Wednesday, April 22, 2026 04:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଟିପତି ସାମଲ ଚାକିରିରୁ ସସପେଣ୍ଡ୍

ଓଲିଉଡ଼୍ ରେ ଲାଗିଥିଲା କଳାଟଙ୍କା!

by Our Correspondent
11 Nov, 2021- 09:28 PM
in Latest News, News
1 min read
0
କୋଟିପତି ସାମଲ ଚାକିରିରୁ ସସପେଣ୍ଡ୍

ଭୁବନେଶ୍ୱର: ସରକାରୀ ବ୍ୟବସ୍ଥାରୁ ମନଭରି ଲୁଟିଥିବା ପ୍ରତାପ ସାମଲ ଆଜି ଚାକିରିରୁ ସସପେଣ୍ଡ ହୋଇଛନ୍ତି । ଏହି କରିତକର୍ମା ବାବୁଜଣଙ୍କ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ର ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ରଖି ଗତକାଲି ଭିଜିଲାନସ୍ ଦ୍ୱାରା ଗିରଫ ହୋଇଥିଲେ । ଏବେ ସେ ଝାରପଡ଼ା ଜେଲ୍ ରେ ଅଛନ୍ତି ।

ଭିଜିଲାନସ୍ ରେଡ୍ ବେଳେ ପ୍ରତାପ ସାମଲଙ୍କର ୭ ଟି କୋଠା ଏବଂ ୨୫ ପ୍ଲଟ୍ ଠାବ ହୋଇଥିଲା । ଧରାପଡ଼ିଯିବା ଭୟରେ ଘରେ ରଖିଥିବା ନଗଦ ୩୮ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ଏକ ପେଟିରେ ପୂରେଇ ପଡ଼ିଶା ଘର ଛାତକୁ ଫିଙ୍ଗିଥିଲେ । ତାଙ୍କର ପ୍ରାୟ ୧୫ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଭିଜିଲାନସ୍ ବିଭାଗ ଆକଳନ କରିଛି । ଯାହା ତାଙ୍କ ଦରମାର ୧୦୨୧% ଗୁଣା ଅଧିକ । କୋଠାବାଡ଼ି ନିଜ ନାଁରେ କମ ଏବଂ ପତ୍ନୀ ଓ ପୁଅଙ୍କ ନାଁରେ ଅଧିକ ରଖିଛନ୍ତି । ବ୍ୟାଙ୍କ ବାଲାନସ୍ ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ଥିବା ବେଳେ ୫୭ ଲକ୍ଷ ୭୨ ହଜାର ଟଙ୍କାର ଇନସୁରାନ୍ସ ପ୍ରିମିୟମ୍ ଡିପୋଜିଟ୍ ଅଛି ।

ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍ ରେ ଏଷ୍ଟିମେଟର୍ ଚାକିରିରୁ ଡେପୁଟି ମ୍ୟାନେଜର ପଦକୁ ଆସିଥିବା ଶ୍ରୀ ସାମଲ ୩୩ ବର୍ଷ ଚାକିରି କାଳ ଭିତରେ ଏତେ ସମ୍ପତ୍ତି କମେଇଛନ୍ତି । କେମିତି କମେଇଲେ ସମସ୍ତଙ୍କୁ ଚକିତ କରୁଛି । ଏହାର ସୂତ୍ର ନିଶ୍ଚିତ ବାହାରିବା ଦରକାର । ବାବୁଙ୍କର ଆଜି ନୁହେଁ, ୨୦ ବର୍ଷ ତଳୁ କଳାଟଙ୍କା ହାଉଜାଉ ହେଉଛି । ପତ୍ନୀଙ୍କ ନାଁରେ ଏହି ଟଙ୍କାକୁ ଓଡ଼ିଆ ଫିଲ୍ମ ନିର୍ମାଣରେ ଖଟାଇଥିବା ଜଣାପଡ଼ିଲାଣି ।

୨୦୦୧ ମସିହାରେ ଓଡ଼ିଆ ଫିଲ୍ମ ‘ବାଜି’ ନିର୍ମାଣ କରିଥିଲେ ସେ । ୨୦୦୩ ମସିହାରେ ଦ୍ୱିତୀୟ ଫିଲ୍ମ ‘ନାରୀ ଆଖିରେ ନିଆଁ’ ନିର୍ମାଣ କରିଥିଲେ । ଏହି ଦୁଇଟି ଫିଲ୍ମରେ ପ୍ରଚୁର ଅର୍ଥ ବିନିଯୋଗ ହୋଇଥିଲା । ମୁମ୍ବାଇର ନାମୀଦାମୀ କଳାକାର ଏଥିରେ କଣ୍ଠଦାନ କରିଥିଲେ । ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍ ରେ ହିଟ୍ ହୋଇଥିଲା । ଅଧିକ ଫିଲ୍ମ ପ୍ରଯୋଜନା କରିଛନ୍ତି ନା ନାହିଁ ତାହାର ତଦନ୍ତ ଚାଲିଥିବା ସୂଚନା ମିଳିଛି ।

Previous Post

ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ: ହାଇକୋର୍ଟ

Next Post

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ

Next Post
୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA