Saturday, April 25, 2026 04:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

by Our Correspondent
03 Mar, 2022- 06:55 PM
in Latest News, News, Politics
1 min read
0
ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

ଭୁବନେଶ୍ୱର: ଜଟଣୀ ଅନ୍ତର୍ଗତ ଛଣଘର ଗ୍ରାମ ପଞ୍ଚାୟତରେ ନିର୍ଦ୍ଦିଷ୍ଟ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧୂମ୍ ପ୍ରଚାର କରିଥିଲେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ମାତ୍ର ଫଳ କ’ଣ ହେଲା ଜାଣନ୍ତି? ସେହି ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଛି ୧୪ ଟି ଭୋଟ । ବୋଧହୁଏ ଏତିକି ଭୋଟ ତାଙ୍କ ପରିବାରରୁ ହିଁ କେବଳ ଆସିଛି । ଅନ୍ୟ କେହି ତାଙ୍କୁ ଭୋଟ ଦେଇନାହାନ୍ତି ।

ସେପଟେ, ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ଗତଥର ବିଜେପି ଦଖଲରେ ଥିଲା ୩ ଟି ଜିଲ୍ଲା ପରିଷଦ ଜୋନ୍ । ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଦଳ ଲଢ଼ି ଏହି ସଫଳତା ପାଇଥିଲା । ମାତ୍ର ଏଥର ଲଢ଼େଇର ନେତୃତ୍ୱ ନେଇଥିଲେ ଅପରାଜିତା ଷଡ଼ଙ୍ଗୀ । ଘନ ଘନ ପ୍ରଚାରରେ ଆସିଥିଲେ । ହେଲେ ଫଳ ହୋଇଛି ଶୂନ୍ । ନୂଆ ଆସନ ଯୋଡି ହେବା ଦୂରେ ଥାଉ, ସେହି ତିନିଟି ଯାକ ଆସନ ବି ହାତରୁ ଖସିଯାଇଛି ।

ଖାଲି ବେଗୁନିଆ- ବୋଲଗଡ଼ ନୁହେଁ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୨୬ ଜୋନ୍ ରୁ ଗୋଟିଏ ବି ଆସନ ବିଜେପି ଜିତିପାରିନାହିଁ । ଖୋର୍ଦ୍ଧା ଜିଲ୍ଲାରେ ୩୦ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଗତଥର ବିଜେପି ୧୦ ଟି ଆସନ ଦଖଲ କରିଥିଲା । ମାତ୍ର ଏଥର ମିଳିଛି ଦୁଇଟି ଆସନ । ତାହା ପୁଣି ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାଣପୁରର ଦୁଇଟି ଜୋନ୍ ରେ ।

ପ୍ରଚାର ଓ ପ୍ରସାରରେ ନିଜ ସଂସଦୀୟ କ୍ଷେତ୍ରରେ କେବଳ ଆବଦ୍ଧ ନ ଥିଲେ ସାଂସଦ ଅପରାଜିତା । ସାରା ରାଜ୍ୟ ବୁଲି ନିଜର ଉପସ୍ଥିତି ଜାହିର କରିଥିଲେ । ବିଭିନ୍ନ ଜିଲ୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର, ରାଲି କରିଥିଲେ । ମାତ୍ର ନିଜ ପ୍ରାର୍ଥୀଙ୍କୁ ସେ ଗୋଟିଏ ଜାଗାରେ ବି ଜିତାଇ ପାରିନାହାନ୍ତି । ତାଙ୍କ ମୁହଁ ଦେଖି କିମ୍ବା ତାଙ୍କ ବ୍ୟକ୍ତିତ୍ୱରେ ଆକର୍ଷିତ ହୋଇ ଲୋକେ ବିଜେପିକୁ ଭୋଟ ଦେଇନାହାନ୍ତି । ରାଜ୍ୟ ବିଜେପିରେ ଅପରାଜିତା, ନବୀନ ପଟ୍ଟନାୟକଙ୍କ ଉପଯୁକ୍ତ ବିକଳ୍ପ ବୋଲି ତାଙ୍କର ସମର୍ଥକମାନଙ୍କ ପ୍ରଚାର ଯେ ଡାମ୍ଫା ଏବଂ ସେଥିରେ ବାସ୍ତବତା ନାହିଁ ଏହା ଗ୍ରାମାଞ୍ଚଳ ଭୋଟର ପ୍ରମାଣିତ କରିଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ଆହୁରି ରୋଚକ ଚର୍ଚ୍ଚା ଶୁଣିବାକୁ ମିଳିଛି ତାଙ୍କ ଲୋକସଭା ସଂସଦୀୟ କ୍ଷେତ୍ରରୁ । ଗତ ସାଧାରଣ ନିର୍ବାଚନ ବେଳେ ଅପରାଜିତାଙ୍କ ପ୍ରତି ଭୋଟରଙ୍କର ଯେଉଁ ସମର୍ଥନ ଥିଲା ତାହା ଆଉ ନାହିଁ ବୋଲି ଜଟଣୀ, ବେଗୁନିଆ, ବୋଲଗଡ଼ ସବୁଠି ଚର୍ଚ୍ଚା । ଆଇଏଏସ୍ ଚାକିରିରୁ ଆସିଥିବା ମ୍ୟାଡାମ୍ ଙ୍କ ଉପରେ ଲୋକଙ୍କ ବହୁତ ଭରସା ଥିଲା । ମାତ୍ର ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି କିଛି ବି ପୂରଣ କରିନାହାନ୍ତି । ବିନମ୍ରତାର ଭାଷଣ ମାରୁଥିଲେ ମଧ୍ୟ କର୍ମୀ ଓ ସାଧାରଣ ଭୋଟରଙ୍କ ପ୍ରତି ତାଙ୍କ ମନରେ ପ୍ରବଳ ଅସୂୟା ଭାବ ଦେଖିବାକୁ ମିଳୁଛି । ସାଧାରଣ ନେତାଙ୍କଠାରୁ ସେ ଯେ ଭିନ୍ନ ନୁହଁନ୍ତି ଏଇ ତିନିବର୍ଷରେ ଅଞ୍ଚଳବାସୀ ବୁଝିଯାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।

ଅନ୍ୟପକ୍ଷରେ, ଦଳୀୟ ଭିତ୍ତିରେ ଅପରାଜିତାଙ୍କର କୌଣସି କାର୍ଯ୍ୟକ୍ରମ ନ ଥିବାରୁ ସେ ବିଜେପି ପାଇଁ ଆସେଟ୍ ନୁହଁନ୍ତି ବୋଲି ବିଚାର କରାଯାଉଛି । ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ପ୍ରାଥମିକତା ଦେଇ ଦଳରେ ସମାନ୍ତରାଳ ସଂଗଠନ ଛିଡ଼ା କରାଉଥିବାରୁ ଅଧିକାଂଶ ନେତା ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ।

ସର୍ବୋପରି ରାଜ୍ୟ ବିଜେପି ରାଜନୀତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିବା ସମସ୍ତେ ଜାଣନ୍ତି । ଦୁଇ ଗୋଷ୍ଠୀ କେହି କାହାରି ଛିଦ୍ର ଦେଖିପାରୁନାହାନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ, ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ଏଥର ଓଡ଼ିଶା ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିଥିବା ବେଳେ ଅପରାଜିତାଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ସେହି ସୁଯୋଗରୁ ଅପରାଜିତା ଫାଇଦା ଉଠାଇବାରେ ସଫଳ ହୋଇନାହାନ୍ତି । ଏଠି ନେତୃତ୍ୱର ଅଭାବ ବୋଲି ସେ ଗଣମାଧ୍ୟମରେ ସ୍ୱୀକାର କରି ପରୋକ୍ଷରେ ନିଜ ନେତୃତ୍ୱ ଉପରୁ ଆସ୍ଥା ହରାଇଛନ୍ତି ।

ତେବେ ସେ ଯାହା ହେଉ, ଅପରାଜିତାଙ୍କ ପାଇଁ ଦ୍ୱିତୀୟ ଅଗ୍ନିପରୀକ୍ଷା ଭାବେ ଛିଡ଼ା ହୋଇଛି ପୌର ନିର୍ବାଚନ । ଖାସ୍ କରି ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ତାଙ୍କ ନେତୃତ୍ୱରେ ବିଜେପି ଲଢ଼ିବାକୁ ଯାଉଥିବାରୁ ଅପରାଜିତା ନେତୃତ୍ୱ ପ୍ରତିପାଦନର ପୂର୍ଣ୍ଣ ସୁଯୋଗ ପାଇଛନ୍ତି । ଏହା ତାଙ୍କ ପାଇଁ କରବ । ମର ପରିସ୍ଥିତି ଆଣିଛି ।

Previous Post

ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

Next Post

ୟୁକ୍ରେନ୍ ଯୁଦ୍ଧରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ

Next Post
ୟୁକ୍ରେନ୍ ଯୁଦ୍ଧରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ

ୟୁକ୍ରେନ୍ ଯୁଦ୍ଧରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA