Wednesday, April 22, 2026 02:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ: ହାଇକୋର୍ଟ

କଂଗ୍ରେସର "ଓଡ଼ିଶା ବନ୍ଦ', ବିଜେଡ଼ି କହିଲା ବିଜେପି ଇସାରାରେ କଂଗ୍ରେସ ନାଚୁଛି

by Our Correspondent
11 Nov, 2021- 06:09 PM
in Latest News, News, Politics
1 min read
0
ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ: ହାଇକୋର୍ଟ

ଭୁବନେଶ୍ୱର/କଟକ: କଂଗ୍ରେସ ପକ୍ଷରୁ ୧୨ ତାରିଖ ‘ଓଡ଼ିଶା ବନ୍ଦ’ ଡାକରା ଉପରେ ଓଡ଼ିଶା ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜବରଦସ୍ତ ବନ୍ଦ ପାଳନ ହୋଇପାରିବନି କି ସାଧାରଣ ଜନଜୀବନକୁ ବ୍ୟାହତ କରାଯାଇପାରିବନି । କେହି ଗାଡ଼ି ମଟର ଅଟକାଇପାରିବେ ନାହିଁ କି ରେଳରୋକ, ରାସ୍ତାରୋକ ହୋଇପାରିବ ନାହିଁ । ବନ୍ଦ ନୁହେଁ, ରାଜନୈତିକ ଦଳ ଚାହିଁଲେ ହରତାଳ କରିପାରିବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ।

କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ବିରୋଧ କରି କଟକ ମଙ୍ଗଳାବାଳଗର ଜନୈକ ବ୍ୟବସାୟୀ ନରେଶ କୁମାର ମିଶ୍ର ଆଜି ସକାଳେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଅପରାହ୍ନରେ ହାଇକୋର୍ଟ ଏହାର ଶୁଣାଣି କରିଥିଲେ ।

ହାଇକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟପ୍ରକାଶ ନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତାକାଲି ଆମେ ୬ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛୁ । ଜୋରଜବରଦସ୍ତ ଓଡ଼ିଶା ବନ୍ଦ କଥା ଆମେ କେବେ ବି କହିନାହୁଁ । ହାଇକୋର୍ଟକୁ ମଧ୍ୟ ଏହା ଜଣାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି । ଆଜି ସକାଳେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀର ଓଡ଼ିଶା ବନ୍ଦରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଥିଲା । ବନ୍ଦ ପାଳନକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରି ଏକ ଭିଡ଼ିଓ ମଧ୍ୟ ଜାରି କରିଥିଲେ ।

ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପି, କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନିରବ ସମର୍ଥନ ଦେଇଛି । ମମିତାକୁ ନ୍ୟାୟ ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିଥିବା ଆଜି ଦଳ ପକ୍ଷରୁ କୁହାଯାଇଥିଲା । ଏଥିରେ ଓଡ଼ିଶା ବନ୍ଦକୁ ସମର୍ଥନର ଇସାରା ଥିଲା ।

ବିଜେପି ଇସାରାରେ ନାଚୁଛି କଂଗ୍ରେସ: ବିଜେଡ଼ି

କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଏବଂ ବିଜେପିର ସମର୍ଥନକୁ ବିଜେଡ଼ି କଡ଼ା ସମାଲୋଚନା କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର କହିଛନ୍ତି, କୋଭିଡ୍ ମହାମାରୀ ପାଇଁ ରୋଜଗାର ହରାଇଥିବା ଲୋକମାନେ ଅଣ୍ଟା ସଳଖୁଥିବା ବେଳେ କଂଗ୍ରେସ ବନ୍ଦ ଡାକରା ଦେଇ ସେମାନଙ୍କ ପେଟରେ ନାତ ମାରିବାକୁ ବସିଛି । ଏଥିପାଇଁ କଂଗ୍ରେସକୁ ଲୋକମାନେ କେବେ ବି କ୍ଷମା କରିବେନି । ବିଜେପି ଇସାରାରେ କଂଗ୍ରେସ ନ ନାଚି ଓଡ଼ିଶା ବନ୍ଦରୁ ନିବୃତ୍ତ ରହୁ ।

ବିଜେଡ଼ି ମୁଖପାତ୍ର କହିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ପୁଲିସ ତଦନ୍ତ ଉପରେ ପରିବାର ଲୋକ ସନ୍ତୁଷ୍ଟ ଅଛନ୍ତି ଏବଂ ମାମଲାର ରାଜନୀତିକରଣ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ତଥା ବିଜେପି ସହ ହାତ ମିଳାଇ କଂଗ୍ରେସ ଏ ପ୍ରସଙ୍ଗରେ ହୀନ ରାଜନୀତି କରୁଛି । ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ କଂଗ୍ରେସ ଏବେ ବିଜେପିର ବି-ଟିମ୍ ବୋଲି ଡ. ପାତ୍ର କଟାକ୍ଷ କରିଛନ୍ତି । ଯଦି କଂଗ୍ରେସ ପାଖରେ ପ୍ରମାଣ ଅଛି କୋର୍ଟରେ ଦାଖଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Previous Post

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ, କହିଲେ ‘Excellent’

Next Post

କୋଟିପତି ସାମଲ ଚାକିରିରୁ ସସପେଣ୍ଡ୍

Next Post
କୋଟିପତି ସାମଲ ଚାକିରିରୁ ସସପେଣ୍ଡ୍

କୋଟିପତି ସାମଲ ଚାକିରିରୁ ସସପେଣ୍ଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA