ଭୁୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବହୁ ଚର୍ଚ୍ଚିତ ପୁରୀ ଲୋକସଭା ଆସନରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ତାଙ୍କର ଲଢ଼େଇ ହେବ । କଟକରୁ ସନ୍ତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ବିଜେପି ଏହି ଆସନରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ପୁରୀ-ଅରୂପ ପଟ୍ଟନାୟକ
ଢ଼େଙ୍କାନାଳ-ଅବିନାଶ ସାମଲ
ଜଗତସିଂପୁର-ଶ୍ରୀମତୀ ରାଜେଶ ମଲ୍ଲିକ
କନ୍ଧମାଳ-ଅଚ୍ୟୁତ ସାମନ୍ତ
କଟକ-ସନ୍ତୃପ୍ତ ମିଶ୍ର
ଯାଜପୁର-ଶ୍ରୀମତୀ ଶର୍ମିଷ୍ଠା ସେଠୀ