Saturday, May 30, 2026 03:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

by Our Correspondent
11 Jul, 2019- 07:24 PM
in Latest News, News, Politics
1 min read
0
ଦିଲ୍ଲୀ ସରକାରୀ ବଙ୍ଗଳା ଛାଡୁନାହାନ୍ତି ବୈଜୟନ୍ତ

ବୈଜୟନ୍ତ ରହୁଥିବା ବଙ୍ଗଳାରେ ରହିବେ ଅନୁଭବ !

ଭୁୁବନେଶ୍ୱର: ସାଂସଦ ପଦରୁ ବିଦାୟ ନେବାର ୧୩ ମାସ ବିତିଗଲାଣି । ଦିଲ୍ଲୀରେ ନିଜର ଗଣ୍ଡା ଗଣ୍ଡା ଘର, ଅଫିସ । ହେଲେ ୨-ମହାଦେବ ରୋଡ୍ ବଙ୍ଗଳାରୁ ମୋହ ତୁଟାଇ ପାରୁନାହାନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବଙ୍ଗଳା ଖାଲି କରିବାକୁ ନୋଟିସ୍ ପାଇ ବି ଖାତିର କରୁନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ରହିବାକୁ ଆଗ୍ରହ ରଖିଥିବା ନୂଆ ସାଂସଦଙ୍କୁ ସେହି ବଙ୍ଗଳା ଦ୍ୱାର ଖୋଲୁନାହିଁ । ବଙ୍ଗଳାରେ ଏଭଳି ସାଂସଦଙ୍କୁ ପୂରେଇ ନ ଦେବା ପାଇଁ ସିକ୍ୟୁରିଟି ଗାର୍ଡକୁ ବୈଜୟନ୍ତ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି ।
ବୈଜୟନ୍ତଙ୍କର ଦିଲ୍ଲୀ ସରକାରୀ ବଙ୍ଗଳା କାହାଣୀ ଆଜି ପଦାକୁ ଆଣିଛନ୍ତି ତାଙ୍କର କେନ୍ଦ୍ରାପଡ଼ା ପ୍ରତିପକ୍ଷ ସାଂସଦ ଅନୁଭବ ମହାନ୍ତି । ଅନୁଭବ ଟୁଇଟ୍ କରି ଏ ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଇଛନ୍ତି । ଅନୁଭବ ଲେଖିଛନ୍ତି, ପୂର୍ବତନ ଆଇନ ପ୍ରଣେତା ବୈଜୟନ୍ତ ପଣ୍ଡାଙ୍କର ଆଇନ, ନୈତିକତା ଏବଂ ରାଜନୈତିକ ମୂଲ୍ୟବୋଧ ପ୍ରତି ସମ୍ମାନ ନାହିଁ । ଏମପି ପଦ ହରାଇବାର ୧୩ ମାସ ବିତିଯିବା ଏବଂ ଗତ ନିର୍ବାଚନରେ ପରାଜୟ ବରଣ କରିବା ସତ୍ତ୍ୱେ ଦିଲ୍ଲୀର ୨ ମହାଦେବ ରୋଡ ବଙ୍ଗଳା ନ ଛାଡ଼ି ଜବରଦସ୍ତ ରଖିଛନ୍ତି । ଲୋକସଭାର ହାଉସ୍ କମିଟି ଦ୍ୱାରା ଆଲଟମେଣ୍ଟ ପାଇବାକୁ ଥିବା ନୂଆ ଏମପିମାନଙ୍କୁ ସେ ବଙ୍ଗଳା ଦେଖିବାକୁ ଛାଡ଼ି ଦିଆଯାଉନାହିଁ । ସେଥିପାଇଁ ବୈଜୟନ୍ତଙ୍କ ସିକ୍ୟୁରିଟି ଗାର୍ଡ ଟ୍ରେନିଂ ପାଇଛନ୍ତି । ସାଧାରଣ ଜୀବନରେ ନୈତିକତାର ଭାଷଣ ଦେଉଥିବା ବୈଜୟନ୍ତ ପଣ୍ଡା ଭବିଷ୍ୟତରେ ଏହା ବନ୍ଦ କରନ୍ତୁ ବୋଲି ଅନୁଭବ ଟୁଇଟ୍ କରିଛନ୍ତି । ବଙ୍ଗଳା ସାମନାରେ ଅନୁଭବ ଫଟୋ ଉଠାଇ ତାହାକୁ ପୋଷ୍ଟ ବି କରିଛନ୍ତି ।
ଅନୁଭବଙ୍କ ଏହି ଟୁଇଟ୍ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୨ ମହାଦେବ ରୋଡ୍ ବଙ୍ଗଳାଟି ଅନୁଭବ ମହାନ୍ତିଙ୍କ ନାଁରେ ଆଲଟ୍ ହେଉଛି । ହାଉସ୍ କମିଟିର ଅନୁମତି ପାଇ ବଙ୍ଗଳା ଦେଖିବାକୁ ଅନୁଭବ ସେଠାକୁ ଯାଇଥିଲେ । ସେତିକିବେଳେ ଭିତରେ ବୈଜୟନ୍ତ ଉପସ୍ଥିତ ଥିଲେ । ଅନୁଭବ ଘର ଦେଖିବାକୁ ଚାହିଁବାରୁ ସିକ୍ୟୁରିଟି ଗାର୍ଡ ବୈଜୟନ୍ତଙ୍କ ଅନୁମତି ପାଇଁ ଭିତରକୁ ଯାଇଥିଲେ । ମାତ୍ର ଗେଟ୍ ଭିତରକୁ ଅନୁଭବଙ୍କୁ ପୂରାଇ ନ ଦେବାକୁ ବୈଜୟନ୍ତ ତାଗିଦ୍ କରିଥିଲେ । ଆଉ ସିକ୍ୟୁରିଟି ଗାର୍ଡଠାରୁ ନାଲି ଆଖି ପାଇ ଅନୁଭବ ସେଠାରୁ ଫେରି ଆସିଥିଲେ ।
ସୂଚନାଯୋଗ୍ୟ, ସାଂସଦ ହେଲା ଦିନୁଁ ୨ ମହାଦେବ ରୋଡ୍ ବଙ୍ଗଳାରେ ବୈଜୟନ୍ତ ରହି ଆସୁଛନ୍ତି । ବଙ୍ଗଳାର ଚାକଚକ୍ୟ ଆଖି ଖୋସିଦେଲା ଭଳି । ସାଂସଦ ପଦରୁ ଯିବା ପରେ ବୈଜୟନ୍ତ ସେହି ବଙ୍ଗଳା ଖାଲି କରିବାକୁ ନୋଟିସ୍ ପାଇଥିଲେ ମଧ୍ୟ ଛାଡୁନାହାନ୍ତି । ବରଂ ସେଠାରେ ତାଙ୍କର ବ୍ୟକ୍ତିଗତ ଅଫିସ କାର୍ଯ୍ୟ ଚାଲୁ ରଖିଛନ୍ତି ।
Previous Post

ଆଉ ଅୟସ କରିବେନି ମନ୍ତ୍ରୀ !

Next Post

ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

Next Post
ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

ମିଡ଼ିଆର ପୋଲ୍ ଖୋଲିଲେ ପ୍ରଭୁ ଚାୱାଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA