Tuesday, October 13, 2026 04:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ହକିକୁ ଡବଲ ଇଞ୍ଜିନ୍ ଷ୍ଟ୍ରୋକ୍!

by Our Correspondent
12 Oct, 2026- 07:01 PM
in Latest News, News, Sports
1 min read
0
ଓଡ଼ିଶା ହକିକୁ ଡବଲ ଇଞ୍ଜିନ୍ ଷ୍ଟ୍ରୋକ୍!

ଭୁବନେଶ୍ୱର: ଓଡ଼ିଶାରେ ହକି ପ୍ରତି ଡବଲ ଇଞ୍ଜିନ ସରକାର ଅବହେଳା କରୁଥିବା ଅଭିଯୋଗ ଆଣିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା । କିନ୍ତୁ ବର୍ତ୍ତମାନର ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା ଓ ମିଡିଆ ସଂଯୋଜକ ଲେନିନ୍ ମହାନ୍ତି ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।

ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ ନବୀନଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା । ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ଓଡ଼ିଶାରେ ହକି ଏକ ଭାବନା । ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତର କମିଟି ମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରି ପାରୁନାହାନ୍ତି । ଓଡ଼ିଶା ହକି ଯିଏ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି । ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଗଲେଣି କି ପ୍ରଶ୍ନ କରିଛନ୍ତି । ହକି ଓଡ଼ିଶାର ଭାବନା ସହ ଜଡ଼ିତ ଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କ ଅପାରଗ ପଣିଆ ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି ।

ଡ଼ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଯାଇଛନ୍ତି । ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାନସିକତା ନାହିଁ । ଯେଉଁ ହକି ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଗୌରବ ଅର୍ଜନ କରିଥିଲା । ଓଡ଼ିଶା ସବୁଠି ଆଦୃତ ହେଉଥିଲା । ବିଜେପି ସରକାରଙ୍କ ବିଫଳତା ଯୋଗୁଁ ସେ ପରିଚୟ ହରାଇଛି । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ମନ୍ତ୍ରୀ ଭୁଲି ଯାଇଛନ୍ତି । ଦୌଡ଼ ଟ୍ରାକ ଉପରେ ମନ୍ତ୍ରୀ ଗାଡି ଚଳାଇଥିଲେ । ଯାହା ଫଳରେ ହକି ଖେଳ ପ୍ରତି ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଇଛି । ସୁନ୍ଦରଗଡ ଜିଲ୍ଲା ହେଉଛି ହକି ଖେଳର ଏନ୍ତୁଡ଼ିଶାଳ । ଯାହାକୁ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ପ୍ରଶଂସିତ ରହିଛି । ସୁନ୍ଦରଗଡ ହକି ଖେଳାଳି ଆଗକୁ ଗଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଆହୁରି ପ୍ରସଂଶିତ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାଣିଥିଲେ । ଯାହାକୁ ନେଇ ସେ ସଦା ଯତ୍ନଶୀଳ ହୋଇ କାର୍ଯ୍ୟ କରୁଥିଲେ ।

କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହାକୁ ଭୁଲି ଯାଇଛି । ହକି ବିଶ୍ୱ କପ୍ ଓଡ଼ିଶା ଆୟୋଜନ କରିଥିଲା । ଅନ୍ୟ ରାଷ୍ଟ୍ର ମାନେ ବିଶ୍ୱ କପ୍ ନେଇ ଅକ୍ଷମତା ପ୍ରକାଶ କରିଥିବା ବେଳେ ନବୀନ ପଟ୍ଟନାୟକ ତାହାକୁ ଆୟୋଜନ କରି ଓଡ଼ିଶା ହକିକୁ ନୂତନ ପରିଚୟ ପ୍ରଦାନ କରିଥିଲେ । ଗତ ଅଢେଇ ବର୍ଷ ଧରି ହକି ପ୍ରତି ଉଦାସୀନତା ଯୋଗୁଁ ଓଡ଼ିଶାର ହକି ମାନରେ ଅବନତି ଘଟିଛି । ହକି ପ୍ରତି ଅବହେଳା ଯୋଗୁଁ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃବର୍ଗୀକରଣ କରାଯିବ । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ହକି ଖେଳ ଉତ୍ପତ୍ତି ସ୍ଥଳୀ ଓଡ଼ିଶାକୁ ଯଦି ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ତାହା ଅତି ନିନ୍ଦନୀୟ । ଏହା କଣ ଆମ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ହକି ଖେଳକୁ ନେଇ ଓଡ଼ିଆ ଗର୍ବିତ ହେଉଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ପାଇଁ ନିନ୍ଦିତ ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ଏଥି ପାଇଁ ପ୍ରତିଟି ଓଡିଆ ଅପମାନିତ ହେଉଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

Previous Post

ଇଣ୍ଡିଆନ୍ ୟୁନିସ୍ପୋର୍ଟ ଫେଡେରେସନର ପ୍ରଥମ ସଭାପତି ହେଲେ ଅଚ୍ୟୁତ ସାମନ୍ତ

Next Post

କଲେଜ ନିର୍ବାଚନରେ ‘ଭୋଟ ଚୋରି’!

Next Post
କଲେଜ ନିର୍ବାଚନରେ ‘ଭୋଟ ଚୋରି’!

କଲେଜ ନିର୍ବାଚନରେ 'ଭୋଟ ଚୋରି'!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA