Monday, May 25, 2026 03:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ: ବିଧାନସଭା ଘେରିଲା ବିଜେଡି

ଲୋୟର ପିଏମଜିରେ ପୁଲିସ ସହ ମୁହାଁମୁହିଁ

by Our Correspondent
23 Sep, 2025- 07:50 PM
in Latest News, News
1 min read
0
ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ: ବିଧାନସଭା ଘେରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ଦ୍ୱାରା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ ଆଣି ଆଜି ବିଧାନସଭା ଘେରାଉ ଉଦ୍ୟମ କରିଥିଲା ବିଜେଡି । ଏହି ଆନେ୍ଦାଳନରେ ଦଳର ବରିଷ୍ଠ ନେତାଙ୍କ ସହ ହଜାର ହଜାର କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ । ଲୋୟର ପିଏମଜିରେ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ଆନେ୍ଦାଳନକାରୀମାନଙ୍କୁ ଅଟକାଇବାକୁ ପୁଲିସ ପାଣି ମାଡ଼ କରିବାରୁ କିଛି ଆହତ ହୋଇଛନ୍ତି ।

ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତାମାନେ ତାଙ୍କ ବକ୍ତବ୍ୟରେ, ଗତ ପନ୍ଦର ମାସରେ ରାଜ୍ୟ ବିଜେପି ସରକାର ସମସ୍ତ ଦିଗରେ ବିଫଳ ହୋଇଛନ୍ତି ବୋଲି ବର୍ଣ୍ଣନା କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତା ସଙ୍କୁଚିତ କରି ରାଜ୍ୟରେ ବାବୁରାଜ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ କ୍ଷମତା ଚୋରି ସହିତ ସମାନ ବୋଲି ନେତାମାନେ କହିଥିଲେ । ଗଣତନ୍ତ୍ରରେ ତୃଣମୂଳ ସ୍ତରର ଲୋକଙ୍କୁ କ୍ଷମତା ପ୍ରଦାନ ଲକ୍ଷ୍ୟରେ ସମ୍ୱିଧାନ ବ୍ୟବସ୍ଥା କରାଯାଇଛି । କିନ୍ତୁ, ରାଜ୍ୟ ବିଜେପି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାରୀ ଅଧିକାରୀଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ପୂର୍ବରୁ ବ୍ଲକରେ ହେଉଥିବା ଉନ୍ନୟନ କାର୍ଯ୍ୟର ବିଲ୍ ପରିମାଣ ଦୁଇ ଲକ୍ଷ ପର୍ଯ୍ୟନ୍ତ ବିଡିଓଙ୍କ ପାସ୍ କରିବାର କ୍ଷମତା ଥିଲା । ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ହେଲେ ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା । କିନ୍ତୁ, ରାଜ୍ୟ ସରକାର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ଲକ୍ଷ୍ୟରେ, ବିଡିଓଙ୍କ ବିଲ୍ ପାସ କରିବାର କ୍ଷମତା ଦୁଇ ଲକ୍ଷରୁ ଦଶ ଲକ୍ଷକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବ୍ଲକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାସ କରିବା ପାଇଁ ଆଉ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ପଡିବ ନାହିଁ । ଏହା ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର ।

ସେହିପରି ସରପଞ୍ଚ, ସମିତି ସଭ୍ୟ ସଦସ୍ୟ ମାନଙ୍କ କ୍ଷମତାକୁ ମଧ୍ୟ ସଙ୍କୁଚିତ କରିବାକୁ ରାଜ୍ୟ ବିଜେପି ସରକାର ପଦକ୍ଷେପ ନେଇଛନ୍ତି । ପୂର୍ବ ସରକାରଙ୍କ ଲୋକପ୍ରିୟ ଯୋଜନା “ଆମ ଓଡିଶା ନବୀନ ଓଡିଶା’ର ନାମ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡିଶା’ କରାଯାଇଥିବା ବେଳେ, ଏହାକୁ କାର୍ଯ୍ୟକାରୀ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ, ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାରେ ଏହି ପରିମାଣକୁ ମାତ୍ର ୭/୮ ଲକ୍ଷକୁ କମାଇ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ଏହି ଯୋଜନାରେ ଗ୍ରାମସଭା ପ୍ରକଳ୍ପ ଗୁଡିକର ପ୍ରସ୍ତାବ ରଖିବେ ଯାହା ପଞ୍ଚାୟତ ସମିତିର ଅନୁମୋଦନ ହୋଇ ଜିଲ୍ଲାପାଳଙ୍କ ପାଖକୁ ଆସିବ । କିନ୍ତୁ, ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ଯେ କାର୍ଯ୍ୟକାରୀ ହେବ ସେନେଇ ନିଶ୍ଚିତତା ନାହିଁ । କାରଣ, ସମୁଦାୟ ଅର୍ଥର ୪୦ ପ୍ରତିଶତ ପ୍ରକଳ୍ପ ସ୍ଥାନୀୟ ବିଧାୟକ ସ୍ଥିର କରିବେ ବୋଲି ନିୟମ କରାଯାଇଥିବା ବେଳେ ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକୁ ପରିବର୍ତ୍ତନ କରି ସେହି ସ୍ଥାନରେ ନୂତନ ପ୍ରକଳ୍ପ ନେବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ତେଣୁ ନୂତନ ନିୟମ ଅନୁଯାୟୀ, ବ୍ଲକ ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ, ଗ୍ରାମସଭା ଓ ପଞ୍ଚାୟତ ସମିତିର କ୍ଷମତାକୁ ଗୌଣ କରିବାକୁ ଉଦ୍ୟମ କରାଯାଇଛି ।

ରାଜ୍ୟ ବିଜେପି ସରକାରଙ୍କ ଏସବୁ ପଦକ୍ଷେପ, କେବଳ ତୃଣମୂଳ ସ୍ତରରେ ଥିବା ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତା ସଙ୍କୁଚିତ କରି ନିଜ ଦଳୀୟ କର୍ମୀ ଓ ନେତାଙ୍କ ପକେଟକୁ ଗରମ କରିବା ପାଇଁ ଏକ ସୁଚିନ୍ତିତ ଘୃଣ୍ୟ ଉଦ୍ୟମ । ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ । ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ବୃଦ୍ଧି କରାଯାଇଥିବା ବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ପ୍ରଦାନ କରାଯାଇଥିଲା ବୋଲି ବିଜେଡିର ବରିଷ୍ଠ ନେତା ମାନେ ନିଜ ବକ୍ତବ୍ୟରେ କହିଥିଲେ । ହଜାର ହଜାର ଆନେ୍ଦାଳନକାରୀ ପ୍ରଶାସନ ତରଫରୁ ଦିଆଯାଇଥିବା ବ୍ୟାରିକେଡ଼କୁ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନ ତରଫରୁ ପାଣି ମାଡ଼ କରାଯାଇଥିଲା, ଯେଉଁଥିରେ ଦଳର ବରିଷ୍ଠ ନେତା ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ଅନେକ କର୍ମୀ ଆହତ ହୋଇଥିଲେ । ହଜାର ହଜାର ଆନେ୍ଦାଳନକାରୀ ଆଗକୁ ବଢୁଥିବା ବେଳେ, ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ଯଥା, ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ପ୍ରଦୀପ ଅମାତ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଅଶୋକ ପଣ୍ଡା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତି୍ରପାଠୀ, ଗୌତମବୁଦ୍ଧ ଦାସ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଜୟ ନାୟକ, ଭୃଗୁ ବକ୍ସିପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଫୁଲ୍ଲ ସିଂ, ବିକ୍ରମ ପଣ୍ଡା, ଉମାକାନ୍ତ ସାମନ୍ତରାୟ, ଧ୍ରୁବ ଚରଣ ସାହୁ, ସୁବାସ ସିଂ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସାରଦା ଜେନା, ପ୍ରଶାନ୍ତ ମୁଦୁଲି, ସୁଲତା ଦେଓ, ସୁବାଶିଷ ଖୁଣ୍ଟିଆ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ମନ୍ମଥ ରାଉତରାୟ, ବର୍ଷା ସିଂ ବରିହା, ଲୋପାମୁଦ୍ରା ବକ୍ସିପାତ୍ର, ପ୍ରଦୀପ ସାହୁ, ଗଣେଶ୍ୱର ବେହେରା, ରବିନ୍ଦ୍ର ଜେନା, ସୁବାସିନୀ ଜେନା, ଅମରେଶ ପତ୍ରି, ନଳିନୀ ପ୍ରଧାନ, ବ୍ରଜ ପ୍ରଧାନ, ତୁଷାରକାନ୍ତି ବେହେରା, ବିଶ୍ୱରଂଜନ ମଲ୍ଲିକ, ଅଭିମନୁ୍ୟ ସେଠୀ, ନବକିଶୋର ମଲ୍ଲିକ, ସାରଦା ନାୟକ, ମନୋରମା ମହାନ୍ତି, ପ୍ରମୋଦ ମଲ୍ଲିକ, ସଞ୍ଜୀବ ମଲ୍ଲିକ, ରମେଶ ବେହେରା, ରୋମାଞ୍ଚ ରଂଜନ ବିଶ୍ୱାଳ, ସୌଭିକ ବିଶ୍ୱାଳ, ସୁନିଲ ମହାନ୍ତି, ଝିହ୍ନ ହିକାକ୍, ମାଧବ ଧଡା, ସୁଦର୍ଶନ ହରିପାଲ, ସୁଜାତା ସାହୁ, ରମାକାନ୍ତ ଭୋଇ, ଅଳକା ମହାନ୍ତି, ରୀତା ସାହୁ, ଅରବିନ୍ଦ ମହାପାତ୍ର, ରୂପେଶ ପାଣିଗ୍ରାହୀ, ପ୍ରଶାନ୍ତ ବେହେରା, ଦୀପାଳି ଦାସ, ମୁକ୍ତିକାନ୍ତ ମଣ୍ଡଳ, ମଂଜୁଲତା ମଣ୍ଡଳ, ନୃସିଂହ ସାହୁ, ଅବିନାଶ ସାମଲ, ସରୋଜ ମେହେର, ଜଗନ୍ନାଥ ସାରକା, ମହେଶ ସାହୁ, ଲତିକା ପ୍ରଧାନ, ରଞ୍ଜିତା ସାହୁ, ସୁଧୀର ସାମଲ, ରୁଦ୍ର ମହାରଥୀ, ମାନସ ମାଡକାମୀ, କୌଶଲ୍ୟ ହିକ୍କାକା, ରବିନାରାୟଣ ନନ୍ଦ, ଶ୍ରୀକାନ୍ତ ସାହୁ, ସୁମିତ୍ରା ଜେନା, ମୀନତୀ ବେହେରା, କସ୍ତୁରୀ ମହାପାତ୍ର, ଗୀତାଂଜଳୀ ବସ୍ତିଆ, ସୁବାସ ବେହେରା, ମଂଜୁଳା ସ୍ୱାଇଁ, ସୂର୍ଯ୍ୟମଣି ବୈଦ୍ୟ, ପ୍ରଫୁଲ୍ଲ ପାଙ୍ଗୀ, ପ୍ରଭୁ ଜାନି, ପଦ୍ମନୀ ଦିଆଣ, ଲକ୍ଷ୍ମୀପି୍ରୟା ନାୟକ, ସୁକାନ୍ତ ନାୟକ, ସ୍ୱରୂପ କୁମାର ଦାସ, ରାଜେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନ୍ଦୀପ ଷଡଙ୍ଗୀ, କୈଳାଶ ପାତ୍ର, ସୁବ୍ରତ ଛାଟୋଇ, ସଦାଶିବ ପ୍ରଧାନ, ସାଲୁଗା ପ୍ରଧାନୀ, ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ରିଜୁଆନା ବେଗମ, ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ରାଜକିଶୋର ଦାସଙ୍କ ସହ ୩୦ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି, ୧୫୦ ଉଦ୍ଧ୍ୱର୍ ବ୍ଲକର ଅଧ୍ୟକ୍ଷ/ଉପାଧ୍ୟକ୍ଷ, ବିଭିନ୍ନ ପ୍ରତିନିଧିମଣ୍ଡଳୀ ଯଥା, ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସଂଗଠନର ପ୍ରତିନିଧି, ହଜାର ହଜାର ବିଜେଡିର ଯୁବ ଓ ଛାତ୍ର ନେତା ସାମିଲ ଥିଲେ ।

Previous Post

କୁଆଡେ ଗଲା ଓଡ଼ିଶାର Milk Bank?

Next Post

ଛୋଟ ହୋଇ ଚୋଟ ଖାଇଲେ

Next Post
ଛୋଟ ହୋଇ ଚୋଟ ଖାଇଲେ

ଛୋଟ ହୋଇ ଚୋଟ ଖାଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA