Monday, October 2, 2023 10:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ

by Our Correspondent
08 Sep, 2023- 11:55 AM
in Latest News, News, Politics
1 min read
0
ସୁର ରାଉତରାୟ ପୁଅଙ୍କ ମନସ୍କାମନା ପୂରଣ !

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ପିସିସି ସଦସ୍ୟ ଥିବା ମନ୍ମଥଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି । ପିସିସି ଶୃଙ୍ଖଳାଗତ କମିଟି କମିଟି ଅଧ୍ୟକ୍ଷ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଦସ୍ତଖତରେ ଏହି ନିଲମ୍ବନ ନୋଟିସ୍ ଜାରି ହୋଇଛି । ବଡ଼କଥା ହେଲା, କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ମନ୍ମଥ ଖୁସି ହୋଇଛନ୍ତି । ବାପାଙ୍କ ତାଗିଦ୍ ପରେ ତାଙ୍କ ମନରେ ଆସିଥିବା ଦ୍ୱନ୍ଦ ଦୂର ହୋଇଗଲା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ବୁଧବାର ଦିନ ମନ୍ମଥ ଅଚାନକ ଗଣମାଧ୍ୟମକୁ ଡାକି ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ନ ଲଢ଼ିବାକୁ ତାଙ୍କର ନିଷ୍ପତ୍ତି ଘୋଷଣା କରିଥିଲେ । ବିଜେଡି ଏବଂ ବିଜେପି ସହିତ ସୁସମ୍ପର୍କ ଥିବା ଜଣାଇବା ସହ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ଅକ୍ଟୋବର ପୂର୍ବରୁ ସ୍ପଷ୍ଟ କରିବେ ବୋଲି କହିଥିଲେ । ତେବେ ମନ୍ମଥଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବାପା ସୁର ରାଉତରାୟ ବିରୋଧ କରି ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ପୁଅ କଂଗ୍ରେସରୁ ଅଲବତ ନିର୍ବାଚନ ଲଢ଼ିବ ବୋଲି ସେ କହିଥିଲେ । ଏ ସଂକ୍ରାନ୍ତରେ ସେ ପୁଅକୁ ବୁଝାଇଛନ୍ତି ବୋଲି ମଧ୍ୟ ଜଣାଇଥିଲେ ।

ଇତିମଧ୍ୟରେ ପିସିସି ଶୃଙ୍ଖଳା କମିଟି ପକ୍ଷରୁ ଗତକାଲି ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସ ସହ ସମ୍ପର୍କ ନ ଥିବା କହିବା ଏବଂ ଏବଂ ବିଜେଡି ଓ ବିଜେପି ସପକ୍ଷରେ ଦେଇଥିବା ବୟାନର ଜବାବ ମଗାଯାଇଥିଲା । ମାତ୍ର ମନ୍ମଥ ଏହି କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେଇ ନ ଥିଲେ । ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି ବୋଲି ତାଙ୍କୁ ଦିଆଯାଇଥିବା ନିଲମ୍ବନ ଚିଠିରେ କୁହାଯାଇଛି ।

ଅନ୍ୟପକ୍ଷରେ ମନ୍ମଥ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିସ୍ମିତ ହେବା ସହ ନିଜର ଖୁସି ଜାହିର କରିଛନ୍ତି । ସେ ପିସିସି ସଦସ୍ୟ ଥିବା ଜାଣନ୍ତି ନାହିଁ ବୋଲି ଏବଂ କିଏ ତାଙ୍କୁ ପିସିସି ସଦସ୍ୟ କରିଥିଲେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଯାହା ହେଲା ଭଲ ହେଲା । ବାପାଙ୍କ ତାଗିଦ୍ ପରେ ସେ କ’ଣ କରିବେ ନ କରିବେ ଚିନ୍ତାରେ ଥିଲେ । ମାତ୍ର ଏବେ ତାଙ୍କ ରାସ୍ତା ସଫା ହୋଇଗଲା । ଜଟଣୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାର ଆଉ ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।

Previous Post

ମଇଦାନକୁ ଆସିଲେ ଅରୁଣ ସାହୁ

Next Post

ମନ୍ତ୍ରୀ ଅତନୁ ବି ବର୍ଷିଲେ

Next Post
ମନ୍ତ୍ରୀ ଅତନୁ ବି ବର୍ଷିଲେ

ମନ୍ତ୍ରୀ ଅତନୁ ବି ବର୍ଷିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3386 shares
    Share 1354 Tweet 847
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2194 shares
    Share 878 Tweet 549
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2085 shares
    Share 834 Tweet 521
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2059 shares
    Share 824 Tweet 515
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1938 shares
    Share 775 Tweet 485

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA