Sunday, April 26, 2026 04:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଶ୍ଵର ୨୫ହଜାର ସ୍ଥାନରେ ପାଳିତ ହେଲା ଆର୍ଟ ଅଫ୍‍ ଗିଭିଂ ଦିବସ

by Our Correspondent
19 Jun, 2024- 07:29 PM
in News
1 min read
0
ବିଶ୍ଵର ୨୫ହଜାର ସ୍ଥାନରେ ପାଳିତ ହେଲା ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର: ଜୁନ୍‍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲା ସଦର ମହକୁମା ସମେତ ୩୫ଟି ସହର ତଥା ପ୍ରତ୍ୟେକ ବ୍ଲକ୍‍ ଏବଂ ୬୫୦୦ ପଞ୍ଚାୟତରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ଥିଲା ‘ଲେଟ୍‍ସ ଏଓଜି’।

ଆର୍ଟ ଅଫ୍‍ ଗିଭିଂ (ଦେବାର କଳା) ହେଉଛି ନିରାଧାର ଅଭ୍ୟାସ ଯେଉଁଥିରେ ନିସ୍ୱାର୍ଥପରତା, କୃତଜ୍ଞତା, ପ୍ରଶଂସା, ଦୟା, ସମବେଦନା, ଖୁସି, ବନ୍ଧୁତ୍ୱ ଓ ବିନମ୍ରତା ଭାବ ଭରି ରହିଥାଏ। ଅନ୍ୟମାନଙ୍କ ସହ ଆଦାନ ପ୍ରଦାନରେ ଜଣେ ଜୀବନର ସବଠୁ ବଡ଼ ଆନନ୍ଦ ଲାଭ କରିଥାଏ। ଏବେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‍ ଗିଭିଂର ୨ କୋଟିରୁ ଊର୍ଦ୍ଧ୍ୱ ଅନୁଗାମୀ ଓ ୧ କୋଟି ସଦସ୍ୟ ଏହାର ବାର୍ତ୍ତା ବର୍ଷ ତମାମ ପ୍ରଚାର ଓ ପ୍ରସାର କରୁଛନ୍ତି। ବିଶ୍ୱର ୨୦୦ଟି ଦେଶରେ ଏହାର ସଂଯୋଜକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ୍‍ ଓ ପଞ୍ଚାୟତରେ ସଂଯୋଜକ ଅଛନ୍ତି। ପାଇବାର କୌଣସି ଆଶା ନ ରଖି ଅନ୍ୟକୁ ବିଭିନ୍ନ ଭାବରେ ଦାନ କରିବାର ଦର୍ଶନ ଉପରେ ଏହା ପର୍ଯ୍ୟବସିତ। ଏଥିପାଇଁ ସମାଜର ବିଭିନ୍ନ ବର୍ଗର କୋଟି କୋଟି ଲୋକ ଏଥିରେ ଅନୁପ୍ରାଣିତ ହୋଇ ‘ଆର୍ଟ ଅଫ୍‍ ଗିଭିଂ’ ଅଭିଯାନରେ ସାମିଲ ହୋଇଛନ୍ତି । ଜଣେ ବ୍ୟକ୍ତିର କାର୍ଯ୍ୟ କିପରି ଏକ ସୁନ୍ଦର ବିଶ୍ୱ ସୃଷ୍ଟି ପାଇଁ ପ୍ରଭାବ ପକାଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆର୍ଟ ଅଫ୍‍ ଗିଭିଂ’ ବୋଲି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଖୁସିର ପ୍ରସାର, ଯେଉଁଠି ଯେତେବେଳେ ଆବଶ୍ୟକ ସେଇଠି ସେହି ସମୟରେ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଏବଂ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା ତଥା ସମସ୍ତଙ୍କୁ ଆଦର କରିବା ହେଉଛି ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରୟାସ ୨୦୧୩ ମସିହା ମେ ୧୭ ତାରିଖଠାରୁ ଆରମ୍ଭ କରାଯାଇଥିଲା। ସେହିବର୍ଷଠାରୁ ପ୍ରତିବର୍ଷ ମେ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଦିବସ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ଭାବେ ପାଳିତ ହୋଇଆସୁଛି। ଚଳିତବର୍ଷ ନିର୍ବାଚନ ହେତୁ ଏହା ଜୁନ୍‍ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ୫ ବର୍ଷ ବୟସରେ ପିତାଙ୍କୁ ହରାଇ ନିଜେ ଅଭାବ ମଧ୍ୟରେ ଥାଇ ଶ୍ରୀ ସାମନ୍ତ ପିଲାଦିନରୁ ଅନ୍ୟକୁ ଭଲ ପାଇବାର ପ୍ରୟାସ କରିଆସୁଥିଲେ। ବାଲ୍ୟଜୀବନରୁ ଛୋଟ ଛୋଟ କାମ କରି ସେ ପାଉଥିବା ସାମାନ୍ୟ ଅର୍ଥରେ ଗାଁର ଅନ୍ୟ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବାକୁ ଭୁଲୁ ନ ଥିଲେ। ଏହାର ପ୍ରତିଫଳନ ସ୍ୱରୂପ ଜନ୍ମ ନେଇଥିଲା ଆର୍ଟ ଅଫ୍‍ ଗିଭିଂ।

Previous Post

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

Next Post

ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇନି: ଆଇନମନ୍ତ୍ରୀ

Next Post
ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇନି: ଆଇନମନ୍ତ୍ରୀ

ରତ୍ନଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇନି: ଆଇନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA