Friday, June 26, 2026 08:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

ବଡ଼ ଠକେଇ ମାମଲାରେ 'ବଡ଼ ଖବର' ସମ୍ପାଦକ

by Our Correspondent
30 Jun, 2022- 07:15 PM
in Crime, Latest News, News
1 min read
0
ଜେଲ୍ ଗଲେ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ୱର: ଗଣ୍ଡା ଗଣ୍ଡା ଠକେଇ ଅଭିଯୋଗରେ ସଂପୃକ୍ତ ‘ବଡ଼ ଖବର’ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଶେଷରେ ଜେଲ୍ ଯାଇଛନ୍ତି । ଭୁବନେଶ୍ୱରରୁ ଅନ୍ତର୍ଦ୍ଧାନ ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଟିମ୍ ଗତ ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରୁ ଗିରଫ କରିଥିଲା । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ୍ ଆବେଦନ ଅଗ୍ରାହ୍ୟ ହେବାରୁ ତାଙ୍କୁ ଜୁଲାଇ ୧୩ ତାରିଖ ଯାଏ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ଗିରଫ ପରେ ଗଣମାଧ୍ୟମ କ୍ୟାମେରା ଆଗରେ ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିବାରୁ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିବା କହିଥିଲେ । ଚାପ ଆଗରେ ନଇଁବି ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଧମକ ଦେଇଥିଲେ । କ୍ୟାପିଟାଲ୍ ହସ୍ପିଟାଲ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲା ବେଳେ ପୁଲିସ ହେପାଜତରୁ ଅର୍ଦ୍ଧେନ୍ଦୁ ନିଜର ରାଗ ଝାଡ଼ିଥିଲେ । ଗଣମାଧ୍ୟମର ସମର୍ଥନ ଓ ସହାନୁଭୂତି ପାଇବାକୁ ଉଦ୍ୟମ କରିଥିଲେ ।

ତେବେ ଠକେଇ ମାମଲାରେ ଗିରଫ ଅର୍ଦ୍ଧେନ୍ଦୁଙ୍କୁ ସମର୍ଥନରେ କୌଣସି ଗଣମାଧ୍ୟମ ସଂଗଠନ ବାହାରିନାହାନ୍ତି । ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିବା ଢ଼ଙ୍ଗକୁ ସମର୍ଥକମାନେ କିନ୍ତୁ ନାପସନ୍ଦ କରିଛନ୍ତି । ଏହାକୁ ନେଇ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଅର୍ଦ୍ଧେନ୍ଦୁଙ୍କ ଅତୀତ କାର୍ଯ୍ୟକଳାପକୁ ନେଇ କିଛି ଲୋକ କଡ଼ା ଟିପ୍ପଣୀ ରଖିଛନ୍ତି ।

ସୂଚନାଥାଉକି, ଅର୍ଦ୍ଧେନ୍ଦୁଙ୍କୁ ଇଓଡବ୍ଲୁ ଖୋଜୁଥିବା ବେଳେ ସେ ମାମଲାରୁ ବର୍ତ୍ତିବା ପାଇଁ ତାଙ୍କର ଖାସ୍ ସହଯୋଗୀଙ୍କୁ ବିଜେଡ଼ିର ଶରଣ ପାଇଁ ପଠାଇଥିଲେ । ମାତ୍ର ଏହା ବ୍ୟକ୍ତିଗତ ମାମଲା କହି ବିଜେଡି ତାଙ୍କୁ ସାହାଯ୍ୟ କରିବାକୁ ମନା କରିଦେଇଥିଲା ବୋଲି ଦଳର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ।

Previous Post

ବନ୍ଧାହେଲେ ‘ବଡ଼ ଖବର’ ଅର୍ଦ୍ଧେନ୍ଦୁ

Next Post

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା

Next Post
ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA