Saturday, May 9, 2026 03:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

by Our Correspondent
23 Mar, 2016- 06:15 AM
in News
1 min read
0
ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

ଚୌଦ୍ୱାର (ମିଡ-ଡେ ଓଡ଼ିଶା): ଶାସକ ଦଳର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସରକାରୀ ଦଳ ଓ କଳର ନିବିଡ଼ ପ୍ରେମରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି । ଚୌଦ୍ୱାର ମ୍ୟୁନିସିପାଲିଟି ଅଧୀନରେ ଥିବା ବୈଜୟନ୍ତଙ୍କ ଇମ୍ଫା କମ୍ପାନୀ ରାଜକୋଷକୁ ପୁଣି ପଟିମାରିଛି ୫୦ ଲକ୍ଷ ଟଙ୍କା । ମ୍ୟୁନିସିପାଲିଟି ଟିକସ ବାବଦକୁ କମ୍ପାନୀ ଉପରେ ୧୦ ବର୍ଷର ଏହି ଦେୟକୁ ଫାଙ୍କି ଦେଇଛି ଇମ୍ଫା । ବିଭିନ୍ନ୍ନ ଆଳରେ କମ୍ପାନୀ ଏହି ଟଙ୍କା ଫାଙ୍କି ଚାଲିଛି । ମ୍ୟୁନିସିପାଲିଟିର ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେତେବେଳେ କୋର୍ଟ ତ ଆଉ କେତେବେଳେ ସରକାରୀ ନାଲିଫିତା ଦେଖାଇ ରାଜ୍ୟ ରାଜକୋଷକୁ ଚୂନ ମାରିଛି କମ୍ପାନୀ । ରାଜ୍ୟବାସୀଙ୍କ ପଇସାକୁ ଏଭଳି ଲୁଟିବାର ଅଭ୍ୟାସ ବୋଧହୁଏ ସଂସ୍ଥା ପାଇଁ ଦେହସୁହା ହୋଇଯାଇଛି ।
ଇମ୍ଫା ରାଜକୋଷକୁ କେମିତି ପଟି ମାରିଛି ତାହାର ଏକ ନିଚ୍ଛକ ତଥ୍ୟ ଲାଗିଛି ମିଡ-ଡେ ଓଡ଼ିଶା ହାତରେ । ଖୋଦ୍‌ ସରକାରୀ ଦଳ ଏଥିପାଇଁ ଇମ୍ଫାକୁ ହୃଦୟଭରା ସହଯୋଗ ଦେଇଛି । ଗତ ୮ ତାରିଖରେ ଚୌଦ୍ୱାର ମ୍ୟୁନିସିପାଲ୍‌ କାଉନସିଲ୍‌ ଅଫିସ ଚିଠି ନମ୍ବର ୬୩୭ରେ ଇମ୍ଫା ଦ୍ୱାରା ୫୦ ଲକ୍ଷ ରଫାଦଫାର ଇତିହାସ ଖୋଲି ହୋଇଯାଇଛି । ଇମ୍ଫାର ଟିକସ ଫାଙ୍କି ଫର୍ମୂଲା ଏଥିରେ ଧରାପଡ଼ିଛି ।

ମୂଳରୁ ଶେଷ ଯାଏଁ ଘଟଣା ଏଭଳି । ଚିଠି ନମ୍ବର ୬୯୬/ତାରିଖ ୧୩.୦୨.୨୦୧୫ରେ ଚୌଦ୍ୱାର ମ୍ୟୁନିସିପାଲିଟି ଏକଜ୍ୟୁଟିଭ ଅଫିସର ଇମ୍ଫା କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟଙ୍କୁ ବକେୟା ପ୍ରାୟ ୧୦ ବର୍ଷର ଲାଇସେନସ୍‌ ଫି ପୈଠ ପାଇଁ ଚିଠି ଲେଖିଥିଲେ । ହାଇକୋର୍ଟଙ୍କ ନିଷ୍ପତିକ୍ରମେ ୨୦୧୪-୧୫ ସୁଦ୍ଧା ବକେୟା ୪୫,୩୧,୪୯୩ ଟଙ୍କା ପୈଠ ପାଇଁ ଏହି ଚିଠିରେ କୁହାଯାଇଥିଲା । ମାତ୍ର ପରଦିନ ଅର୍ଥାତ୍‌ ୧୪.୦୨.୨୦୧୫ରେ ଇମ୍ଫା ଜବାବରେ ମାମଲା ବିଚାରାଧୀନ ଥିବା ଦର୍ଶାଇ ମ୍ୟୁନିସିପାଲିଟିକୁ ଅଧିକ ସମୟ ମାଗିଥିଲା । ଦୁଇଦିନ ପରେ ୧୬.୦୨.୨୦୧୫ ରେ ଚୌଦ୍ୱାର ମ୍ୟୁନିସିପାଲିଟି ପୁଣି ଏକ ଚିଠି(ନମ୍ବର ୭୪୪) ଲେଖିଲା ଇମ୍ଫା କର୍ତ୍ତୃପକ୍ଷଙ୍କୁ । ସ୍ପଷ୍ଟ କରାଯାଇଥିଲା କି ମାମଲାଟି କୋର୍ଟରେ ୦୩.୧୨.୨୦୧୪ ରୁ ଫୈସଲା ହୋଇସାରିଛି । କୋର୍ଟଙ୍କ ନିର୍ଦ୍ଦେଶମତେ ସବୁତକ ବକେୟା ଦେୟ ଅର୍ଥାତ୍‌ ୪୫,୩୧,୪୯୩ ଟଙ୍କା ମ୍ୟୁନିସିପାଲିଟିରେ ଦାଖଲ କରିବାକୁ ପଡ଼ିବ । ତେବେ ଇମ୍ଫା କର୍ତ୍ତୃପକ୍ଷ ଏହାକୁ ଗାଲୁ ମାରିଥିଲେ ଏବଂ ମାମଲାଟି ହାଇକୋର୍ଟରେ ବିଚାରାଧୀନ ଥିବା ଦାବି କରି ଟଙ୍କା ପୈଠ କରି ନ ଥିଲେ ।

୪ ମାସ ପରେ ପୁନର୍ବାର ଗତ ୨୭.୦୬.୨୦୧୫ ରେ ଚୌଦ୍ୱାର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଇମ୍ଫାକୁ ଆଉ ଏକ ଡିମାଣ୍ଡ ନୋଟିସ୍‌ ଜାରି କଲେ । ଯାହାର ଚିଠି ନମ୍ବର ଥିଲା ୨୨୫୨ । ସେଥିରେ ୨୦୧୫-୧୬ ସୁଦ୍ଧା ଏରିଅର୍‌ ସହ ସମୁଦାୟ ୪୭,୫୯,୧୭୯ ଟଙ୍କା ପୈଠ କରିବାକୁ କୁହାଯାଇଥିଲା । ବାର୍ଷିକ ୨,୨୭,୬୮୬ ଟଙ୍କା ହିସାବରେ ଲାଇସେନସ୍‌ ଫି ଧାର୍ଯ୍ୟ କରାଯାଇ ଇମ୍ଫାଠାରୁ ଏହି ପାଉଣା ହିସାବ କରାଯାଇଥିଲା । ମାତ୍ର ମ୍ୟୁନିସିପାଲିଟିର ବାରମ୍ବାର ନୋଟିସ୍‌କୁ ଇମ୍ଫା ଖାତିର କଲାନାହିଁ ।

ଆଶ୍ୱର୍ଯ୍ୟର କଥା, ପ୍ରଶାସନକୁ ବେଖାତିର କରି ଟିକସ ଫାଙ୍କି ଚାଲିଥିବା ଇମ୍ଫାକୁ ଇତିମଧ୍ୟରେ ଅନୁଗ୍ରହ ଦେଖାଇବା ପାଇଁ ବିଜେଡ଼ି ଦ୍ୱାରା ଗଠିତ ଚୌଦ୍ୱାର ମ୍ୟୁନିସିପାଲିଟି ଏକ ଚାଲ୍‌ ଖେଳିଛନ୍ତି । ଗତ ୩୦.୦୬.୨୦୧୫ ରେ ମ୍ୟୁନିସିପାଲିଟିର ସାଧାରଣ ଅଧିବେସନ ଡକାଯାଇ ଇମ୍ଫାକୁ ସୁରକ୍ଷା ଦେବାର ବାଟ ଖୋଲାଯାଇଛି । ଇମ୍ଫାକୁ ବାର୍ଷିକ ୧ ଲକ୍ଷ ଟଙ୍କା ଛାଡ଼ ପାଇଁ ପୌରପାଳିକା ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅର୍ଥାତ୍‌ ୨,୨୭,୬୮୬ ଜାଗାରେ ଇମ୍ଫା ଦେବ ୧,୨୭,୬୮୬ ଟଙ୍କା । ସାଂଘାତିକ ତଥ୍ୟ ହେଉଛି, ଇମ୍ଫା ବାର୍ଷିକ ୨,୨୭,୬୮୬ ଟଙ୍କା ଜାଗାରେ ମାତ୍ର ୬,୨୫୦ ଟଙ୍କା ପୈଠ କରୁଥିବା ଖୋଦ୍‌ ପୌରପାଳିକା ମାନିଛି । ତେବେ ବିଜେଡ଼ି ଶାସିତ ଏହି ପୌରପାଳିକା ଇମ୍ଫାକୁ ଦରଦ ଦେଖାଇବାକୁ ଅନ୍ଧ ହୋଇଯାଇଛି । ଟିକସ ଫାଙ୍କିବାକୁ ବାରମ୍ବାର କୋର୍ଟର ଆଶ୍ରୟ ନେଉଥିବା ଇମ୍ଫା ପାଇଁ ଆଖିରୁ ଲୁହ ଗଡ଼ାଇଛନ୍ତି ସଂଖ୍ୟାଗରିଷ୍ଠ ବିଜେଡ଼ି କାଉନସିଲର୍‌ । ଇମ୍ଫା ବକେୟା ଦେୟର ଆଶୁ ସମାଧାନ କଥା ଦର୍ଶାଯାଇ ତାକୁ ବାର୍ଷିକ ୧ ଲକ୍ଷ ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ବିଭିନ୍ନ ବ୍ୟାଙ୍କର ଋଣ ଖିଲାପୀ ତାଲିକାରେ ଥିବା ଦେଶର ୧୬୦ ଜଣ ଚର୍ଚ୍ଚିତ ଚେହେରା ମଧ୍ୟରେ ଅଛନ୍ତି ଇମ୍ଫା ମାଲିକ । ତାଙ୍କୁ ଓଡ଼ିଶାର ବିଜୟ ମାଲ୍ୟା କୁହାଯାଉଛି । ରାଜ୍ୟରେ ନିଜ ସାମ୍ରାଜ୍ୟର କାର୍ଯ୍ୟକଳାପ ବି ରାଜ୍ୟବାସୀଙ୍କ ଛାତି ଥରାଇ ଦେଉଛି । ସିଧାସଳଖ କହିଲେ, ଓରଟେଲ୍‌ କେବୁଲ୍‌ ସଂସ୍ଥା ଜରିଆରେ ସାଧାରଣ ଲୋକଙ୍କୁ ଶୋଷୁଛନ୍ତି ପଣ୍ଡା କମ୍ପାନୀ । ବିନା ସର୍ଭିସ୍‌ରେ ଲୋକଙ୍କ ତଣ୍ଟିଚିପି ପଇସା ଟାଣିନେଉଛି ସଂସ୍ଥା । ମାସକର ବାକିଆ ବିଲ୍‌ କୁ ଗୁଣ୍ଡା ଲଗାଇ ଆଦାୟ କରିବାକୁ ବି ପଛାଉନାହାନ୍ତି ଓରଟେଲ୍‌ କର୍ତ୍ତୃପକ୍ଷ । କିନ୍ତୁ ହଜାର ହଜାର କୋଟି ଟଙ୍କାର ବେପାର କରୁଥିବା ମୂଳ ସଂସ୍ଥା ଇମ୍ଫା ନିଜର ପ୍ରଭାବ ବଳରେ ରାଜ୍ୟ ସରକାରଙ୍କୁ ଟିକସ ଫାଙ୍କିବା ନିଶାରେ ମୂଳରୁ ପଡ଼ିଛନ୍ତି ।
ଅତୀତରେ ସରକାରଙ୍କଠାରୁ ୨୨୦୦ କୋଟି ଟଙ୍କାର ଟିକସ ଛାଡ଼ ପାଇ ବି ମନ ଶାନ୍ତି ହୋଇନି । ରାଜଧାନୀରେ କେବୁଲ୍‌ ବିସ୍ତାର ପାଇଁ ଓରଟେଲ୍‌ ସଂସ୍ଥା ବିଏମସିର ସବୁ ପୋଲ୍‌ ବ୍ୟବହାର କରୁଥିଲେ ମଧ୍ୟ ମାସକୁ ପାଉଣା ଦେଉଛି ମାତ୍ର ୧୦ ହଜାର ଟଙ୍କା । ସେତିକି ବି ବର୍ଷ ବର୍ଷ ଧରି ପୈଠ କରୁନାହିଁ । ଆଉ ଏବେ ଚୌଦ୍ୱାର ମ୍ୟୁନିସିପାଲିଟିକୁ ନିଜ ପ୍ରଭାବ ବଳରେ ନଚାଇ ଟିକସ ଫାଙ୍କିବା ପ୍ରଭାବଶାଳୀ ବୈଜୟନ୍ତଙ୍କ ପାଇଁ ନୂଆ କଥା ହୋଇନାହିଁ । ଓଡ଼ିଶାର ସ୍ୱାଭିମାନୀ ଗରିବ ଜନସାଧାରଣ ଏକଥା ଶୁଣି ଲଜ୍ଜାରେ ମୁହଁ ପୋତୁଥିବେ । ମାତ୍ର ଗରିବଙ୍କ ପେଟରେ ନାତମାରି ରାଜକୋଷ ଲୁଟୁଥିବା ବଡ଼ବଡ଼ିଆଙ୍କଠାରୁ ଲଜ୍ଜା କି ସ୍ୱାଭିମାନ ଆଶା କରିବା ବି ଲଜ୍ଜାର କଥା ।

Previous Post

ପାଜେରୋ ଫାଇଲ୍‌ ଗାଏବ

Next Post

କୋଉଟା ସତ? ଦାସ ନା ଦାସବର୍ମା

Next Post
କୋଉଟା ସତ? ଦାସ ନା ଦାସବର୍ମା

କୋଉଟା ସତ? ଦାସ ନା ଦାସବର୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA