Thursday, May 7, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି

by Our Correspondent
04 Jun, 2019- 10:59 PM
in Latest News, News
1 min read
0
ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି
ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସିର ଖବର । ଲୋକସଭାର ବାଚସ୍ପତି ପଦ ଚର୍ଚ୍ଚାରେ ଜୁଏଲ୍ ଓରାମଙ୍କ ନାଁ । ମାଦି-୨ ଟିମ୍ ରୁ ବାଦ୍ ପଡ଼ିଥିବା ଓଡ଼ିଶାର ଏହି ବରିଷ୍ଠ ସାଂସଦଙ୍କ ସମେତ ଏସ.ଏସ.ଆହୁଲୱାଲିଆ ଏବଂ ମେନକା ଗାନ୍ଧୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଉପବାଚସ୍ପତି ପଦ ପାଇଁ ଚର୍ଚ୍ଚିତ ତାଲିକାରେ ବିଜେଡ଼ିର ବରିଷ୍ଠ ସାଂସଦ ଭର୍ତ୍ତୃହରି ସାଂସଦଙ୍କ ନାଁ ରହିଛି । ଲୋକସଭାର ଏହି ଦୁଇଟି ସର୍ବୋଚ୍ଚ ପଦବୀରେ ଜୁଏଲ୍ ଓରାମ୍ ଓ ଭର୍ତ୍ତୃହରି ମହତାବଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଚର୍ଚ୍ଚା ସତ୍ୟ ହେଲେ ଏଥର ଦୁଇ ଓଡ଼ିଆ ପୁଅ ଚଳାଇବେ ଲୋକସଭା । ରବି ରାୟଙ୍କ ପରେ ଜୁଏଲ୍ ହେବେ ଲୋକସଭାର ଦ୍ୱିତୀୟ ଓଡ଼ିଆ ବାଚସ୍ପତି ।
ଜୁନ୍ ୧୯ରେ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ବରିଷ୍ଠତା ଭିତ୍ତିରେ ମେନକା ଗାନ୍ଧୀଙ୍କୁ ବାଚସ୍ପତି ପଦ ପାଇଁ ଯୋଗ୍ୟ ବିଚାର କରାଯାଉଛି । ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ମେନକାଙ୍କୁ ଏଥର ତାଙ୍କ ଟିମ୍ ରେ ସ୍ଥାନ ମିଳିନାହିଁ । ତେଣୁ ବାଚସ୍ପତି ପଦ ପାଇଁ ତାଙ୍କ ପାଖରେ ସୁଯୋଗ ରହିଛି । କିନ୍ତୁ ବିଜେପିର ଏକ ବଡ଼ଗୋଷ୍ଠୀ ତାଙ୍କ ସପକ୍ଷରେ ନାହାନ୍ତି । ସୁମିତ୍ରା ମହାଜନଙ୍କ ଭଳି ଗୃହକୁ ସୁରୁଖୁରୁରେ ଚଳାଇବାର କଳା ତାଙ୍କ ପାଖରେ ନାହିଁ ବୋଲି ସେମାନଙ୍କ ଯୁକ୍ତି ।
ଏସ.ଏସ୍. ଆହୁଲୱାଲିଆ ୪ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସଂସଦୀୟ ନୀତି ନିୟମ ଉପରେ ତାଙ୍କର ଯଥେଷ୍ଟ ଦଖଲ ରହିଛି । ସଂଖ୍ୟାଲଘୁ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ପାଇଁ ଆଉ ଏକ ପ୍ଲସ୍ ପଏଣ୍ଟ ଯୋଡି ହୋଇଛି ।
ତେବେ ସବୁ ଦୃଷ୍ଟିକୋଣରୁ ସୁନ୍ଦରଗଡ଼ର ସାଂସଦ ଜୁଏଲ୍ ଓରାମ୍ ଙ୍କ ପାଇଁ ବାଚସ୍ପତି ସୁଯୋଗ ଅଧିକ ରହିଛି । ବିଜେପିର ଆଦିବାସୀ ଫେସ୍ ଭାବେ ତାଙ୍କର ପରିଚୟ ଥିବା ବେଳେ ଅଭିଜ୍ଞତା, ସରଳତା ଓ ସମସ୍ତଙ୍କ ସହ ସୁସମ୍ପର୍କ ପାଇଁ ଯଥେଷ୍ଟ ଖ୍ୟାତି ରହିଛି । ଜୁଏଲ୍ ୪ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ବିଧାୟକ ହୋଇଛନ୍ତି । ଗତ ସରକାରରେ ସେ ମନ୍ତ୍ରୀ ଥିବା ବେଳେ ଏଥର ବାଦ୍ ପଡ଼ିଛନ୍ତି । ସୁତରାଂ ବାଚସ୍ପତି ଦୌଡ଼ରେ ଜୁଏଲ୍ ଆଗରେ ରହିଥିବା କୁହାଯାଇଛି ।
ଅନ୍ୟପକ୍ଷରେ ଲୋକସଭାର ପରମ୍ପରା ଅନୁଯାୟୀ ଉପବାଚସ୍ପତି ପଦ ବିରୋଧୀ ଦଳ ହାତରେ ରହୁଥିବାରୁ ରେସ୍ ରେ ଓଡ଼ିଶାର ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ରହିଛି । ଶ୍ରୀ ମହତାବ ଗତଥର ଲୋକସଭାରେ ବିଜେଡ଼ି ସଂସଦୀୟ ଦଳର ନେତା ଥିଲେ ଏବଂ ଜଣେ ଦକ୍ଷ ପାର୍ଲିଆମେଣ୍ଟାରିଆନ୍ ଭାବେ ତାଙ୍କର ସୁଖ୍ୟାତି ରହିଛି । ଷୋଡ଼ଶ ଲୋକସଭାରେ ଏଆଇଏଡ଼ିଏମକେ ସାଂସଦ ଏମ.ଥାମ୍ବିଦୁରାଇ ଥିଲେ ଉପବାଚସ୍ପତି । କିନ୍ତୁ ବର୍ତ୍ତମାନ ଏଆଇଏଡ଼ିଏମକେ ଏନଡିଏ ସହ ସାମିଲ ହୋଇଛି । ତେଣୁ ବିରୋଧୀ ଦଳ ଭାବେ ବିଜେଡ଼ିର ଭେଟେରାନ୍ ଶ୍ରୀ ମହତାବଙ୍କ ନାଁ ଉପବାଚସ୍ପତି ପଦ ପାଇଁ ବିଚାର କରାଯାଉଥିବା କୁହାଯାଉଛି । ତେବେ ଏଭଳି ପ୍ରସ୍ତାବ ଆସିଲେ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ ।
Previous Post

ମନ୍ତ୍ରୀଙ୍କୁ ନିସ୍ତାର ନାହିଁ: ପ୍ରତିମାସରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ରିପୋର୍ଟ

Next Post

୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି

Next Post
୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି

୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA