Saturday, April 25, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୁୁରଙ୍କ ଘରେ ପଲଟିକାଲ୍ ଡ୍ରାମା

'ପୁଅ ଅଲବତ୍ କଂଗ୍ରେସରୁ ଛିଡ଼ା ହବ'

by Our Correspondent
07 Sep, 2023- 06:55 PM
in Latest News, News, Politics
1 min read
0
ସୁୁରଙ୍କ ଘରେ ପଲଟିକାଲ୍ ଡ୍ରାମା

ଭୁବନେଶ୍ୱର: କାହା ଲୋଭରେ ପଡ଼ି ସେ ଏମିତି କହିଦେଇଥିବ । କିନ୍ତୁ ତାହା କଦାପି ହୋଇପାରିବନି । ମୁଁ ଅଛି ବୋଲେ ମୋ ପୁଅ ଅଲବତ କଂଗ୍ରେସରୁ ଛିଡ଼ା ହେବ ।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଗଣମାଧ୍ୟମକୁ ଏହି ବୟାନ ଦେଇଛନ୍ତି । ଗତକାଲି ତାଙ୍କ ସାନ ପୁଅ ମନ୍ନଥ ରାଉତରାୟ ଅଚାନକ ଗଣମାଧ୍ୟମକୁ ଡାକି ନିଜର ରାଜନୈତିକ ଅଭିଳାଷ ସ୍ପଷ୍ଟ କରିଥିଲେ । ଜଟଣୀରୁ ଲଢ଼ିବେ, କିନ୍ତୁ କଂଗ୍ରେସ ଟିକେଟରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ।

ମାତ୍ର ଆଜି ତାଙ୍କ ବାପା ସୁର ରାଉତରାୟ ପୁଅର ଏହି ନିଷ୍ପତ୍ତିକୁ ଖାଲି ବିରୋଧ କରିନାହାନ୍ତି ବରଂ ୨୦୨୪ ରେ ଜଟଣୀରୁ ସାନପୁଅ କଂଗ୍ରେସ ଟିକେଟ୍ ରେ ଅଲବତ ଲଢ଼ିବ ବୋଲି ଦମ୍ଭ ଦେଖାଇଛନ୍ତି ।

ସୁର କହିଛନ୍ତି, ‘ଦୀର୍ଘ ୬୦ ବର୍ଷ ଧରି ମୁଁ କଂଗ୍ରେସ ରାଜନୀତି ସହ ଓତଃପ୍ରୋତ ଭାବେ ଜଡ଼ିତ ଅଛି । ହରେକୃଷ୍ଣ ମହତାବଙ୍କଠାରୁ ରାଜନୀତି ଶିଖିଛି । ଆଜି ଯାହା ପରିଚୟ ପାଇଛି ସେଇ କଂଗ୍ରେସ ଦେଇଛି । ମୁଁ ପ୍ରତିଜ୍ଞା କରିଛି କଂଗ୍ରେସରେ ମୁଁ ମରିବି । ଏ ଜନ୍ମରେ କଂଗ୍ରେସକୁ ଛାଡ଼ିବିନି ।’

ପୁଅ ମନ୍ମଥଙ୍କ ସମ୍ପର୍କରେ ସୁର କହିଛନ୍ତି ଯେ ସେ ଟୋକା ଲୋକ । ଏୟାର ଇଣ୍ଡିଆରେ କ୍ୟାପଟେନ୍ ଚାକିରି କରିଛି । ମଝିରେ ମଝିରେ ଛୁଟିରେ ଆସି ମୋ ସାଙ୍ଗରେ ଜଟଣୀ ଅଞ୍ଚଳ ବୁଲିଥିଲେ ମଧ୍ୟ ରାଜନୀତିର ଧାର ଧରିନି । ବୋଧହୁଏ ବିଜେଡି କି ବିଜେପି ଦଳରୁ କିଏ ତାକୁ ଲୋଭ ଦେଖାଇ ଦେଇଛି । ହେଲେ ମୁଁ ତାହା କରାଇବାକୁ ଦେବିନି ।

କାଲି ସେ ଟିଭିକୁ କହିଲା ପରେ ମୁଁ ପଚାରିଥିଲି । ଚଗଲ ବଗଲ କଥା ନାହିଁ । ତତେ କଂଗ୍ରେସରୁ ହିଁ ଲଢ଼ିବାକୁ ପଡ଼ିବ ବୋଲି କହିଥିଲି । ମୁଁ ବୁଝେଇଲା ପରେ ସେ ବୁଝିଯାଇଛି । ତା’ର ଚାକିରି ଜାଗାକୁ ଆଜି ପଠାଇ ଦେଇଛି । ମୁଣ୍ଡ ଥଣ୍ଡା କଲା ପରେ ଆସିବୁ ବୋଲି କହିଛି । କିଛି ଅସୁବିଧା ନାହିଁ । ଜଟଣୀରୁ ସେ କଂଗ୍ରେସ ଟିକେଟ୍ ରେ ଲଢ଼ିବା ଫାଇନାଲ୍ ବୋଲି ସୁର ରାଉତରାୟ କହିଛନ୍ତି ।

ତେବେ ସୁର ରାଉତରାୟଙ୍କ ଏହି ପ୍ରତିକ୍ରିୟା ଅନେକଙ୍କ ମନରୁ ଦ୍ୱନ୍ଦ କରିପାରିନାହିଁ । ବାପ-ପୁଅଙ୍କ ଏଭଳି ରାଜନୀତି ବୟାନ ପଛରେ ଅଲଗା କିଛି ଚାଲ୍ ଥାଇପାରେ ବୋଲି ଅନେକ ସନ୍ଦେହ କରୁଛନ୍ତି । କାରଣ ବୟସାଧିକ୍ୟ କାରଣରୁ ସୁର ବାବୁ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ବହୁ ପୂର୍ବରୁ ଘୋଷଣା କରିଛନ୍ତି । ତାଙ୍କ ଜାଗାରେ ଜଟଣୀରୁ ସାନପୁଅ ମନ୍ମଥ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ମଧ୍ୟ ବାରମ୍ବାର କହି ଆସୁଥିଲେ । ମାତ୍ର ମନ୍ମଥ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ ।

ମାତ୍ର ମନ୍ମଥ କଂଗ୍ରେସରୁ ନ ଲଢ଼ିବା ପାଇଁ ଗତକାଲି ଗଣମାଧ୍ୟମକୁ କହିଥିଲେ । ବାପାଙ୍କ ସହିତ ଆଲୋଚନା ଏବଂ ତାଙ୍କ ନିର୍ବାଚନମଣ୍ଡଳୀ ଲୋକଙ୍କ ମତାମତ ଆଧାରରେ ଏହି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଥିଲେ ।

ମନ୍ମଥଙ୍କ କଥାକୁ ବିଶ୍ୱାସ କଲେ ବାପା ତାଙ୍କୁ କଂଗ୍ରେସ ଟିକେଟ୍ ରେ ନ ଲଢ଼ି ଅନ୍ୟ ଦଳରୁ ପ୍ରାର୍ଥୀ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଆଉ ଯଦି ଏବେ ସୁର ରାଉତରାୟଙ୍କ କଥାକୁ ବିଶ୍ୱାସ କରାଯାଏ ତେବେ ମନ୍ମଥ ଗତକାଲି ବାପାଙ୍କ ନାଁ ନେଇ ମିଛ କହିଛନ୍ତି ବୋଲି ବୁଝିବାକୁ ହେବ । ଏହି ଦ୍ୱନ୍ଦ ଭିତରେ ମନ୍ମଥଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

Previous Post

କଂଗ୍ରେସରୁ ଲଢ଼ିବେନି ସୁର ରାଉତରାୟଙ୍କ ପୁଅ

Next Post

ମଇଦାନକୁ ଆସିଲେ ଅରୁଣ ସାହୁ

Next Post
ମଇଦାନକୁ ଆସିଲେ ଅରୁଣ ସାହୁ

ମଇଦାନକୁ ଆସିଲେ ଅରୁଣ ସାହୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA