Saturday, May 9, 2026 03:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଉଟା ସତ? ଦାସ ନା ଦାସବର୍ମା

by Our Correspondent
28 Mar, 2016- 06:59 PM
in News
1 min read
0
କୋଉଟା ସତ? ଦାସ ନା ଦାସବର୍ମା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପାଜେରୋ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ତଥାକଥିତ କେଳେଙ୍କାରୀର ଆଉ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ପାଜେରୋ ବିବାଦଠାରୁ ବି ଆହୁରି ସାଂଘାତିକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବେଳେ ସଞ୍ଜୟ ଦେଇଥିବା ତଥ୍ୟରେ ନିଜ ବାପାଙ୍କ ନାଁ ସହ ଖେଳିବାକୁ ବି ପଛାଇନାହାନ୍ତି । ବ୍ରହ୍ମଗିରି ଆସନରୁ ଏ ପର୍ଯ୍ୟନ୍ତ ତିନି ଥର ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ସଞ୍ଜୟ ତାଙ୍କ ଆଫିଡେଭିଟ୍‌ରେ ନିଜ ବାପାଙ୍କ ସାଙ୍ଗିଆକୁ ବି ହାତେ ହାତେ ବଦଳେଇ ପାରିଛନ୍ତି ।

୨୦୦୪ ରେ ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସଞ୍ଜୟ ଦାସବର୍ମା । ଆଫିଡେଭିଟ୍‌ ରେ ତାଙ୍କ ବାପାଙ୍କ ନାଁ ଲେଖିଥିଲେ ରାମକୃଷ୍ଣ ଦାସବର୍ମା । ୨୦୦୯ ମସିହାରେ ଦ୍ୱିତୀୟ ଥର ପ୍ରାର୍ଥୀପତ୍ର ଦାଖଲ ବେଳେ ବି ଆଫିଡେଭିଟ୍‌ ରେ ବାପାଙ୍କ ନାଁ ଲେଖିଥିଲେ ରାମକୃଷ୍ଣ ଦାସବର୍ମା । ମାତ୍ର ୨୦୧୪ ନିର୍ବାଚନରେ ସେ ତାଙ୍କ ପ୍ରାର୍ଥୀପତ୍ର ଆଫିଡେଭିଟ୍‌ରେ ବାପାଙ୍କ ସାଙ୍ଗିଆ ଦାସବର୍ମାରୁ ଦାସକୁ ବଦଳାଇ ଦେଇଥିଲେ । ସେଥିରେ ବାପାଙ୍କ ନାଁ ଥିଲା ରାମକୃଷ୍ଣ ଦାସ । ଏକଥା ଆମେ କହୁନୁ, ପବ୍ଲିକ୍‌ ଡୋମେନ୍‌ ରେ ଥିବା ସଞ୍ଜୟଙ୍କ ତିନି ଥରର ଆଫିଡେଭିଟ୍‌ କହୁଛି । ହୁଏତ ଯୁକ୍ତି ହୋଇପାରେ, ୨୦୧୪ ବେଳକୁ ସଞ୍ଜୟ ତାଙ୍କ ବାପାଙ୍କ ସାଙ୍ଗିଆକୁ କୋର୍ଟ ଆଫିଡେଭିଟ୍‌ ବଳରେ ଦାସବର୍ମାରୁ ଦାସକୁ ପରିବର୍ତ୍ତନ କରିଛନ୍ତି । ମାତ୍ର ଏହା ଯେ ଡାହା ମିଛ ତାହା ସଞ୍ଜୟଙ୍କ ମାଲିକାନାରେ ଥିବା ଅନ୍ୟ କାଗଜପତ୍ରରୁ ସ୍ପଷ୍ଟ ପ୍ରମାଣ ମିଳିଛି ।

ସଞ୍ଜୟ “ଟିମ୍‌ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍‌ ଲିମିଟେଡ’ ନାମକ ଏକ ସଂସ୍ଥା ଗଢ଼ିଥିଲେ ୨୦୦୫ ମସିହାରେ । ୨୬.୧୦.୨୦୦୫ରେ ଏହି ସଂସ୍ଥାରେ ସଞ୍ଜୟ ତାଙ୍କ ବାପାଙ୍କୁ ଅନ୍ୟ ଏକ ନିର୍ଦ୍ଦେଶକ ରଖିଥିଲେ । ସେଥିରେ ବାପାଙ୍କ ନାଁ ରହିଛି ରାମକୃଷ୍ଣ ଦାସ । ଯଦି ଏହା ସତ ସାଙ୍ଗିଆ, ତାହା ହେଲେ ବର୍ଷେ ପୂର୍ବରୁ ସଞ୍ଜୟ ଦାଖଲ କରିଥିବା ପ୍ରାର୍ଥୀପତ୍ର ଆଫିଡେଭିଟ୍‌ ଓ ୫ ବର୍ଷ ପରେ ଦାଖଲ କରିଥିବା ଆଫିଟେଭିଟ୍‌ରେ ବାପାଙ୍କ ସାଙ୍ଗିଆ ଦାସବର୍ମା ହୋଇଗଲା କିଭଳି? ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ୨୦୧୪ ନିର୍ବାଚନ ବେଳକୁ ସଞ୍ଜୟଙ୍କ ବାପାଙ୍କ ସାଙ୍ଗିଆ କୋର୍ଟ ଆଫିଡେଭିଟ୍‌ ବଳରେ ଦାସ ହୋଇଯାଇ ନ ଥିଲା । ବରଂ ବହୁ ପୂର୍ବରୁ ୨୦୦୫ ମସିହାରେ ସଞ୍ଜୟଙ୍କ ବାପାଙ୍କ ସାଙ୍ଗିଆ ଦାସ ଥିଲା । ଅତଏବ, ସାଙ୍ଗିଆରେ କେଉଁଟା ଠିକ୍‌ ଓ କେଉଁଟା ଭୁଲ୍‌ ତାହା ଜାଣିବା କଷ୍ଟକର । କାରଣ ୨୦୦୫ ମସିହାରେ ଗଢ଼ିଥିବା ସଂସ୍ଥା କାଗଜପତ୍ରରେ ବାପାଙ୍କ ସାଙ୍ଗିଆ ଦାସ ଲେଖିଥିବା ସଞ୍ଜୟ ୨୦୦୪ ଓ ୨୦୦୯ ନିର୍ବାଚନ ଆଫିଡେଭିଟ୍‌ ରେ ସେହି ସାଙ୍ଗିଆକୁ ଦାସବର୍ମା ଉଲ୍ଲେଖ କରିଥିବା ବେଳେ ୨୦୧୪ ବେଳକୁ ତାହା ପୁଣି ଦାସ ସାଙ୍ଗିଆକୁ କାଂଟଛାଂଟ୍‌ ହୋଇଯିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନି ।

ତେବେ ଏହା ସତ୍ୟ ଯେ ଏ ସବୁ କାଗଜପତ୍ର ପ୍ରମାଣିତ କରୁଛି ସଞ୍ଜୟ ଦାସବର୍ମା ନିଜ ବାପାଙ୍କ ନାଁ ଟାଇଟଲ୍‌ ବଦଳାଇବା ପଛରେ କିଛି ଗଫଲତି ରହିଛି । ସେଥିରେ ଉଦ୍ଦେଶ୍ୟ କେବଳ ତାଙ୍କୁ ଜଣା । ମାତ୍ର ଏହା ସେ ସାଂଘାତିକ ଅପରାଧ ସେଥିରେ କାହାର ଦ୍ୱିମତ ନାହିଁ । ଆହୁରି ଗୁରୁତର କଥା ହେଉଛି, ପ୍ରାର୍ଥୀପତ୍ର ଦାଖଲ ବେଳେ ରିଟର୍ଣ୍ଣିଂ ଅଫିସର ଏହାକୁ ଭଲଭାବେ ଯାଞ୍ଚ କରିବା କଥା । ମାତ୍ର ରିଟର୍ଣ୍ଣିଂ ଅଫିସରଙ୍କ ଆଖିରୁ ଏହା ଖସିଯାଇଛି କି ଜାଣିଶୁଣି ସେ ଖସେଇ ଦେଇଛନ୍ତି ତାହା ଏବେ ସନ୍ଦେହ ସୃଷ୍ଟି କରିଛି ।

Previous Post

ଇମ୍ଫା ପୁଣି ଧପେଇଲା ୫୦ ଲକ୍ଷ

Next Post

ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

Next Post
ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA