ବାଙ୍କୀ: କଂଗ୍ରେସ ନେତାଙ୍କ ଚାପରେ ନଇଁଛି ବାଙ୍କୀ ପ୍ରଶାସନ । ପ୍ରଶାସନଠାରୁ ପ୍ରତିଶ୍ରୁତି ମିଳିବା ପରେ ବାଙ୍କୀ ଡମପଡ଼ା ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିବା ସୂଚନା ଅଧିକାର କର୍ମୀ ନକୁଳ ପ୍ରଧାନ ଅନଶନରୁ ଉଠିଛନ୍ତି । ଚତୃର୍ଥ ଓ ଚର୍ତ୍ତୃଦଶ ଅର୍ଥ କମିଶନଙ୍କ ପାଣ୍ଠି ଅର୍ଥ କୁ ବ୍ୟାପକ ଦୁର୍ନୀତି ଓ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କ୍କାଘର, ହାଇମାକ୍ସ ଲାଇଟ ଦୁର୍ନୀତି ଓ ୨୦୧୨ମସିହା ପର ଠାରୁ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ସମ୍ପର୍କରେ ବାରମ୍ବାର ସୂଚନା ଅଧିକାର ଆଇନ ରେ ଡମପଡା ବ୍ଲକ ରୁ ତଥ୍ୟ ମାଗିବାରେ ବିଫଳ ପରେ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଧାନ ଆଜିକୁ ୪ ଦିନ ହେବ ଡମପଡା ବ୍ଲକ ପରିସର ରହିଥିବା ଗାନ୍ଧୀ ମୃତି ତଳେ ଅନଶନ ରେ ବସିଥିଲେ ।
ଏହି ଅନଶନକୁ ବାଙ୍କୀ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବା ସହ ଢ°ସର କଂଗ୍ରେସ କର୍ମୀମାନେ ନକୁଳ ଙ୍କ ସହ ଅନଶନ ରେ ଭାଗ ନେଇଥିଲେ । ବାଙ୍କୀର ପୂର୍ବତନ ବିଧାୟକ ଡକ୍ତର ଦେବାଶିଷ ପଟ୍ଟନାୟକ ଅନଶନ ରେ ଯୋଗ ଦେଇ ଡମପଡା ବ୍ଲକ ର ଦୁର୍ନୀତି ସମ୍ପର୍କରେ ଅଲୋକପାତ କରିଥିଲେ । ଆଜି ରାଜ୍ୟ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ,କଂଗ୍ରେସ ନେତା ବାପି ସର୍ଖେଲ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ଜେନା, ଯୁବ କଂଗ୍ରେସ ନେତା ରାଜୀବ ପଟ୍ଟନାୟକ, ରଜତ ଚୌଧୁରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ର ଯୁବ କଂଗ୍ରେସ ସଭାପତି ପ୍ରମୁଖ ଯୋଗଦେଇଥିଲେ। ଘଟଣା ସ୍ଥଳ କୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଆସି ଅନଶନ କାରୀ ନକୁଳ ଙ୍କର ଦାବୀ କୁ ଯଥା ଶୀଘ୍ର ପୁରଣ କରିବେ ବୋଲି ରାଜ୍ୟ କଂଗ୍ରେସ ନେତା ଙ୍କ ସମୁଖରେ ପ୍ରତିଶୃତି ଦେଇଥିଲେ। ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।
(ବାଙ୍କୀରୁ ଗୌତମ ମିଶ୍ରଙ୍କ ରିପୋର୍ଟ)