Friday, May 1, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ନେତାଙ୍କ ଅହଂକାର ଲଢ଼େଇ !

ଧର୍ମେନ୍ଦ୍ରଙ୍କ ଶ୍ରେୟ ଉଦ୍ୟମ ପଣ୍ଡ କଲେ ଅପରାଜିତା

by Our Correspondent
10 May, 2023- 03:03 PM
in Latest News, News, Politics
1 min read
0
ବିଜେପି ନେତାଙ୍କ ଅହଂକାର ଲଢ଼େଇ !

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପର୍କ ରାଜ୍ୟ ବିଜେପି ମହଲରେ ସମସ୍ତଙ୍କୁ ଜଣା । ଧର୍ମେନ୍ଦ୍ରଙ୍କ କ୍ଷମତା ଓ ପ୍ରତିପତ୍ତିକୁ ଅପରାଜିତା ନାକ ଟେକୁଥିଲା ବେଳେ ଅପରାଜିତାଙ୍କ ଅହଂକାରକୁ ଧର୍ମେନ୍ଦ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଓଡ଼ିଶାରେ ବିଜେପି ଉଧେଇ ନପାରିବାର ପ୍ରମୁଖ କାରଣ ମଧ୍ୟରୁ ଏହା ଅନ୍ୟତମ କାରଣ ବୋଲି ଚର୍ଚ୍ଚା ହୁଏ । ତେବେ ମନମୋହନ ସାମଲ ସଭାପତି ଦାୟିତ୍ୱ ପାଇଲା ପରେ ସମସ୍ତଙ୍କୁ ଏକାଠି ନେବାର ପଣ କରିଥିଲେ ମଧ୍ୟ ତାହା ଯେ ସମ୍ଭବ ନୁହେଁ ତାହା ଜଳ ଜଳ ଦିଶିଯାଉଛି । ଭୁବନେଶ୍ୱରର କପିଳେଶ୍ୱର ମନ୍ଦିରକୁ ଏଏସଆଇ ନେବା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଚାଲକୁ ଅପରାଜିତା ଧରାପକାଇ ତାଙ୍କୁ ବେଜ୍ଜିତ୍ କରିବାକୁ ପଛାଇନାହାନ୍ତି । ଏହା ତାଙ୍କ ଯୋଗୁଁ ସମ୍ଭବ ହୋଇଥିବା ଜଣାଇ ସବୁ ଶ୍ରେୟ ନିଜେ ନେଇଛନ୍ତି ସାଂସଦ ଅପରାଜିତା ।

ପ୍ରସଙ୍ଗଟି ଏମିତି । କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଓ ଉନ୍ନତି ଦାୟିତ୍ୱ ଏଏସଆଇକୁ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି(ମଙ୍ଗଳବାର) ସକାଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ସପ୍ତମ ଶତାଦ୍ଦୀର ଏହି ପୁରାତନ ଶୈବପୀଠ ତା’ର ଐତିହ୍ୟ, କିର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ ହୋଇଥିଲେ ବି ସହରୀକରଣ ଏବଂ ପ୍ରଦୂଷଣ ସମସ୍ୟା ପାଇଁ ଆଜି ଅବହେଳିତ । ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବରୁ ମନ୍ଦିରର ଢ଼ାଞ୍ଚା ନଷ୍ଟ ହେବାର ଲାଗିଛି । ମନ୍ଦିର ସୁରକ୍ଷା ଓ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ସାମିଲ୍ କରାଯାଉ ବୋଲି ଧର୍ମେନ୍ଦ୍ର ଲେଖିଥିଲେ ।

ତେବେ ଧର୍ମେନ୍ଦ୍ରଙ୍କ ଚିଠ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ଆସିବା ପରେ ସଂଧ୍ୟାବେଳକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟ୍ ଆସିଥିଲା । ଯାହାର ବିଷୟବସ୍ତୁ ଧର୍ମେନ୍ଦ୍ରଙ୍କୁ ଚାପୁଡା ମାରିଲା ଭଳି ଥିଲା । ଅପରାଜିତା ଟୁଇଟ୍ ରେ ଦର୍ଶାଇଥିଲେ ଯେ କପିଳେଶ୍ୱର ମନ୍ଦିରକୁ ଏଏସଆଇ ଅଧୀନକୁ ଆଣିବା ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ମେ’ ୫ ତାରିଖରେ ଜାରି କରିସାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବା ଉଲ୍ଲେଖ କରିବାକୁ ସାଂସଦ ପଛାଇ ନ ଥିଲେ । ସେ ନିଜେ ମନ୍ଦିର ଯାଇ ଅବସ୍ଥା ଅନୁଧ୍ୟାନ କରିଥିଲେ । ମନ୍ଦିରକୁ ଏଏସଆଇ ଅଧୀନକୁ ନେବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ । ତାଙ୍କୁ ନିଜେ ଭେଟି କଥା ବି ହୋଇଥିଲେ ବୋଲି ଅପରାଜିତା ଦର୍ଶାଇବା ସହ ଏସବୁର ଫଟୋ ପୋଷ୍ଟ କରିଥିଲେ ।

ସାଂସଦଙ୍କର ଏହି ଟୁଇଟ୍ ଧର୍ମେନ୍ଦ୍ରଙ୍କ ଉପରେ ଥିବା ତାଙ୍କ ଆକ୍ରୋଶକୁ ପଦାରେ ପକାଇଛି । ଧର୍ମେନ୍ଦ୍ରଙ୍କ ବାହାବା ଉଦ୍ୟମକୁ ଅପରାଜିତା ପଦାରେ ପକାଇବା ଏବଂ ନିଜେ ବାହାବା ନେବା ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି । ଏହାକୁ ନେଇ ବିଜେପି ଦୁଇଗୋଷ୍ଠୀଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଛି ।

ରୋଚକ କଥା ହେଉଛି, ଭୁବନେଶ୍ୱରରେ ଧର୍ମେନ୍ଦ୍ରଙ୍କ ପାଖେ ପାଖେ ରହୁଥିବା ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ତାଙ୍କ ସୋସିଆଲ୍ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ରଙ୍କୁ ପର କରିଦେଇଛନ୍ତି । କପିଳେଶ୍ୱର ମନ୍ଦିରକୁ ଏଏସଆଇ ନେବା ପ୍ରସଙ୍ଗରେ ସାଂସଦ ଅପରାଜିତା ରଖିଥିବା ତଥ୍ୟ ଓ ଫଟୋକୁ ଶ୍ରୀ ସିଂହ ସେୟାର୍ କରିଛନ୍ତି । ଏହି ସଫଳତା ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ କପିଳେଶ୍ୱର ମନ୍ଦିର ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନେଇନାହାନ୍ତି କି ତାଙ୍କୁ ଧନ୍ୟବାଦଟିଏ ମଧ୍ୟ ଦେଇନାହାନ୍ତି ।

Previous Post

୩ ବର୍ଷରେ ସରିବ ବିଜୁ ଏକ୍ସପ୍ରେସ୍ ୱେ-୨

Next Post

ବିଜେଡି ତୁଣ୍ଡରେ ଅପରାଜିତାଙ୍କ ପ୍ରଶଂସା !

Next Post
ବିଜେଡି ତୁଣ୍ଡରେ ଅପରାଜିତାଙ୍କ ପ୍ରଶଂସା !

ବିଜେଡି ତୁଣ୍ଡରେ ଅପରାଜିତାଙ୍କ ପ୍ରଶଂସା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA