Thursday, October 1, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକସଭା ପ୍ରାର୍ଥୀତ୍ୱକୁ ନେଇ ଅଂଶୁମାନ ଖପ୍ପା!

by Our Correspondent
27 Mar, 2024- 10:19 PM
in Latest News, News, Politics
1 min read
0
ଲୋକସଭା ପ୍ରାର୍ଥୀତ୍ୱକୁ ନେଇ ଅଂଶୁମାନ ଖପ୍ପା!

ଭୁୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅଂଶୁମାନ ମହାନ୍ତିଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ଏଥିରେ ଅଂଶୁମାନ ଖୁସି ନାହାନ୍ତି । ଲୋକସଭା ବଦଳରେ ରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ସେ ଆଗ୍ରହୀ । ତେଣୁ ଖୋଲାଖୋଲି ଭାବେ ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କ ଆଗରେ ଅସନ୍ତୋଷ ଜାହିର କରିଛନ୍ତି । ହାଇକମାଣ୍ଡଙ୍କୁ ନିଜ ଇଚ୍ଛା ଜଣାଇବେ ଏବଂ ସେଥିରେ ବିଫଳ ହେଲେ ବିକଳ୍ପ ଚିନ୍ତା କରିବା ଅସମ୍ଭବ ନୁହେଁ ବୋଲି ତାଙ୍କର ଘନିଷ୍ଠ ମହଲରୁ ଖବର ମିଳିଛି ।

ଅଂଶୁମାନ ହେଉଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ରେ ସେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ମାତ୍ର ୨୦୧୯ରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କଠାରୁ ହାରି ଯାଇଥିଲେ । ୨୦୨୦ରୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଥିଲେ । ମାତ୍ର ଗତ ଫେବ୍ରୁଆରୀ ୧୪ ତାରିଖରେ ସେ କଂଗ୍ରେସରୁ ଇସ୍ତଫା ଦେଇ ୧୬ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ ।

ବିଜେଡିରେ ଯୋଗଦେଲା ବେଳେ କୁଆଡ଼େ ରାଜନଗରରୁ ନିର୍ବାଚନ ଲଢ଼ିବା ତାଙ୍କର ପ୍ରାଥମିକତା ଥିଲା ଏବଂ ହାଇକମାଣ୍ଡଙ୍କୁ ଏହା ଜଣାଇ ବି ଦେଇଥିଲେ । ପରିସ୍ଥିତି ପଡ଼ିଲେ ଲୋକସଭା ନିର୍ବାଚନ ପ୍ରାର୍ଥୀ ହେବାକୁ ରାଜି ହୋଇଥିଲେ ମଧ୍ୟ ସେଥିପାଇଁ କିଛି ସର୍ତ୍ତ ଥିଲା ବୋଲି ତାଙ୍କ ସମର୍ଥକ ମହଲରୁ ସୂଚନା ମିଳିଛି । ତେବେ ସେହି ସର୍ତ୍ତ ପୂରଣ ନ ହୋଇ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଥିବାରୁ ସେ ଖପ୍ପା ହୋଇଥିବା ଏହି ସୂତ୍ରରୁ ଖବର ମିଳିଛି ।

ଇତିମଧ୍ୟରେ, ଆଜି ପଟ୍ଟମୁଣ୍ଡାଇଠାରେ ବିଜେଡି ପକ୍ଷରୁ ଏକ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଗୋଟିଏ ମଞ୍ଚରେ ବିଧାୟକ ଧ୍ରୁବ ସାହୁ ଏବଂ ପୂର୍ବତନ ବିଧାୟକ ତଥା ଏବେକାର ଆଶାୟୀ ବିଧାୟକ ଅଂଶୁମାନ ଉପସ୍ଥିତ ରହି ଜନସମାବେଶକୁ ଉଦବୋଧନ ଦେଇଥାନ୍ତେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସରିଥିବା ବେଳେ ଠିକ୍ ଆରମ୍ଭ ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଥିଲେ ।

ଏଥିରେ ଅଂଶୁମାନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ତେବେ ଏହା ପ୍ରଚାରିତ ହେଲା କ୍ଷଣି ଅଂଶୁମାନ ଓ ତାଙ୍କ ସମର୍ଥକମାନେ ଶୋଭାଯାତ୍ରା ଅଧାରୁ ବନ୍ଦ କରି ଫେରିଯାଇଥିଲେ । ସେପଟେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ନିଜେ ବିଧାୟକ ଧ୍ରୁବ ସାହୁ ଓ ସମର୍ଥକମାନେ ସଭାସ୍ଥଳକୁ ଆସି ନ ଥିଲେ । ଫଳରେ ସଭା ହୋଇପାରି ନ ଥିଲା । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତି ସରଗରମ ରହିଛି ।

Previous Post

ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ

Next Post

ପଦ୍ମ ଧରିଲେ ‘ଭଗ୍ନହୃଦୟୀ’ ଭର୍ତ୍ତୃହରି

Next Post
ପଦ୍ମ ଧରିଲେ ‘ଭଗ୍ନହୃଦୟୀ’ ଭର୍ତ୍ତୃହରି

ପଦ୍ମ ଧରିଲେ 'ଭଗ୍ନହୃଦୟୀ' ଭର୍ତ୍ତୃହରି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA