Monday, May 25, 2026 12:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅତି ଭୟଙ୍କର ରୂପରେ ମାଡ଼ି ଆସୁଛି ‘ଫନି’

by Our Correspondent
30 Apr, 2019- 11:18 PM
in Latest News, News
1 min read
0
ଅତି ଭୟଙ୍କର ରୂପରେ ମାଡ଼ି ଆସୁଛି ‘ଫନି’
ଭୁବନେଶ୍ୱର: ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ଧରି ଓଡ଼ିଶାକୁ ମାଡ଼ି ଆସୁଛି ‘ଫନି’ । ଆଜି ସଂଧ୍ୟାରେ ପୁରୀଠାରୁ ୭୦୦ କିଲୋମିଟର ଦୂର ଦକ୍ଷିଣରେ ଥିଲା ‘ଫନି’ । ଅତ୍ୟନ୍ତ ଭୟଙ୍କର ରୂପ ଧରି ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଏହା ଓଡ଼ିଶା ଉପକୂଳ ଆଡେ ମାଡ଼ି ଆସୁଛି । ୩ ତାରିଖ ଅପରାହ୍ନରେ ଏହା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ ଛୁଇଁବାରେ ବୋଲି ଆମେରିକୀୟ ପାଣିପାଗ ସଂସ୍ଥା ଆଇଟିଡବ୍ଲୁସି ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୧୮୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ୨ ତାରିଖରୁ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୮୫ କିମି ପବନ ସହ ଆରମ୍ଭ ହୋଇଯିବ ପ୍ରବଳରୁ ଅତି ପ୍ରବଳ ବର୍ଷା । ୩ ତାରିଖ ସକାଳୁ ୧୭୫ ରୁ ୧୮୫ କିମି ବେଗରେ ପବନ ବହିବ । ୯ଟି ଜିଲ୍ଲା ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଢ଼େଙ୍କାନାଳ, ମୟୁରଭଞ୍ଜ ବେଶୀ ପ୍ରଭାବିତ ହେବ । ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ସଜାଗ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଘନ ଘନ ବୈଠକ କରି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଓଡ୍ରାଫ୍, ଏନଡ଼ିଆରଏଫ୍, ଅଗ୍ନିଶମ ବିଭାଗକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଦୁଇଟି ହେଲିକପ୍ଟର ଓ ଅତିରିକ୍ତ ଏନଡିଆରଏଫ ଟିମ୍ ମଗାଯାଇଛି । ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ଥିବାରୁ କେନ୍ଦ୍ର ସରକାର ଆଜି ୩୪୧ କୋଟି ଟଙ୍କା ଆଗୁଆ ସହାୟତା ଦେଇଛନ୍ତି ।
Previous Post

ସିଇସିଙ୍କୁ ଭେଟିଲେ ନବୀନ; ଘୁଞ୍ଚିପାରେ ପାଟକୁରା ନିର୍ବାଚନ

Next Post

‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

Next Post
‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

‘ଫନି’ ପାଇଁ ୧୧ ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA