Tuesday, April 21, 2026 09:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅମାନିଆ ଅପରାଜିତାଙ୍କ ନାଚ ଭାଇରାଲ୍

ତାଗିଦ୍ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

by Our Correspondent
09 Oct, 2020- 06:24 PM
in Latest News
1 min read
0
ଅମାନିଆ ଅପରାଜିତାଙ୍କ ନାଚ ଭାଇରାଲ୍

ଭୁବନେଶ୍ୱର: କୋଭିଡ୍ ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ଜାତୀୟ ମୁଖପାତ୍ର ପଦବୀ ଅଳଙ୍କୃତ କଲା ପରେ ବି ଅଭ୍ୟାସ ବଦଳାଇ ପାରିନାହାନ୍ତି । କୋଭିଡ କଟକଣା ନ ମାନି ସମର୍ଥକଙ୍କ ମେଳିରେ ନିଜ ଜନ୍ମଦିନକୁ ଗତକାଲି ଧୂମଧାମରେ ପାଳିଥିଲେ । ଆୟୋଜିତ ଆସରରେ କେକ୍ କାଟି ସମସ୍ତଙ୍କୁ ଖୁଆଇ ଦେବା ପରେ ସେମାନଙ୍କ ସହ ମନଖୋଲା ନାଚିଥିଲେ । ସାମାଜିକ ଦୂରତା ଛାଡ଼ନ୍ତୁ, ମୁହଁରେ ମାସ୍କ ଭିଡ଼ିବାକୁ ବି ସାଂସଦ ଓ ସମର୍ଥକମାନେ ଉଚିତ୍ ମନେ କରି ନଥିଲେ ।

ଜନ୍ମଦିନ ପାର୍ଟିରେ ସାଂସଦ ନାଚୁଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଏବେ ଭାଇରାଲ୍ ହୋଇଛି । ଆହୁରି ସାଂଘାତିକ କଥା, ସାଂସଦ ମ୍ୟାଡାମ୍ ନିଜ ଭୁଲ୍ ବୁଝି ଲଜ୍ଜିତ ହେବା ପରିବର୍ତ୍ତେ ସତେ ଯେମିତି ପ୍ରତିହିଂସାପରାୟଣ ହୋଇପଡ଼ିଛନ୍ତି । ଅନୁଗତଙ୍କ ସୋସିଆଲ୍ ମିଡ଼ିଆ ଆକାଣ୍ଟ୍ ରେ ସାଂସଦଙ୍କ ଲୋକପ୍ରିୟତାର କିଛି ଫଟୋ ଛଡ଼ାଯାଇଛି । ଯେଉଁଥିରେ କୋଭିଡ କଟକଣାକୁ ଉପହାସ କରାଯାଇଛି । ଜାତୀୟ ମୁଖପାତ୍ର ନିଯୁକ୍ତି ହୋଇ ଦିଲ୍ଲୀରୁ ପ୍ରଥମଥର ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ କିଭଳି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଉଛି ତାହାର ଝଲକ ଦେଖାଇବାକୁ ଚାହିଁଛନ୍ତି ।

ବିମାନବନ୍ଦରରେ ମ୍ୟାଡାମ୍ ଙ୍କ ଶତାଧିକ ସମର୍ଥକ କୋଭିଡ ନିୟମର କିଭଳି ଧଜିଆ ଉଡାଉଛନ୍ତି ତାହା ସେହି ଫଟୋରୁ ଆହୁରି ସ୍ପଷ୍ଟ ହେଉଛି । କରୋନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟଣାକ୍ରମ ଦେଖିଲେ ମ୍ୟାଡାମ୍ ବୋଧହୁଏ ଏୟା ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ ଆମେ କୋଭିଡ ନିୟମ ପାଳିବୁ ନାହିଁ । ଆମର ଯିଏ ଯାହା କରିବା କଥା କର ।

୨୫ ବର୍ଷର ଆଇଏଏସ୍ ଚାକିରି ଛାଡ଼ି ସାଂସଦ ଏବଂ ଏବେ ବିଜେପିର ତୁଣ୍ଡ ହୋଇଥିବା ମ୍ୟାଡାମ୍ ଅଭ୍ୟାସଗତ ଭାବେ କୋଭିଡ ନିୟମ ଭାଙ୍ଗୁଥିଲେ ମଧ୍ୟ ତାଙ୍କର ଅନୁଶୋଚନା ନାହିଁ । ତେବେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି । ସାଂସଦ ତାଙ୍କ ଜନ୍ମଦିନ ପାର୍ଟିରେ କୋଭିଡ ନିୟମ ଭଙ୍ଗ କରି ନାଚୁଥିବାର ଭିଡ଼ିଓକୁ ମଧ୍ୟ ପଠାଇଛନ୍ତି ।

କରୋନା ମହାମାରୀ ଏବେ ଜନଜୀବନକୁ ଗ୍ରାସ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସମସ୍ତେ କରୋନା କଟକଣା ପାଳିବାକୁ ନିବେଦନ କରୁଛନ୍ତି । ଗାଁଗହଳିଠାରୁ ସହର ପର୍ଯ୍ୟନ୍ତ ସାଧାରଣ ଲୋକ ଏହି ନିୟମକୁ ପାଳୁଛନ୍ତି । ସାମାଜିକ ଦୂରତା ରଖିବା ଏବଂ ମୁହଁରେ ମାସ୍କ ଭିଡ଼ିବା ଏବେ ଲୋକଙ୍କ ଜୀବନର ଅଙ୍ଗ ପାଲଟିଯାଇଛି ।

ସାଧାରଣ ଲୋକ ସଚେତନ ହୋଇଛନ୍ତି, ମାତ୍ର ଦୁର୍ଭାଗ୍ୟ ଯେ ଯିଏ ସେମାନଙ୍କୁ ସଚେତନ କରାଇବା କଥା ସିଏ ନିଜେ ସଚେତନ ହେଉନାହାନ୍ତି । ନିଜେ ନିୟମ ଭାଙ୍ଗିବା ସହ ଅନ୍ୟମାନଙ୍କୁ ନିୟମ ଭାଙ୍ଗିବାକୁ ପ୍ରୋତ୍ସାହିତ କରୁଥିବା ସାଂସଦଙ୍କ ଆଚରଣ କହୁଛି । ନିଜର ଅହମିକା ପାଇଁ ହଜାର ହଜାର ଲୋକଙ୍କ ଜୀବନକୁ ବାଜି ଲଗାଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଶେଷରେ ଏତିକି କୁହାଯିବ.. ନେତାମାନଙ୍କର କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ନୂଆ ନୁହେଁ । ବିଜେପି, ବିଜେଡ଼ି ଓ କଂଗ୍ରେସ କ୍ଷେତ୍ରରେ ଏଭଳି ନିୟମ ଉଲ୍ଲଂଘନର ଅନେକ ଉଦାହରଣ ଅଛି । ନିକଟରେ ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଶବ ଶୋଭାଯାତ୍ରା ଓ ଅନ୍ତେଷ୍ଟିକ୍ରିୟାରେ କୋଭିଡ ନିୟମର ଉଲ୍ଲଂଘନ ଅଭିଯୋଗ ଆସିଥିଲା । ତେବେ ଅପରାଜିତାଙ୍କ କ୍ଷେତ୍ରରେ ଏହା କିନ୍ତୁ ଭିନ୍ନ । ଥରେ କି ଦୁଇଥର ନୁହେଁ, କୋଭିଡ କଟକଣାକୁ ମୂଳରୁ ଖାତିର କରୁନାହାନ୍ତି ସେ । ଏଥିନେଇ ତାଙ୍କ ବିରୋଧରେ ଗଦା ଗଦା ଅଭିଯୋଗ ଆସିଲାଣି ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦିବ୍ୟଶଙ୍କରଙ୍କ ଚିଠି

ଶତାଧିକ ମହିଳାଙ୍କ ଗହଣରେ ଭୁବନେଶ୍ୱର ସାଂସଦ ତାଙ୍କ ଜନ୍ମଦିନ ପାଳିଥିଲେ । ଜଣଙ୍କ ଛଡ଼ା ଅନ୍ୟ କାହାରି ମୁହଁରେ ମାସ୍କ ନ ଥିଲା । ସାମାଜିକ ଦୂରତା ପାଳନ ହୋଇ ନ ଥିଲା । କୋଭିଡ କଟକଣା ଭାଙ୍ଗି ସମସ୍ତେ ନାଚଗୀତରେ ମଜ୍ଜି ଯାଇଥିଲେ । ଜାତୀୟ ଦୁର୍ବିପାକ ପରିଚାଳନା ଆଇନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର ଅପିଲ୍ ର ଅବମାନନା କରାଯାଇଥିବା ଭିଡ଼ିଓରୁ ସ୍ପଷ୍ଟ ହେଉଛି ।

ଏଭଳି ଘଟଣା ପ୍ରଥମ ହୋଇଥିଲେ ଆପଣଙ୍କ ଦୃଷ୍ଟିକୁ ଆଣି ନ ଥାନ୍ତି । ମାତ୍ର ସାଂସଦ ବାରମ୍ବାର କୋଭିଡ୍ ନିୟମ ଭଙ୍ଗ କରୁଛନ୍ତି । ତାଙ୍କ ବିରୋଧରେ ତିନୋଟି ମାମଲା ହୋଇସାରିଥିବା ସତ୍ତ୍ୱେ ଆଚରଣ ବଦଳିନି । ଏହାଦ୍ୱାରା ସାଧାରଣ ଜନତାଙ୍କ ଜୀବନ ବିପଦ ମୁହଁରେ ପଡ଼ିଛି ।

ଆପଣ ଜାଣନ୍ତି, ଭୁବନେଶ୍ୱର ସହର ଏବେ କୋଭିଡ ସହ ସଂଗ୍ରାମ କରୁଛି । କୋଭିଡ ଯୋଦ୍ଧାମାନେ ଦିନରାତି ଏକକାର କରି ନିଜ ଜୀବନକୁ ପାଣି ଛଡ଼େଇ ଲଢ଼େଇ କରୁଛନ୍ତି । ଏ ପରିପ୍ରେକ୍ଷୀରେ ଜଣେ ଲୋକ ପ୍ରତିନିଧିଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳ ଭାଙ୍ଗିବା ସହ ସେମାନଙ୍କ ପ୍ରତି ଅପମାନ ।

ଅପରାଜିତା ଷଡ଼ଙ୍ଗୀ ଖାଲି ଜଣେ ସାଂସଦ ନୁହଁନ୍ତି । ବିଜେପିର ଜାତୀୟ ମୁଖପାତ୍ର । ତେଣୁ ତାଙ୍କ ଆଚରଣ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱ ରଖେ । ମାତ୍ର କୋଭିଡ ନିୟମ ଭାଙ୍ଗି ଜନ୍ମଦିନରେ ନାଚଗୀତ କରିବା ଦ୍ୱାରା କୋଭିଡ ଯୋଦ୍ଧାଙ୍କ ପ୍ରତି ଉପହାସ କରିଛନ୍ତି । ଆପଣ ଏହା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ସାଂସଦ ସାଧାରଣ ଲୋକଙ୍କ ଜୀବନ ସହ ନ ଖେଳିବାକୁ ପରାମର୍ଶ ଦିଅନ୍ତୁ ।

Previous Post

RM Business Conclave –“Abhivyakti” on 10th & 11th oct.

Next Post

ବିଧାୟକଙ୍କ ନାଁରେ ମାମଲା, ମନ୍ତ୍ରୀ ଖସିଗଲେ

Next Post
ବିଧାୟକଙ୍କ ନାଁରେ ମାମଲା, ମନ୍ତ୍ରୀ ଖସିଗଲେ

ବିଧାୟକଙ୍କ ନାଁରେ ମାମଲା, ମନ୍ତ୍ରୀ ଖସିଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA