Monday, October 12, 2026 04:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

by Our Correspondent
11 Oct, 2026- 11:40 PM
in Latest News, News
1 min read
0
ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନ୍ (ଆଇୟୁଏସ୍‌ଏଫ୍‌)ର ପ୍ରଥମ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ରବିବାର ନୂଆଦିଲ୍ଲୀଠାରେ ଆୟୋଜିତ ଫେଡେରେସନର ପ୍ରଥମ ବାର୍ଷିକ କାର୍ଯ୍ୟକାରିଣୀ ସଭାରେ ସର୍ବସମ୍ମତି କ୍ରମେ ସେ ମନୋନୀତ ହୋଇଛନ୍ତି । ଏହି ନୂତନ ଦାୟିତ୍ୱ ସହ ଦେଶର ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତଙ୍କୁ ଉଚ୍ଚସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କ ଭୂମିକା ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି ।

ସଭାପତି ଭାବେ ନିର୍ବାଚିତ ହେବା ପରେ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀ ସାମନ୍ତ ଭାରତରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଦେଶର କ୍ରୀଡ଼ାବିତଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ଦେଶରେ କ୍ରୀଡ଼ାର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ପାଇଁ ସମସ୍ତ ଅଂଶୀଦାର ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ପାଇଁ ତାଙ୍କର ଏହି ଦୀଘର୍କାଳୀନ ଅବଦାନକୁ ବିଚାରକୁ ନେଇ ସଂଘ ଶ୍ରୀ ସାମନ୍ତଙ୍କୁ ଏହାର ପ୍ରଥମ ସଭାପତି ଭାବେ ମନୋନୀତ କରିଛି ।

ବିଶ୍ୱର ବିଭିନ୍ନ ଦେଶରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସଂଘମାନ ରହିଛି । ମାତ୍ର ଭାରତରେ ଏହା ନଥିଲା । ପ୍ରଥମ ଥର ଭାରତରେ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାକୁ ଏକ ସୁସଂଗଠିତ ଢାଞ୍ଚାରେ ଆଗେଇ ନେବା ଲକ୍ଷ୍ୟରେ ଏହି ସଂଘ ଗଠନ କରାଯାଇଛି । ଅଭିଜ୍ଞ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀ ଏଭଳି ଏକ ସଂଘ ଗଠନ କରିବାକୁ ପ୍ରୟାସ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏହି ସଂଘକୁ ଅନୁମୋଦନ ଦେଇଛନ୍ତି । ଏଥିରେ ଭାରତର ରାଜ୍ୟର କ୍ରୀଡ଼ାସଂଘର ୨ ଜଣ ଲେଖାଏଁ ସଦସ୍ୟ ଏଥିରେ ସଦସ୍ୟ ଥିବା ବେଳେ ୧୫ଜଣ ଅଫିସ ବିୟରର ଅଛନ୍ତି । ଫେଡେରେସନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍ପୋର୍ଟସ ୟୁନିଭରସିଟି (ଫିସୁ) ସହ ଏହା ଅନୁବନ୍ଧିତ ହେବ ।

ଭାରତରେ ଥିବା ୧୨ଶହରୁ ଊଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବା ଦିଗରେ ଏହି ସଂଘ କାର୍ଯ୍ୟ କରିବ । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଯୋଗଦାନ, ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କ୍ରୀଡ଼ାବିତ୍‌ଙ୍କୁ ଅଂଶଗ୍ରହଣ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମୋଟାମୋଟି ଉପରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏଆଇୟୁ) କ୍ରୀଡ଼ାର ବିକାଶ ଦିଗରେ ଯାହା କରୁଥିଲା ଏବେ ଆଇୟୁଏସ୍‌ଏଫ୍‌ ସେହି କାମ କରିବ । ଅଲିମ୍ପିକ୍ସ, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଉଚ୍ଚମାନର କ୍ରୀଡ଼ାବିତ୍ ଗଢ଼ିତୋଳିବା ଏହି ଫେଡେରେସନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ । ଦେଶରେ କ୍ରୀଡ଼ାର ବିକାଶ ଓ ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଅଧିକ ସୁଦୃଢ଼ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ସଂଘ କାର୍ଯ୍ୟ କରିବ । ଏହି ସଂଘକୁ ଅନୁମୋଦନ ଦେଇଥିବାରୁ ଶ୍ରୀ ସାମନ୍ତ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଶ୍ରୀ ସାମନ୍ତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ସଂଘର ବିଭିନ୍ନ ପଦପଦବୀରେ ରହିବା ସହ ସମ୍ମାନିତ ହୋଇଛନ୍ତି । ପୂର୍ବରୁ ଶ୍ରୀ ସାମନ୍ତ ଭାରତୀୟ ଭଲିବଲ୍‌ ସଂଘର ସଭାପତି ଥିଲେ । ଏବେ ଓଡ଼ିଶା ଭଲିବଲ୍‌ ସଂଘର ସଭାପତି ସହ ଏଫ୍‌ଆଇଭିବିର ମଧ୍ୟ ସଦସ୍ୟ ଅଛନ୍ତି । ଅନ୍ତର୍ଜାତୀୟ କ୍ରୀଡ଼ା ସଂଘ ଫିଫା, ଏଫ୍ଆଇଭିବି ଓ ଫିଡେ ସହ ସେ ଦୃଢ଼ ସଂପର୍କ ସ୍ଥାପନ କରିଆସିଛନ୍ତି । ଭଲିବଲ୍ ଓ ଚେସ୍ ର ବିକାଶ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଏଫ୍ଆଇଭିବି ପକ୍ଷରୁ ଏହାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

୨୦୦୪ ମସିହାରୁ କିଟ୍ ଓ କିସ୍ ମାଧ୍ୟମରେ ଶ୍ରୀ ସାମନ୍ତ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ଏଠାରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଛାତ୍ରଛାତ୍ରୀଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁଛି । ସେଥିପାଇଁ ଏଠାରେ ୨୫୦ରୁ ଅଧିକ କ୍ରୀଡ଼ା କର୍ମଚାରୀ ନିୟୋଜିତ ଅଛନ୍ତି ।

ଇତି ମଧ୍ୟରେ କିଟ୍ ଓ କିସ୍ରୁ ୨୪ ଜଣ କ୍ରୀଡ଼ାବିତ୍ ଅଲିମ୍ପିକ୍ସରେ ଓ ୪ ଜଣ ପାରାଲିମ୍ପିଆନ୍ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଜଣେ କ୍ରୀଡ଼ାବିତ୍ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବାବେଳେ ୧୪ ଜଣ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ନିକଟରେ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ୨୦ତମ ଏସୀୟ କ୍ରୀଡ଼ାରେ କିଟ୍ ଓ କିସ୍ର ୫୪ ଜଣ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିଥିଲେ । ଗୋଟିଏ ଭାରତୀୟ ବିଶ୍ୱବିଦ୍ୟାଳୟରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍ଙ୍କ ଅଂଶଗ୍ରହଣ ଏକ ଉଲ୍ଲେଖନୀୟ ସଫଳତା । ଏହି ପ୍ରତିଯୋଗିତାରେ କିଟ୍‌-କିସ୍‌ର କ୍ରୀଡ଼ାବିତ୍ମାନେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୧ଟି କାଂସ୍ୟ ସହ ମୋଟ ୨୧ଟି ପଦକ ଜିତିଛନ୍ତି ।

Previous Post

ଦିଲ୍ଲୀ ଚାଲିଲେ କଂଗ୍ରେସ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA