Saturday, May 9, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାର ବିଜୟ ମାଲ୍ୟା

by Our Correspondent
12 Mar, 2016- 06:57 PM
in News, Politics
1 min read
0
ଓଡ଼ିଶାର ବିଜୟ ମାଲ୍ୟା

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଭାରତବର୍ଷର ୧୪୦ ଜଣ ବ୍ୟକ୍ତି ୬୦ ଟି ବ୍ୟାଙ୍କରୁ ୧୧ ଲକ୍ଷ ୬୦ ହଜାର କୋଟିର ଋଣ ଠକିନେଇଛନ୍ତି । ବିଜୟ ମାଲ୍ୟା ୧୭ ଟି ବ୍ୟାଙ୍କରୁ ୯ ହଜାର କୋଟି ଋଣ ନେଇ ଚମ୍ପଟ୍‌ ମାରିଛନ୍ତି । ଅନ୍ୟ ୧୩୯ ଜଣ ଏଭଳି ମୋଟା ଅଙ୍କର ଋଣ ବ୍ୟାଙ୍କମାନଙ୍କଠାରୁ ନେଇ ବର୍ଷ ବର୍ଷ ଧରି ଦେଉନାହାନ୍ତି । ବ୍ୟାଙ୍କ ଏହି ଋଣଗୁଡ଼ିକୁ ଏନପିଏ ଖାତାକୁ ଚଢ଼ାଇ ଦେଇଛି । ଦେଶର ଏହି ୧୪୦ ଜଣ ଖିଲାପି ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାର ଜଣେ ବିଜୟ ମାଲ୍ୟା ଅଛନ୍ତି । ଅସମର୍ଥିତ ସୂତ୍ରର ଖବର ଅନୁଯାୟୀ, ସେ ହେଉଛନ୍ତି ଇମଫା ଗ୍ରୁପ୍‌ର ପ୍ରତିଷ୍ଠାତା ବଂଶୀଧର ପଣ୍ଡା । ବିଭିନ୍ନ ବ୍ୟାଙ୍କ ଖାତାରେ ତାଙ୍କ ନାମରେ ଶହ ଶହ କୋଟି ଟଙ୍କାର ଋଣ ଗଡୁଛି । ନିର୍ଦ୍ଦିଷ୍ଟ ଭାବେ ଏହି ଋଣ ପରିମାଣ କେତେ ତାହା ପ୍ରକାଶ ପାଇ ନ ଥିଲେ ମଧ୍ୟ ଓଡ଼ିଶାବାସୀଙ୍କୁ ଏହା ଚକିତ କଲା ଭଳି ବୋଲି ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଉଚ୍ଚ ପଦାଧିକାରୀ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଏହି ତଥ୍ୟ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଇମଫା ନାଁରେ ବ୍ୟାଙ୍କ ଋଣ କାରବାରର ପ୍ରଚ୍ଛଦପଟରେ ଅଛନ୍ତି ବଂଶୀଧର ପଣ୍ଡାଙ୍କ ପ୍ରଭାବଶାଳୀ ସାଂସଦ ପୁଅ ବୈଜୟନ୍ତ ପଣ୍ଡା । ନିଜର ପ୍ରଭାବ ବଳରେ ସେ ବିଭିନ୍ନ ବ୍ୟାଙ୍କରୁ ଶହ ଶହ କୋଟି ଟଙ୍କା ଋଣ ଆଣିବାରେ ସମର୍ଥ ହୋଇଛନ୍ତି ଏବଂ ବର୍ଷ ବର୍ଷ ଧରି ଋଣ ନ ସୁଝି ବ୍ୟାଙ୍କକୁ ଠକିବା(!)ରେ ବି ସମର୍ଥ ହୋଇଛନ୍ତି । ବିଜୟ ମାଲ୍ୟାଙ୍କ ଭଳି ବୈଜୟନ୍ତ ବି ଏହି ବ୍ୟାଙ୍କ ଟଙ୍କାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଛନ୍ତି । ଦିଲ୍ଲୀ ମହଲରେ ଏହି ନାଁ ଆଉ ଲୁଚି ନାହିଁ । ପାର୍ଲିଆମେଣ୍ଟରେ ବିଜେଡ଼ି ସଂସଦୀୟ ଦଳ ନେତା ଏହି ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କ ନାଁ ନେଇନାହାନ୍ତି ସତ ହେଲେ ଓଡ଼ିଶାର ଜଣେ ସାଂସଦ ଏହି ବ୍ୟାଙ୍କ ଋଣ ଖିଲାପୀ ତାଲିକାରେ ଥିବା କହିଛନ୍ତି । ଅନୁମତି ମିଳିଲେ ସେ ନାଁ ପ୍ରକାଶ କରିବେ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ଭର୍ତ୍ତୃହରି । ଅର୍ଥାତ୍‌ ବିଜେଡ଼ି ସଂସଦୀୟ ଦଳ ନେତା ନିଜ ଦଳର ଜଣେ ସାଂସଦଙ୍କ ନାଁ ସଂସଦରେ ପ୍ରକାଶ କରିବାକୁ ତୟାର ହୋଇଛନ୍ତି ।

ଏକଥା ନିଶ୍ଚିତ ଯେ ଦିଲ୍ଲୀରେ ୬ ଦିନ ରହଣୀ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେ ଏହା ଅଜଣା ଅଛି ତାହା ନୁହେଁ । ତେବେ ବୈଜୟନ୍ତଙ୍କ ମୁଖା ଖୋଲିବାକୁ ସେ ଭର୍ତ୍ତୃହରିଙ୍କୁ ଇସାରା ଦେଇଥିବା ସ୍ପଷ୍ଟ ହୋଇଛି । କାରଣ ଏତେ ବଡ଼ ମାମଲାରେ ନିଜ ଦଳର ସାଂସଦଙ୍କ ଗୋହି ଖୋଳିବାକୁ ନବୀନଙ୍କ ବିନା ପରାମର୍ଶରେ ଭର୍ତ୍ତୃହରି ଯେ ସାହାସ କରିଥିବେ ତାହା ଜମାରୁ ବିଶ୍ୱାସଯୋଗ୍ୟ ନୁହେଁ ।

ଉଲ୍ଲେଖଯୋଗ୍ୟ ଯେ ଅତୀତରେ ବୈଜୟନ୍ତ ପଣ୍ଡା ପରିବାରର ଇମଫାକୁ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ଋଣ ଛାଡ଼ କରି ବିବାଦକୁ ଆସିଥିଲେ । ସାରା ରାଜ୍ୟରେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ସେହି ସୁବିଧା ହାସଲ କରିବାକୁ ବୈଜୟନ୍ତ ଅଲଗା ବାଟରେ ଖେଳ କରିଥିବା କୁହାଯାଉଛି । ହୁଏତ ବିଜୟ ମାଲ୍ୟାଙ୍କ ଆଦର୍ଶ ତାଙ୍କୁ ଏଥିପାଇଁ ଅନୁପ୍ରାଣିତ କରିପାରିଥାଏ । କଥା ହେଉଛି, ସାଧାରଣ ଲୋକଟିଏ ଟଙ୍କା ୧୦/ ୨୦ ହଜାର ବ୍ୟାଙ୍କ ଋଣ ପାଇବା କେତେ କଷ୍ଟ ତାହା ଅନୁଭବୀ ଜାଣେ । ଶହେ ଥର ବ୍ୟାଙ୍କ ଦୌଡି କାଗଜପତ୍ର ସହ କାକୁତୀ ମିନତୀ ହେଲେ ବି ଋଣ ମିଳେନି । ରାଜ୍ୟର ଏମିତି ବହୁ ମେଧାବୀ ଛାତ୍ରଛାତ୍ରୀ ବ୍ୟାଙ୍କଠାରୁ ସହଯୋଗ ନ ପାଇ ବରବାଦ ହୋଇଯାଉଛନ୍ତି । ମାତ୍ର ବିଜୟ ମାଲ୍ୟା, ବୈଜୟନ୍ତ ପଣ୍ଡାଙ୍କ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଏଭଳି ସହୃଦୟତା ଏବେ ବିତର୍କର ବିଷୟ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା ।

Previous Post

ରମେଶ ଜେନାଙ୍କ ସପକ୍ଷରେ ବାହାରିଲେ ପ୍ରସାଦ

Next Post

ନବ ଦାସ ନୋ ପ୍ରୋବ୍ଲେମ୍‌

Next Post
ନବ ଦାସ ନୋ ପ୍ରୋବ୍ଲେମ୍‌

ନବ ଦାସ ନୋ ପ୍ରୋବ୍ଲେମ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA