ଭୁବନେଶ୍ବର: ଆସନ୍ତା ୨୦୨୧ ଜାନୁଆରୀ ୨ ତାରିଖରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମ୍ମିଳନୀ ବା ନିଖ୍ଖଳ ଭାରତ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ । ୟୁନିଟ-୯ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଦିବସବ୍ୟାପୀ କାର୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଏବଂ ଯୁବ ସାମ୍ମୁଖ୍ୟ ସଦସ୍ୟମାନେ ଯୋଗଦେବେ ।
ସର୍ବଭାରତୀୟ ସମ୍ମିଳନୀ ନିମନ୍ତେ ସୋମବାର ସ୍ବାଧୀନତା ସଂଗ୍ରାମୀ ସଦନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଖ୍ଖଳ ଭାରତ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ କାର୍ୟ୍ୟକ୍ରମ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
କୋଭିଡ କଟକଣା ମଧ୍ୟରେ ଦିନିକିଆ ସମ୍ମିଳନୀ କରାଯିବ ଓ ଦୁଇଟି ଅଧ୍ଖବେଶନ ହେବ। ଅଧ୍ଖବେଶନ ପାଇଁ ଅଭ୍ୟର୍ଥନା ସମିତି ଗଠନ କରାଯାଇଛି। ଏହାର ଅଧ୍ୟକ୍ଷଭାବେ ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ବା ଯୁବ ସାମ୍ମୁଖ୍ୟ ସଦସ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ମିଳନୀକୁ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ଅତିଥ୍ଖଭାବେ ଡାକିବାକୁ ନିଷ୍ପତ୍ତି ନିଆଯାଇଛି।
ସ୍ବାଧୀନତା ସଂଗ୍ରାମୀ ପରିବାରକୁ ସ୍ବୀକୃତି ପ୍ରଦାନ ଏବଂ ଦାୟାଦମାନଙ୍କୁ ପରିଚୟ ପତ୍ର ପ୍ରଦାନ ସଂପର୍କରେ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯିବ। ଯୁବ ସାମ୍ମୁଖ୍ୟ କାର୍ୟ୍ୟକର୍ତ୍ତା ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ସରକାରୀ ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ଅନ୍ୟତମ ଅତିଥ୍ଖଭାବେ ଯୋଗ ଦେଇଥ୍ଖଲେ। ସ୍ବାଧୀନତା ସଂଗ୍ରାମୀ ସମିତିର ନୂଆ ସଭାପତି ନୀଳମଣି ସାମଲଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥ୍ଖଲା।
ସାମ୍ବାଦିକ ବୈଷ୍ଣବ ଜେନା, ଯୁବ ସାମ୍ମୁଖ୍ୟ ସଦସ୍ୟ ପ୍ରଶାନ୍ତ ଦାସ, ଉପେନ୍ଦ୍ର ପାଢ଼ୀ, ପ୍ରମେଶ ମହାନ୍ତି, ବୈକୁଣ୍ଠ ମହାପାତ୍ର, ସୁଧାଂଶୁ ମହାପାତ୍ର, ଦୁଃଶାସନ ସ୍ବାଇଁ, ଚନ୍ଦ୍ରକାନ୍ତ ସାମଲ, ବ୍ରଜବନ୍ଧୁ ପରିଡ଼ା, ଗୋପୀନାଥ ନାୟକ, ପଦ୍ମନାଭ ଦାସ, ଶ୍ୟାମ ପ୍ରସାଦ ପଟ୍ଟନାୟକ, ଅଭୟ ବଡ଼ଜେନା, ସନ୍ତୋଷ କୁମାର ପତି, ଜଗନ୍ନାଥ ପାଢ଼ୀ, ଗିରିଜା ଶଙ୍କର ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ କାର୍ୟ୍ୟକ୍ରମ ସଂପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥ୍ଖଲେ। ଯୁବ ସାମ୍ମୁଖ୍ୟ ସଦସ୍ୟା ମାଲା ସିଂ ଧନ୍ୟବାଦ ଦେଇଥ୍ଖଲେ।