Saturday, April 25, 2026 02:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଇଦାନକୁ ଆସିଲେ ଅରୁଣ ସାହୁ

'ସୌମ୍ୟ ପଟ୍ଟନାୟକ ଜଣେ ବ୍ଲାକମେଲର୍'

by Our Correspondent
07 Sep, 2023- 10:20 PM
in Latest News, News
1 min read
0
ମଇଦାନକୁ ଆସିଲେ ଅରୁଣ ସାହୁ

ଭୁବନେଶ୍ୱର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆଜି ମୁହଁ ଖୋଲିଛନ୍ତି ଜିଲ୍ଲାର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ସୌମ୍ୟଙ୍କୁ ସେ ଜଣେ ବ୍ଲାକମେଲର୍ ଭାବେ ଅଭିହିତ କରିବା ସହ ତାଙ୍କର ମାଟିକୁ ସମ୍ମାନ ନାରା ଏକ ଭେଳିକି ବୋଲି କହିଛନ୍ତି । ବିଧାୟକ ଭାବେ ୪ ବର୍ଷ ୪ ମାସ ସମୟ ଭିତରେ ସେ ମାଟିର କଥା କେତେ ବୁଝିଛନ୍ତି ତାହା ଖଣ୍ଡପଡ଼ାବାସୀଙ୍କଠାରୁ ଉତ୍ତର ମାଗନ୍ତୁ ବୋଲି ଅରୁଣ ଆହ୍ୱାନ ଦେଇଛନ୍ତି ।

ଅରୁଣ କହିଛନ୍ତି, ମାନନୀୟ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏବ କିଛି ଦିନ ହେଲା ବଡ଼ ବିଚଳିତ ଅଛନ୍ତି ଏବଂ ଉଦ୍ଭଟ କଥା କହୁଛନ୍ତି । ଉଦ୍ଭଟ ଭାବନାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ୍ କରି ନିଜକୁ ମହାନ ସମାଜସେବୀ ବୋଲି ଉପସ୍ଥାପିତ କରୁଛନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏସବୁ ହେଉଛି ତାଙ୍କ ଅସ୍ଥିରତାର ଲକ୍ଷଣ । ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ବିଧାୟକ ହେବା ପଛରେ ମନ୍ତ୍ରୀ ହେବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । ମାତ୍ର ସେହି ସ୍ୱପ୍ନ ଚୂରମାର ହେଲା ପରେ ସେ ହତାଶ ହୋଇ ବିଜେଡି ଏବଂ ସରକାରଙ୍କ ବିରୋଧରେ କହୁଛନ୍ତି ।

ତାଙ୍କର ମାଟିକୁ ସମ୍ମାନ ନାରାକୁ କଟାକ୍ଷ କରି ଅରୁଣ କହିଛନ୍ତି ଯେ ସେ ରାଜ୍ୟସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଚାହିଁଥିଲେ ସାରା ଓଡ଼ିଶାର ସେବା କରିପାରିଥାନ୍ତେ । କିନ୍ତୁ ବୋଧେ ଖଣ୍ଡପଡ଼ାରୁ ହାରି ହାରି ଥିବାରୁ ସେଇ ଖଣ୍ଡପଡ଼ା ମାଟିର ସେବା କରିବା ପାଇଁ ପ୍ରତିଜ୍ଞା କରିଥିଲେ । ବିଜେଡିରୁ ପ୍ରାର୍ଥୀ ହୋଇ ବିଧାୟକ ହେଲେ । ତେବେ ୪ ବର୍ଷ ୪ ମାସ ଭିତରେ ଖଣ୍ଡପଡ଼ା ମାଟିର ସେବା କେତେ କଲେ ସେ ସମ୍ପର୍କରେ ନିର୍ବାଚନମଣ୍ଡଳୀ ଲୋକଙ୍କୁ ପଚାରିଲେ କହିବେ । ମାଟିର ସେବା ଦୂରେ ଥାଉ, ତାଙ୍କର ସମାଜସେବା ଏକ ପ୍ରଚାର ଭେଳିକି ବୋଲି ଅରୁଣ କହିଛନ୍ତି ।

ସୌମ୍ୟଙ୍କ ଗୁଣ ବଖାଣି ଅରୁଣ କହିଛନ୍ତି ଯେ ଏହି ବ୍ୟକ୍ତି ମାଟିର ନୁହଁନ୍ତି କି ପାର୍ଟିର ନୁହଁନ୍ତି । ନିଜ ସ୍ୱାର୍ଥ ଚିନ୍ତାରେ ସବୁବେଳେ ଥାନ୍ତି । ଯେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ନ ହୁଏ, ସେ ବ୍ଲାକମେଲର୍ ପନ୍ଥା ଆପଣାନ୍ତି । ଆଉ ବ୍ଲାକମେଲିଂ ସଫଳ ନହେଲେ ଉଗ୍ର ହୋଇପଡ଼ନ୍ତି । କ୍ଷମତାର ଲାଳସା ମଣିଷକୁ ପଥଭ୍ରଷ୍ଟ କରେ ବୋଲି ଅରୁଣ କଡ଼ା ଟିପଣୀ ରଖିଛନ୍ତି ।

ଅରୁଣଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସୌମ୍ୟ । ସେ କହିଛନ୍ତି, ଅରୁଣ ବାବୁଙ୍କ କଥାରୁ ସେ ନିଜେ କେତେ ଅସହାୟ ଜଣାପଡୁଛି । ତାଙ୍କ ସମ୍ପର୍କରେ ଆଲୋଚନା କରି ମୁଁ ତାଙ୍କୁ ଗୁରୁତ୍ୱ ଦେବାକୁ ଚାହୁଁନି । ଯାହା ସେ କହୁଛନ୍ତି ତାହା ତାଙ୍କର ନିଜସ୍ୱ ମତ ବୋଲି ମୋତେ ବିଶ୍ୱାସ ହେଉନି ବୋଲି କଟାକ୍ଷ କରିଛନ୍ତି ସୌମ୍ୟ ।

Previous Post

ସୁୁରଙ୍କ ଘରେ ପଲଟିକାଲ୍ ଡ୍ରାମା

Next Post

ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

Next Post
ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA