Thursday, May 7, 2026 06:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳ୍ପନା ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

by Our Correspondent
02 Jun, 2019- 12:00 PM
in Latest News, News
1 min read
0
କଳ୍ପନା ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ଏଭରେଷ୍ଟ ଆରୋହଣରୁ ଫେରିଲା ବେଳେ ଜୀବନ ହାରିଥିବା କଳ୍ପନା ଦାସଙ୍କ ମରଶରୀର ଆଜି ଜନ୍ମମାଟିକୁ ଅଣାଯାଇଛି । ଦିଲ୍ଲୀରୁ ବିମାନ ଯୋଗେ ମରଶରୀର ସକାଳ ପ୍ରାୟ ୧୦ ଟା ବେଳେ ଭୁବନେଶ୍ୱରରେ ବିମାନ ବନ୍ଦରରେ ପହଞ୍ଚିଥିଲା । କଳ୍ପନାଙ୍କ ପରିବାର ସମେତ ତାଙ୍କୁ ଭଲ ପାଉଥିବା ଶହ ଶହ ଲୋକ ସେଠାରେ ଅପେକ୍ଷା କରି ରହିଥିଲେ । ସେଠାରୁ ପାର୍ଥିବ ଶରୀର କଳିଷ୍ଟ ଷ୍ଟାଡ଼ିୟମ୍ କୁ ଅଣାଯାଇ ସାଧାରଣ ଜନତାଙ୍କ ଅନ୍ତିମ ଦର୍ଶନ ପାଇଁ ଘଣ୍ଟାଏ କାଳ ରଖାଯାଇଥିଲା ।
ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, କ୍ରୀଡ଼ା ସଚିବ, ଅନ୍ୟାନ୍ୟ ଅଧିକାରୀ, ବହୁ ବିଶିଷ୍ଟ ଲୋକ, କ୍ରୀଡ଼ାପ୍ରେମୀ, ଶହ ଶହ ଶୁଭେଚ୍ଛୁ କଳ୍ପନାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିନ ୧୧.୧୦ ବେଳକୁ କଳିଙ୍ଗ ଷ୍ଟାଡିୟମ୍ ରୁ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ କଳ୍ପନାଙ୍କ ଜନ୍ମମାଟି ଢ଼େଙ୍କାନାଳ ନିଆଯାଇଛି । ଢ଼େଙ୍କାନାଳ ସହର ପରିକ୍ରମା କରାଯାଇ କିଛି ସମୟ ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ନିମନ୍ତେ ରଖାଯିବ । ପରେ ତାଙ୍କ ଘର ଦେଇ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ ।
ଓଡ଼ିଶାର ଏଇ ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀଙ୍କର ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିଲା । ଏଭରେଷ୍ଟରେ ସବମିଟ୍ ହୋଇ ଫେରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । କଳ୍ପନାଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ତାଙ୍କ ଭାଇଙ୍କ ସମେତ ୩ ଜଣ କାଠମାଣ୍ଡୁ ଯାଇଥିଲେ । ଆବଶ୍ୟକ କସରତ୍ ସାରି ଶବ ଫେରି ପାଇବାକୁ ସମୟ ଲାଗିଥିଲା । ଶନିବାର ସଂଧ୍ୟାରେ ମରଶରୀର କାଠମାଣ୍ଡୁରୁ ଦିଲ୍ଲୀ ଅଣାଗଲା । ସେଠାରୁ ସିଧା ଭୁବନେଶ୍ୱର ଆଣିବାକୁ ଥିବା ବେଳେ ବିଳମ୍ବ ଯୋଗୁଁ ଦିଲ୍ଲୀ ଭୁବନେଶ୍ୱର ବିମାନ ହାତଛଡ଼ା ହୋଇଥିଲା । ତେଣୁ ରବିବାର ସକାଳ ବିମାନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ।
ଏଭରେଷ୍ଟ ଆରୋହଣର ସଫଳତା ବାଣ୍ଟିବାକୁ ଦୁନିଆରେ ନ ଥିବା କଳ୍ପନାଙ୍କ ମୃତୁ୍ୟରେ ଲକ୍ଷ ଲକ୍ଷ ଓଡ଼ିଆ ମର୍ମାହତ ହୋଇଛନ୍ତି । ଓଡ଼ିଶାର ଗୌରବ ବଢ଼ାଇଥିବା ଏହି ଦୁଃସାହାସୀ ମହିଳାଙ୍କର ସବୁଆଡ଼େ ସ୍ମୃତିଗାନ ହେବା ସହ ତାଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିବାକୁ କଳ୍ପନା ପ୍ରେମୀମାନେ ଦାବି କରିଛନ୍ତି ।
Previous Post

ବାଚସ୍ପତି ହେଲେ ସୂର୍ଯ୍ୟ ପାତ୍ର

Next Post

ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି

Next Post
ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି

ନବୀନଙ୍କ ବିଜେପୁର ଅଙ୍କ: ଆସନ ଛାଡ଼ିଲେ, ମୋହ ଛାଡ଼ିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA