Thursday, May 7, 2026 11:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ

by Our Correspondent
04 Jun, 2019- 08:40 PM
in Latest News, News
1 min read
0
ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ
ଭୁବନେଶ୍ୱର: ଏଥର ମନ୍ତ୍ରୀମାନଙ୍କୁ ନିସ୍ତାର ନାହିଁ । ନିର୍ବାଚନ ବେଳେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରାଯିବ ଏବଂ ମନ୍ତ୍ରୀମାନେ ସେଥିପାଇଁ ସିଧାସଳଖ ଦାୟୀ ରହିବେ । ଧାର୍ଯ୍ୟ ସମୟରେ ସବୁ କାମ ସାରିବାକୁ ପଡ଼ିବ । ପଞ୍ଚମ ଥର ପାଇଁ ରାଜ୍ୟର ଶାସନଭାର ସମ୍ଭାଳିବାର ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିଛନ୍ତି । ଠିକ୍ ଢ଼ଙ୍ଗରେ ମନ୍ତ୍ରୀମାନଙ୍କଠାରୁ କାମ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଦଳୀୟ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ବିଭାଗଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି ସଂପୃକ୍ତ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ରିପୋର୍ଟ କରିବେ । ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ରିପୋର୍ଟ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାସରୁ ଏହା କାର୍ଯ୍ୟକାରୀ ହେବ ।
ମେ ୨୯ ତାରିଖରେ ପଞ୍ଚମ ପାଳି କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଭାବେ ଗ୍ରହଣ କରିଥିଲେ । ଆଜିଠାରୁ ଠିକ୍ ୩୬୫ ଦିନ ରେ ୨୦୨୦ ମେ ୨୯ ତାରିଖ ଦିନ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ ବୋଲି ମୁଖ୍ୟମନ୍ତ୍ରୀ ସଂକଳ୍ପ ରଖିଥିଲେ । ମନ୍ତ୍ରୀମାନେ ଏହି ପ୍ରତିଶ୍ରୁତିଗୁଡ଼ିକର ସଫଳ ରୂପାୟନ ପାଇଁ ନିଜର ଶ୍ରେଷ୍ଠ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନର ଟି ମନ୍ତ୍ରୀ (ଟିମ୍ ୱାର୍କ, ଟ୍ରାନ୍ସପରେନ୍ସ ଓ ଟେକ୍ନୋଲୋଜି) ସହ ଟ୍ରାନସଫରମେସନ୍ ଏବଂ ଟାଇମ୍ କୁ ଯୋଡିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ସଶକ୍ତ ଓ ସମୃଦ୍ଧ ଭାବେ ଗଢ଼ି ତୋଳି ବିଶ୍ୱ ପରିଚୟ ଆଣିବାକୁ ଟାର୍ଗେଟ୍ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଫତୱା ପରିପ୍ରେକ୍ଷୀରେ ମନ୍ତ୍ରୀମାନଙ୍କ ନିଦ ହଜିଯାଇଛି । ବିଭାଗ ସମ୍ପର୍କରେ ଜ୍ଞାନ ପାଇବା ଆଗରୁ ଅତର୍ଚ୍ଛିଆ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମନ ଜିଣି ମନ୍ତ୍ରୀ ପଦ ବଞ୍ଚେଇ ରଖିବା ସେମାନଙ୍କ ପାଇଁ ଚାଲେଂଜ ହୋଇଛି । ସଚିବାଳୟରେ ଏ ପର୍ଯ୍ୟନ୍ତ ଚାମ୍ବର ପାଇ ନ ଥିଲେ ମଧ୍ୟ ନୂଆ ମନ୍ତ୍ରୀମାନେ ଅପେକ୍ଷା ନ କରି ବିଭାଗୀୟ ଦପ୍ତର ବୁଲି ସମୀକ୍ଷା ବୈଠକ କରୁଛନ୍ତି । ବିଭାଗର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଫିସରଙ୍କ ଜରିଆରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାସିକିଆ ରିପୋର୍ଟ ପାଇଁ ମୁଖ୍ୟମନ୍ତ୍ରୀ ଏବେ ନିର୍ଦ୍ଦେଶ ଦେଇଥିବାରୁ ମନ୍ତ୍ରୀମାନେ ଆହୁରି ଟାଇଟ୍ ହୋଇଯାଇଛନ୍ତି । ନିଜ ଅଞ୍ଚଳରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବକୁ ଯିବା ଆଉ ସମ୍ଭବ ହେବ ନାହିଁ ବୋଲି ଜଣେ ମନ୍ତ୍ରୀ କହିଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

Next Post

ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି

Next Post
ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି

ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA