Saturday, April 25, 2026 09:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

by Our Correspondent
15 May, 2024- 03:15 PM
in Latest News, News, Politics
1 min read
0
ବିରୋଧୀ ଦଳ ମିଛ କହୁଛନ୍ତି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ପ୍ରଚାର ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ କଥା ଶୁଣିବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରବଳ ଖରାରେ ଲୋକଙ୍କ ବିପୁଳ ଉପସ୍ଥିତି ଯୋଗୁଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ୍‍ ଦେଇଥିଲେ । ନିଜର ଚିରାଚରିତ ବହୁତ କମ୍‍ କଥାରେ ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ । 

ମୁଖ୍ୟମନ୍ତ୍ରୀ କହିଥିଲେ ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ । ବିଜୁ ଜନତା ଦଳ ସରକାର ମାଗଣାରେ ଆପଣଙ୍କମାନଙ୍କୁ ବିଜୁଳି ଦେବେ । ଆପଣମାନେ ଖୁସି ତ ? 

ନବୀନ ପଟ୍ଟନାୟକ ଭଲ କି ? ପଚାରିଲେ ମୁଖ୍ୟମନ୍ତ୍ରୀ ।  ଏହାପରେ ଉଚ୍ଛ୍ୱସିତ ‘ହଁ’ରେ ପ୍ରତିଧ୍ୱନିତ ହେଇଥିଲା ସଭାସ୍ଥଳ ।

ବିଭିନ୍ନ ଜନ କଲ୍ୟାଣ ଯୋଜନାର ସୁଫଳ ସମ୍ପର୍କରେ ଜନମତ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି, ୫-ଟି ସ୍କୁଲ ରୂପାନ୍ତର, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ମମତା ଯୋଜନା ଆଦି ସବୁ ପ୍ରଶ୍ନରେ ଜନତା ଭରିଥିଲେ ‘ହଁ’ । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଆପଣ ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

ପ୍ରଚାରରେ ଯୋଗ ଦେଇ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲା ରେ ରୂପାନ୍ତର ଆସିଛି.ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ ସୁନ୍ଦରଗଡ଼ର ଗୌରବ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରୀ ପାଣ୍ଡିଆନ କହିଲେ ଯେ ନବୀନ ବାବୁ ଆପଣମାନଙ୍କ ପାଇଁ ନୂଆ ରାଉରକେଲା, ନୂଆ ରଘୁନାଥପାଲ୍ଲୀ ଗଠନ କରିବେ ।

ବିଜେପିକୁ ଆକ୍ରମଣ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ତାଙ୍କ ନେତାଙ୍କୁ ପଚାରନ୍ତୁ ଯେ ପେଟ୍ରୋଲ, ଡିଜେଲ ଦର କମିଲା କି ? ରାଉରକେଲାରେ ସୁପର ସ୍ପେଶାଲିଟି ହସ୍‍ପିଟାଲ ହେଲା କି ? କିଛି ହେଲା ନାହି । ମୁଖ୍ୟମନ୍ତ୍ରୀ ଯାହା କହିଥାନ୍ତି ତାକୁ କାମରେ କରି ଦେଖାଇଥାନ୍ତି । ତା’ର ଉଦାହରଣ ଜିଲା ସଦର ମହକୁମା ଡାକ୍ତର ଖାନା ଏବଂ ବିଶ୍ୱ ସ୍ତରୀୟ ହକି ଷ୍ଟାଡିୟମ ।

ସେ ପୁଣି କହିଥିଲେ ଯେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍‍ ଛାଡ଼ କରିବେ, ବିଜୁଳି ବିଲ୍‍ ଛାଡ଼ ଯୋଗୁଁ ୯୦ ପ୍ରତିଶତ ପରିବାର ଉପକୃତ ହେବେ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ନଥିବା ଲୋକ କାର୍ଡ ପାଇବେ । ବି.ଏସ୍‍.କେ.ୱାଇରେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେବେ ।

ସେ କହିଲେ ଯେ ଆପଣମାନେ ଜଣକୁ ୨୦ ବର୍ଷ ହେଲା ସଂସଦକୁ ପଠାଉଛନ୍ତି । ସେ ଆପଣଙ୍କ ପାଇଁ କିଛି କରିଛନ୍ତି କି ? କିନ୍ତୁ ନବୀନ ବାବୁ ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । ପ୍ରତି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ପଡ଼ିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସ୍ୱାସ୍ଥ୍ୟ ସେବା ସୁବିଧା, ଉନ୍ନତ ଶିକ୍ଷା ବ୍ୟବସ୍ଥା ସବୁ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲା, ସୁନ୍ଦରଗଡ଼ ର ବିକାଶ ପାଇଁ ଯାହା ବି କାମ ହୋଇଛି, ତା ଦୁଇ ଗୁଣ ବେଗ ରେ ଚାଲିବ ।

ଏହି ସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ ସେ ଅନୁରୋଧ କରିଥିଲେ । ତା’ପରେ ଦଳୀୟ ସାଂସଦ ପ୍ରାର୍ଥୀ ଯୋଗେଶ ସିଂହ, ରାଉରକେଲା ବିଧାୟକ ପ୍ରାର୍ଥୀ ସାରଦା ନାୟକ ଓ ଲୋକସଭା କ୍ଷେତ୍ରର ଅନ୍ୟ ବିଧାନସଭା ପ୍ରାର୍ଥୀମାନେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ ।

Previous Post

ଜୁନ୍ ୪ ରେ ଇଣ୍ଡି ମେଣ୍ଟ ସରକାର: ରାହୁଲ

Next Post

ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

Next Post
ସଂଜମତା ହରାଇଲେ ‘ଅହଂକାରୀ’ ଅପରାଜିତା !

ସଂଜମତା ହରାଇଲେ 'ଅହଂକାରୀ' ଅପରାଜିତା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA