Saturday, May 9, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରମେଶ ଜେନାଙ୍କ ସପକ୍ଷରେ ବାହାରିଲେ ପ୍ରସାଦ

by Our Correspondent
10 Mar, 2016- 06:50 PM
in News
1 min read
0
ରମେଶ ଜେନାଙ୍କ ସପକ୍ଷରେ ବାହାରିଲେ ପ୍ରସାଦ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନିରବତା ଭାଙ୍ଗି ପ୍ରସାଦ ହରିଚନ୍ଦନ ଶେଷରେ ରମେଶ ଜେନାଙ୍କ ସପକ୍ଷରେ ବାହାରିଛନ୍ତି । ରମେଶଙ୍କୁ ରାତିଅଧିଆ ଗିରଫଦାରି ପ୍ରତିବାଦରେ ଆସନ୍ତାକାଲି ବ୍ରହ୍ମପୁର ଆଇଜି ଅଫିସ ଘେରାଉକୁ ସେ ସମର୍ଥନ ଘୋଷଣା କରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ ଏହି ଆନ୍ଦୋଳନକୁ ପୂର୍ଣ୍ଣମାତ୍ରାରେ ଆଗକୁ ନେବ ବୋଲି ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ଶେଷ ମୁହୁର୍ତ୍ତରେ ପ୍ରସାଦ ଏହି ପ୍ରସଙ୍ଗରେ ଆଗକୁ ବାହାରି ଲୁଲୁ ମହାପାତ୍ର ଓ ତାରା ବାହିନୀପତିଙ୍କ ଭଳି ଟାଣୁଆ ନେତାଙ୍କ ଆକ୍ରୋଶରୁ ବର୍ତ୍ତିଯାଇଛନ୍ତି ।

ପ୍ରସାଦ କହିଛନ୍ତି, ଅପରାଧୀଙ୍କୁ କଂଗ୍ରେସ ସମର୍ଥନ କରୁନାହିଁ । ମାତ୍ର ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ପୁଲିସ ଯେଉଁ ଢ଼ଙ୍ଗରେ ଘରୁ ଉଠାଇ ନେଲା ସେଥିରୁ ରାଜନୈତିକ ଆକ୍ରୋଶ ସ୍ପଷ୍ଟ ବାରି ହୋଇପଡୁଛି । ରମେଶଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ । ପୁଲିସ ସ୍କାନରରେ ସେ ଥାଇପାରନ୍ତି । ହେଲେ ପୁଲିସ ଆଖିରୁ ସେ ନିଜକୁ ଲୁଚାଇ ନ ଥିଲେ । ତାଙ୍କ ନାଁରେ ୱାରେଣ୍ଟ ନ ଥିଲା କି ସେ ଫେରାର ଆସାମୀ ନ ଥିଲେ । ପୁଲିସ କୌଣସି ବିଷୟରେ ଯଦି ତଦନ୍ତ କରିବାର ଥିଲା ତେବେ ଆଗୁଆ ନୋଟିସ୍‌ ଦେଇ ଥାନାକୁ ଡକାଇ ପାରିଥାଆନ୍ତା । ମାତ୍ର ସେଭଳି କିଛି ନ ହୋଇ କି ନ କରି ପୁଲିସ ରାତିଅଧରେ ତାଙ୍କୁ ଘରୁ ଉଠାଇ ନେବା ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ପିସିସି ସଭାପତି ପ୍ରସାଦ । ପୁଲିସର ଏଭଳି ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ କଂଗ୍ରେସ ସଂଗ୍ରାମ କରିବ ବୋଲି ସେ ଘୋଷଣା କରିଛନ୍ତି ।

ରମେଶ ଜେନାଙ୍କ ଗିରଫରେ ଦକ୍ଷିଣାଞ୍ଚଳ ଆଇଜି ଅଫିସ ଘେରାଉ କଥା ପ୍ରଥମେ କଂଗ୍ରେସ ମୁଖ୍ୟ ସଚେତକ ତାରା ବାହିନୀପତି ମିଡ଼ିଆରେ ଘୋଷଣା କରିଥିଲେ । ଲୁଲୁ ମହାପାତ୍ର ଏହାକୁ ପୂର୍ଣ୍ଣମାତ୍ରାରେ ସହଯୋଗ ଦେଇଥିଲେ । ହେଲେ ଏ ନେଇ ପ୍ରସାଦ ହରିଚନ୍ଦନଙ୍କ ନିରବତା ମାମଲାକୁ ଅକଳିଆ କରିଥିଲା । କେବଳ ଲୁଲୁ ଏବଂ ତାରା ରମେଶ ଜେନାଙ୍କ ସପକ୍ଷରେ ବାହାରି ଆନ୍ଦୋଳନ ରାସ୍ତା ଧରୁଥିବା ପ୍ରଚାର ହୋଇଥିଲା । ଏହି ଆନ୍ଦୋଳନରେ ରାଜ୍ୟ କଂଗ୍ରେସର ସମର୍ଥନ ନାହିଁ ବୋଲି ପ୍ରସାଦଙ୍କ ନିରବତା ବାର୍ତ୍ତା ଦେଇଥିଲା । ତେବେ ଶେଷ ମୁହୁର୍ତ୍ତରେ ପ୍ରସାଦ ତାଙ୍କ ନିରବତା ଭାଙ୍ଗି ସାମ୍ବାଦିକ ସମ୍ମିଳନୀରେ ରମେଶ ଜେନାଙ୍କ ସପକ୍ଷରେ ବାହାରି ମାମଲାକୁ ସ୍ପଷ୍ଟ କରିଛନ୍ତି ।

ଆସନ୍ତାକାଲି ବ୍ରହ୍ମପୁରରେ କଂଗ୍ରେସର ଆଇଜି ଅଫିସ ଘେରାଉକୁ ସମ୍ପୂର୍ଣ୍ଣ ସଫଳ କରି ସରକାର ଓ ପୁଲିସ ଉପରେ ଚାପ ପକାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଯାହା ଖବର ମିଳିଛି, ବ୍ରହ୍ମପୁରରେ ଆଇଜି ଅଫିସ ଘେରାଉ ବେଳେ ହିଂସାକାଣ୍ଡ ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ବ୍ରହ୍ମପୁରରେ କଂଗ୍ରେସ ନିଜର ତାକତ୍‌ ଦେଖାଇବାକୁ ଏହି ସୁଯୋଗ ହାତଛଡ଼ା କରିବ ନାହିଁ । ପିସିସି ସଭାପତିଙ୍କ ଏହି ଖୋଲା ଆଭିମୁଖ୍ୟରେ ଦଳର କିଛି ବରିଷ୍ଠ ନେତା ଅସୁଖୀ ଥିଲେ ମଧ୍ୟ କର୍ମୀମହଲରେ ସ୍ୱାଗତ କରାଯାଇଛି । ବ୍ରହ୍ମପୁରରେ ରମେଶ ଜେନାଙ୍କ ସମର୍ଥକଙ୍କୁ ଏହା ମାନସିକ ଭାବେ ଦୃଢ଼ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରସଙ୍ଗକୁ ନେଇ କଂଗ୍ରେସରେ ସମ୍ଭାବ୍ୟ ବିଦ୍ରୋହକୁ ଟାଳିଦେଇଛନ୍ତି ପ୍ରସାଦ ।

Previous Post

ଧନ୍ୟ ତୁମ ଓରଟେଲ୍‌ ସେବା

Next Post

ଓଡ଼ିଶାର ବିଜୟ ମାଲ୍ୟା

Next Post
ଓଡ଼ିଶାର ବିଜୟ ମାଲ୍ୟା

ଓଡ଼ିଶାର ବିଜୟ ମାଲ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA