Saturday, April 25, 2026 08:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

ସୋସିଆଲ୍ ମିଡିଆ ଭାଷା ବ୍ୟବହାର କରି ନିନ୍ଦିତ

by Our Correspondent
16 May, 2024- 07:16 PM
in Latest News, News, Politics
1 min read
0
ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

ଭୁବନେଶ୍ୱର: ନିଜର ଅଂହକାରୀ ସ୍ୱଭାବ ପାଇଁ ବେଶ୍ ପରିଚିତ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭାଷାରେ ସଂଜମତା ହରାଇଛନ୍ତି । ଏହି ପୂର୍ବତନ ପ୍ରଶାସିକା ତଥା ନିଜକୁ ‘ଓଡ଼ିଆ ସଂସ୍କାରୀ’ ବୋହୂ ଦାବି କରୁଥିବା ମ୍ୟାଡାମ୍ ଆଜି ବିଜେପିର କେନ୍ଦ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପାଖରେ ପାଇ ନିଜର ହିତାହିତ ଜ୍ଞାନ ଭୁଲି ଯାଇଛନ୍ତି । ତାଙ୍କ ବିରୋଧୀ ପକ୍ଷ ତଥା ବିଜେଡିର ଦୁଇ ନମ୍ବର ଷ୍ଟାର୍ ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତି କଦର୍ଯ୍ୟ ତଥା ଅଶାଳୀନ ଶବ୍ଦ ବ୍ୟବହାର କରିଛନ୍ତି । ସୋସିଆଲ୍ ମିଡିଆରେ ୱାର୍ଡପିଛା ୨ ଟଙ୍କା ନେଇ ଟ୍ରୋଲ୍ କରୁଥିବା ବାହିନୀଙ୍କ ଶବ୍ଦକୁ ଉଧାରରେ ଆଣି ସର୍ବସମ୍ମୁଖରେ ମନ୍ତବ୍ୟ ଦେଇଛନ୍ତି ।

ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ପୁରୁଣା ଭୁବନେଶ୍ୱରର ରଥ ରୋଡ୍ ରେ ଏକ ରୋଡ୍ ସୋ’ କରିଥିଲେ । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ପ୍ରାର୍ଥୀ ତାଙ୍କ ସାଙ୍ଗରେ ଥିଲେ । ରୋଡ୍ ସୋ ଅବକାଶରେ ଶ୍ରୀ ନଡ୍ଡା ତାଙ୍କ ଦଳ ପକ୍ଷରୁ ପ୍ରାୟୋଜିତ ଏକ ଟିଭିକୁ ୱାନ୍ ଟୁ ୱାନ୍ ସାକ୍ଷାତକାର ଦେବାର ବ୍ୟବସ୍ଥା ହୋଇଥିଲା । ଏହି ସାକ୍ଷାତକାରରେ ସେ ଓଡ଼ିଶାର ଶାସନ ବ୍ୟବସ୍ଥା ଏବଂ ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ । ନିର୍ବାଚନ ସରିଲେ ସରକାରୀ ବାବୁଙ୍କ ହିସାବକିତାବ ନିଆଯିବ ବୋଲି କହିଥିଲେ । ଓଡ଼ିଶାରେ ବିଜେପି ଏକତରଫା ଜିତିବ ଏବଂ ଡବଲ୍ ଇଞ୍ଜିନ୍ ସରକାର ହେବ ବୋଲି କହିଥିଲେ ।

ରୋଡ୍ ସୋ’ ସରିଲା ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ ନଡ୍ଡା । ସେଠାରୁ ଫେରିଲା ପରେ ତାଙ୍କ ସାଙ୍ଗରେ ଥିବା ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଚାଲି ଆସିଥିଲେ । କିଛି ସମୟ ପୂର୍ବରୁ ତାଙ୍କ ଦଳ ପ୍ରାୟୋଜିତ ଟିଭିକୁ ନଡ୍ଡା ଦେଇଥିବା ମନ୍ତବ୍ୟରେ ଅତ୍ୟଧିକ ଉତ୍ସାହିତ ଥିବା ଅପରାଜିତା ନିଜେ ଗଣମାଧ୍ୟମକୁ କହିଲା ବେଳେ ସଂଜମତା ହରାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁଖ୍ୟ ସହଯୋଗୀ ତଥା ବିଜେଡିର ଦୁଇ ନମ୍ବର ଷ୍ଟାର୍ ପ୍ରଚାର କାର୍ତ୍ତିକ ପାଣ୍ଡିଆନଙ୍କ ନାଁକୁ ବିକୃତ କରି ସୋସିଆଲ୍ ମିଡ଼ିଆରେ ବିଜେପି ଟ୍ରୋଲ୍ ବାହିନୀର ଭାଷା ବ୍ୟବହାର କରିଥିଲେ । ବିଜୁ ଜନତା ଦଳର ନାଁକୁ ବି ବିକୃତ କରିଥିଲେ ।

ଶ୍ରୀ ପାଣ୍ଡିଆନଙ୍କ ନାଁକୁ ଅଶାଳୀନ ଭାଷାରେ ଅତି ସନ୍ତର୍ପଣରେ କହିସାରିବା ପରେ ଚତୁର ଅପରାଜିତା ଏହା ତାଙ୍କର ଭାଷା ନୁହେଁ, ଲୋକମାନଙ୍କର ଭାଷା କହି ନିଜକୁ ଭଦ୍ର ଦେଖାଇବାକୁ ଚେଷ୍ଟା କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ ବିଜେପି ପ୍ରାୟୋଜିତ ଟିଭି ଏହାକୁ ମୁଖ୍ୟ ଖବର କରି ଲୋକଙ୍କ ପାଖରେ ଅପରାଜିତାଙ୍କ ଅଶାଳୀନ ଭାଷା ପହଞ୍ଚାଇବାକୁ ଭରପୂର ଉଦ୍ୟମ କରିଛି ।

ତେବେ ଅପରାଜିତାଙ୍କର ଏଭଳି ଅଶାଳୀନ ଭାଷା ବ୍ୟବହାରକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି । ସୋସିଆଲ୍ ମିଡିଆରେ ବ୍ୟବହାର ହେଉଥିବା ସବୁ କଦର୍ଯ୍ୟ ଭାଷାକୁ ମ୍ୟାଡାମ୍ ଅପରାଜିତା ସର୍ବ ସମ୍ମୁଖରେ ବ୍ୟବହାର କରିବେ କି ବୋଲି ପ୍ରଶ୍ନ କରିଛନ୍ତି । ଭାରତୀୟ ପ୍ରଶାସନିକ ସେବାର ଜଣେ ପୂର୍ବତନ ଅଧିକାରୀ ଏବଂ ଭୁବନେଶ୍ୱର ଭଳି ସମ୍ମାନଜନକ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ ଭାଷାରେ ସଂଜମତା ରଖିବାକୁ ଅନେକ ତାଙ୍କୁ ପରାମର୍ଶ ଦେଇଛନ୍ତି ।

Previous Post

ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

Next Post

ବିଚାରା ରାଜୁ ଦାସ…

Next Post
ବିଚାରା ରାଜୁ ଦାସ…

ବିଚାରା ରାଜୁ ଦାସ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA