗ୍ରେସରୁ ତାରାପ୍ରସାଦ ବାହିନୀପତି, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, କେ. ସୂର୍ଯ୍ୟ ରାଓ, କୈଳାସ କୁଲେସିକା, ଘାସିରାମ ମାଝୀଙ୍କ ଭାଗ୍ୟ କହିଦେବ କାଲିର ଭୋଟ ।
କାଲି ମତଦାନରେ ସମୁଦାୟ ୬୦,୦୩,୭୦୩ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୨୯,୭୨,୯୨୫ ପୁରୁଷ , ୩୦,୩୦,୨୨୨ ମହିଳା ଏବଂ ୫୬୦ ଜଣ କିନ୍ନର ଭୋଟର ଅଛନ୍ତି । ସମୁଦାୟ ୭,୨୩୩ ଭୋଟଗ୍ରହଣ କେନ୍ଦ୍ରରେ ସେମାନେ ଭୋଟ ଦେବେ । ଭୋଟ୍ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଲିସ, ପାରାମିଲିଟାରି ଫୋର୍ସ, ଫ୍ଲାଇଂ ସ୍କ୍ୱାଡ୍ ଛାଇ ହୋଇଯାଇଛନ୍ତି । ସବୁ ବୁଥ୍ ରେ ଷ୍ଟାଟିକ୍ ସର୍ଭିଲାନସ୍, ଭିଡ଼ିଓଗ୍ରାଫି ଆଦି ବ୍ୟବସ୍ଥା କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସେନାବାହିନୀର ହେଲିକପ୍ଟର ପଇଁତରା ବ୍ୟବସ୍ଥା ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିବ । ମାଓ ଅଧ୍ୟୁଷିତ ଇଲାକାରେ ମତଦାନ ୫ଟା ବେଳେ ସରିଯିବ ।
ଆସନ୍ତାକାଲି ଭୋଟ୍ ହେଉଥିବା ଲୋକସଭା ଓ ବିଧାନସଭା ଆସନଗୁଡ଼ିକ ହେଲା-
କଳାହାଣ୍ଡି (ଲୋକସଭା): ନୂଆପଡ଼ା, ଖରିଆର,ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା(ବିଧାନସଭା ଆସନ) ।
ନବରଙ୍ଗପୁର (ଲୋକସଭା): ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟ୍ଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡା(ବିଧାନସଭା ଆସନ) ।
ବ୍ରହ୍ମପୁର(ଲୋକସଭା): ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି(ବିଧାନସଭା ଆସନ) ।
କୋରାପୁଟ(ଲୋକସଭା): ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର,କୋଟପାଡ଼, ଜୟପୁର,କୋରାପୁଟ(ବିଧାନସଭା ଆସନ) ।
Previous Post

ବିଜେପିର ବେଖାତିର; ପ୍ରଚାର କଟକଣା ବେଳେ ପ୍ରେସମିଟ୍

Next Post

ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

Next Post
ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

ମତଦାନ ଶାନ୍ତିପୂର୍ଣ୍ଣ, ସିଲ୍ ହେଲା ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA